Caste Based Census: ଦେଶରେ ହେବକି ଜାତି ଭିତ୍ତିକ ଜନଗଣନା? ସଂସଦରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
Advertisement

Caste Based Census: ଦେଶରେ ହେବକି ଜାତି ଭିତ୍ତିକ ଜନଗଣନା? ସଂସଦରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

Parliament Winter Session: ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ସଂସଦରେ କହିଛନ୍ତି ଯେ ସ୍ୱାଧୀନତା ପର ଠାରୁ ଦେଶରେ ହୋଇଥିବା ଜନଗଣନାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗ ବ୍ୟତୀତ ଭାରତ ସରକାର ଜାତିଭିତ୍ତିକ ଜନଗଣନା କରିନାହାଁନ୍ତି।

Caste Based Census: ଦେଶରେ ହେବକି ଜାତି ଭିତ୍ତିକ ଜନଗଣନା? ସଂସଦରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

Union Minister Nityanand Rai: ପ୍ରତି ୧୦ ବର୍ଷରେ ଥରେ ଦେଶରେ ହୋଇଥାଏ ଜନଗଣନା। ହେଲେ ଦେଶରେ ଜାତି ଭିତ୍ତିକ ଜନ ଗଣନା କରିବା ପାଇଁ ବିଭିନ୍ନ ସମୟରେ ଦାବି ଉଠୁଛି। ଅନେକ ରାଜନୈତିକ ଦଳ ବିଭିନ୍ନ  ସମୟରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ଦେଶରେ ଜାତି ଭିତ୍ତିକ ଜନଗଣନା କରିବା ସମ୍ପର୍କରେ ସଂସଦରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। 

ଜାତିଭିତ୍ତିକ ଜନଗଣନା (Caste Based Census) ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ (Union Minister Nityanand Rai) ମଙ୍ଗଳବାର ସଂସଦରେ କହିଛନ୍ତି ଯେ ସ୍ୱାଧୀନତା ପର ଠାରୁ ଦେଶରେ ହୋଇଥିବା ଜନଗଣନାରେ (Census in India) ଅନୁସୂଚିତ ଜାତି (Scheduled Caste) ଏବଂ ଅନୁସୂଚିତ ଜନଜାତି (Scheduled Tribe) ବର୍ଗ ବ୍ୟତୀତ ଭାରତ ସରକାର (Govt of India) ଜାତିଭିତ୍ତିକ ଜନଗଣନା କରିନାହାଁନ୍ତି। ସଂସଦ ଶୀତ କାଳୀନ ଅଧିବେଶନ (Parliament Winter Session) ଚାଲିଥିବା ସମୟର ସାଂସଦ ୨୦୨୧ ବର୍ଷରେ ହେବାକୁ ରହିଥିବା ଜନଗଣନାର (Census 2021) ସାମ୍ପ୍ରତିକ ସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ସଂସଦର ସଦସ୍ୟ ପ୍ରଶ୍ନ କରିଛନ୍ତି ପ୍ରସ୍ତାବିତ ଜନ ଗଣନାରେ ଜାତି (Caste) ଏବଂ ଉପ-ଜାତି (Sub-Caste) ଜନଗଣନା ସମେତ ସରକାର ଏକ ସମାନ୍ତରାଳ-ଆଧାରିତ ଜନଗଣନା ଉପରେ ବିଚାର କରୁଛନ୍ତି ନାଁ ନାହିଁ। 

ଏହି ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ (Union Minister of State for Home Affairs) ନିତ୍ୟାନନ୍ଦ ରାୟ ସଂସଦକୁ ଜଣାଇଛନ୍ତି ଯେ, ୨୦୨୧ ବର୍ଷରେ ଜନଗଣନା କରିବା ନେଇ କେନ୍ଦ୍ର ସରକାରଙ୍କ ୨୦୧୯ ମାର୍ଚ୍ଚ ୨୮ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ମାଧ୍ୟମରେ ଜଣାଇଥିଲେ। ହେଲେ କୋରୋନା ମହାମାରୀ (Corona Pandemic) ହେତୁ ୨୦୨୧ ଜନଗଣନା ଏବଂ ଆନୁଷଙ୍ଗୀକ କ୍ଷେତ୍ର କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। 

 ବିଭିନ୍ନ ସମୟରେ ସଂଶୋଧିତ ସମ୍ବିଧାନ ଅନୁସୂଚିତ ଜାତି ଆଦେଶ ୧୯୫୦ ଏବଂ ସମ୍ବିଧାନ ଆଦେଶ ଅନୁସୂଚିତ ଜନଜାତି ୧୯୫୦ ଅନୁସାରେ ନିର୍ଦ୍ଦିଷ୍ଟ ଭାବରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗରେ ସୂଚୀତ ରହିଥିବା ଜାତି ଏବଂ ଜନଜାତିଙ୍କୁ ଜନଗଣନାରେ ତାଲିକାଭୂକ୍ତ କରାଯାଇଛି। ଭାରତ ସରକାର ଦେଶର ସ୍ୱାଧୀନତା ପର ଠାରୁ ହୋଇଥିବା ଜନଗଣନାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗ ବ୍ୟତୀତ ଅନ୍ୟ ଜାତି ଭିତ୍ତିକ ଜନଗଣନା କରିନାହାଁନ୍ତି।

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦକୁ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ ଜନଗଣନା ତଥ୍ୟ ଆଧାରରେ କରି ଦେଶ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ସମ୍ବନ୍ଧରେ ଜାତୀୟ ଜନସଂଖ୍ୟା ଆୟୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୧୧-୨୦୩୬ ବର୍ଷ ପାଇଁ ପ୍ରକାଶିତ ଜନସଂଖ୍ୟା ପ୍ରକଳ୍ପ ଉପରେ ବୈଷୟିକ ଗୋଷ୍ଠୀର ରିପୋର୍ଟ ଉପଲବ୍ଧ ରହିଛି। ପ୍ରସ୍ତାବିତ ଜନଗଣନାରେ ଖର୍ଚ୍ଚ ହେବାକୁ ଥିବା ସମ୍ଭାବିତ ଧନରାଶିର ପରିମାଣ ବାବଦରେ ସବିଶେଷ ତଥ୍ୟ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ୨୦୨୧ ଜନଗଣନା କରିବା ପାଇଁ ସରକାର ୮୭୫୪.୨୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି।