Artificial Rain: କିପରି ହେବ କୃତ୍ରିମ ବର୍ଷା? କେତେ ଟଙ୍କା ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
Advertisement
Article Detail0/zeeodisha/odisha1952349

Artificial Rain: କିପରି ହେବ କୃତ୍ରିମ ବର୍ଷା? କେତେ ଟଙ୍କା ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ବାୟୁ ପ୍ରଦୂଷଣ। ଅନିୟନ୍ତ୍ରିତ ହୋଇଉଠିଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବେ ରାଜ୍ୟରେ କୃତ୍ରିମ ବର୍ଷା କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଜଣାଇଛନ୍ତି।

Artificial Rain: କିପରି ହେବ କୃତ୍ରିମ ବର୍ଷା? କେତେ ଟଙ୍କା ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Delhi Artificial Rain Cost and Process: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ବାୟୁ ପ୍ରଦୂଷଣ। ଅନିୟନ୍ତ୍ରିତ ହୋଇଉଠିଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବେ ରାଜ୍ୟରେ କୃତ୍ରିମ ବର୍ଷା କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଜଣାଇଛନ୍ତି। ଯଦି ଏହି ଯୋଜନା ସଫଳ ହୁଏ ତାହେଲେ ଦିଲ୍ଲୀ ବାସିନ୍ଦା ପ୍ରଥମ ଥର ପାଇଁ କୃତ୍ରିମ ବର୍ଷା ଦେଖିବାକୁ ପାଇବେ। ଯଦିଓ କୃତ୍ରିମ ବର୍ଷା ଦେଖିବା ଦିଲ୍ଲୀ ଲୋକଙ୍କ ପାଇଁ ଏକ ନୂତନ ଅନୁଭୂତି ହେବ। ମାତ୍ର ଚୀନ୍, ଆମେରିକା, ଇସ୍ରାଏଲ୍ ଏବଂ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶରେ ଏପରି ଜ୍ଞାନକୌଶଳ ଦୀର୍ଘ ଦିନ ଧରି ବ୍ୟବହୃତ ହୋଇଆସୁଛି। ଯାହାର ଲାଭ ମଧ୍ୟ ସେହି ଦେଶକୁ ମିଳିସାରିଛି। ଆମ ଦେଶରେ ଅନେକ ଦାକ୍ଷିଣାତ୍ୟ ରାଜ୍ୟରେ ଏଭଳି କୃତ୍ରିମ ବର୍ଷା କରାଯାଇଛି।

କିପରି ହୋଇଥାଏ କୃତ୍ରିମ ବର୍ଷା?
କୃତ୍ରିମ ବର୍ଷା କରିବା ପାଇଁ ସର୍ବପ୍ରଥମେ କ୍ଲାଉଡ୍ ସେଡିଂ (Cloud Seeding for Artificial Rain) କରାଯାଏ। ଅର୍ଥାତ କୃତ୍ରିମ ବର୍ଷା କରିବା ପାଇଁ ନକଲି ବାଦଲ (Fake Clouds for Artificial Rain) ପ୍ରସ୍ତୁତ କରାଯାଏ। ଏନେଇ ଏକ ବିମାନ ସାହାଯ୍ୟରେ ପୂର୍ବରୁ ଭାସୁଥିବା ହାଲୁକା ମେଘ ମଧ୍ୟରେ ସିଲଭର ଆୟୋଡିଡ୍ ନାମକ ଏକ ରାସାୟନିକ ପଦାର୍ଥ (Silver Iodide Chemical) ସିଞ୍ଚନ କରାଯାଏ। ଏପରି କରିବା ଦ୍ୱାରା ସିଲଭର ଆୟୋଡିଡ୍ ଚାରିପାଖରେ ଆର୍ଦ୍ରତା ଜମା ବୁନ୍ଦା ଗଠନ ହେବା ଆରମ୍ଭ ହୋଇଥାଏ। ଯେତେବେଳେ ଏହି ବୁନ୍ଦା (କୃତ୍ରିମ ବର୍ଷା ପ୍ରକ୍ରିୟା) ଭାରୀ ହୋଇଯାଏ, ସେତେବେଳେ ଏହି ବୁନ୍ଧା ଏହାର ଓଜନ ସହ୍ୟ କରି ପାରେନାହିଁ। ଯାହା ପରେ ବର୍ଷା ଆରମ୍ଭ ହୋଇଥାଏ। ଏପରି ପ୍ରଯୁକ୍ତିବିଦ୍ୟା ମଧ୍ୟ ମଧ୍ୟ ପୂର୍ବ ଏବଂ ଚୀନ ଭଳି ଦେଶରେ ପ୍ରଦୂଷଣର ମୁକାବିଲା (Artificial Rain for Pollution Control) କରିବା ପାଇଁ ବ୍ୟବହୃତ ହୋଇସାରିଛି।

କେଉଁ ପ୍ରସ୍ତୁତି କରିବା ଆବଶ୍ୟକ?
ଯେକୌଣସି ସ୍ଥାନରେ କୃତ୍ରିମ ବର୍ଷା କରିବାକୁ ହେଲେ (Process of Artificial Rain) ଏକ ବିମାନ ନିୟୋଜିତ କରିବାକୁ ହୋଇଥଏ। ଯେଉଁଥିରେ ସ୍ୱତନ୍ତ୍ର ଧରଣର ଉପକରଣ ଲଗାଯାଇଥାଏ। ସେହି ଉପକରଣ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ ହୋଇଥାଏ। ଏହା ପରେ ବିମାନ ସେହି ସହର କିମ୍ବା ଅଞ୍ଚଳ ଉପରେ ଉଡ଼ାଣ ଭରି ଏହାକୁ ସିଞ୍ଚନ କରିଥାଏ। ଏହି ସମସ୍ତ ପ୍ରକ୍ରିୟା ଦିଲ୍ଲୀ ଠାରେ କାର୍ଯ୍ୟକାରୀ କରାଯିବ। ଯେହେତୁ ଦିଲ୍ଲୀ ହେଉଛି ରାଷ୍ଟ୍ରୀୟ ରାଜଧାନୀ ଯେଉଁଠାରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସଦ ଏବଂ ସୁପ୍ରିମକୋର୍ଟ ଭଳି ବଡ଼ ଅନୁଷ୍ଠାନ ଅବସ୍ଥିତ ରହିଛି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ହେଲେ ଦିଲ୍ଲୀ ସରକାରଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏବଂ ଗୃହ ମନ୍ତ୍ରଣାଳୟ ପାଖରୁ ଅନୁମତି ନେବାକୁ ହେବ। ଏହି ଯୋଜନା କେବଳ ସେଠାରୁ No Objection Certificate ପାଇବା ପରେ ଆଗକୁ ବଢିବ। 

କୃତ୍ରିମ ବର୍ଷା ପାଇଁ କେତେ ଟଙ୍କା ହେବ ଖର୍ଚ୍ଚ? 
କୃତ୍ରିମ ବର୍ଷା କରିବା ଏକ ମହଙ୍ଗା କାରବାର (Cost of Artificial Rain) ଭାବରେ ବିବେଚନା କରାଯାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏନେଇ ଏକ ବିମାନ ନିୟୋଜିତ କରିବାକୁ ହୋଇଥାଏ। ଯେଉଁଥିରେ ରାସାୟନିକ ସିଞ୍ଚନ ପାଇଁ ସ୍ୱତନ୍ତ୍ର ଉପକରଣ ଲଗାଯାଇଥାଏ। ଏପରି କାର୍ଯ୍ୟରେ ବହୁତ ଅର୍ଥ ଖର୍ଚ୍ଚ ହୋଇଥାଏ। ଏହା ପରେ ରାସାୟନିକ ସିଞ୍ଚନ ଲାଗି ଘଣ୍ଟା ପ୍ରତି ୨ ଲକ୍ଷରୁ ୫ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ସତ୍ତ୍ୱେ ଯେବେ ପବନ ଏହାର ଗତି ପଥ ପରିବର୍ତ୍ତନ କରିଥାଏ ସେବେ ଏହି ଯୋଜନା ବିଫଳ ହୋଇଥାଏ।