Himachal Politics: କିପରି ମୁଖ୍ୟମନ୍ତ୍ରୀ ଦୌଡରେ ବାଜି ମାରିନେଲେ ସୁଖବିନ୍ଦର ସିଂହ ସୁଖୁ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1481727

Himachal Politics: କିପରି ମୁଖ୍ୟମନ୍ତ୍ରୀ ଦୌଡରେ ବାଜି ମାରିନେଲେ ସୁଖବିନ୍ଦର ସିଂହ ସୁଖୁ, ଜାଣନ୍ତୁ କାରଣ

Himachal Pradesh CM: ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀ ଦୌଡ। ଯେଉଁଥିରେ ସାମିଲ ହୋଇଥିଲେ ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂହ, ଦଳୀୟ ପ୍ରଚାର ସମିତି ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁଖୁ ଏବଂ ୧୩ ତମ ବିଧାନସଭାରେ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ। କୁହାଯାଉଥିଲା ଯେ ହିମାଚଳ ମୁଖ୍ୟମନ୍ତ୍ରୀ ପଦ କେବଳ ପ୍ରତିଭା ସିଂହଙ୍କୁ ମିଳିପାରେ। ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥିବା ପ୍ରତିଭା ସିଂହ ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ। ହେଲେ ଶେଷରେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂହ ସୁଖୁ ନାମରେ ମୋହର ମାରିଥିଲେ।  

Himachal Politics: କିପରି ମୁଖ୍ୟମନ୍ତ୍ରୀ ଦୌଡରେ ବାଜି ମାରିନେଲେ ସୁଖବିନ୍ଦର ସିଂହ ସୁଖୁ, ଜାଣନ୍ତୁ  କାରଣ

Himachal Pradesh CM Race: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା  ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିଛି କଂଗ୍ରେସ। ଆଉ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ୪ ଥରର ବିଧାୟକ ସୁଖବିନ୍ଦର ସିଂହ ସୁଖୁ। ରବିବାର ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ସମାରୋହ। ଏହି ଅବସରରେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ କଂଗ୍ରେସ ନେତା। ଏହା ସହିତ କଂଗ୍ରେସ ନେତା ମୁକେଶ ଅଗ୍ନିହୋତ୍ରୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। 

୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀ ଦୌଡ। ଯେଉଁଥିରେ ସାମିଲ ହୋଇଥିଲେ ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂହ, ଦଳୀୟ ପ୍ରଚାର ସମିତି ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁଖୁ ଏବଂ ୧୩ ତମ ବିଧାନସଭାରେ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ। କୁହାଯାଉଥିଲା ଯେ ହିମାଚଳ ମୁଖ୍ୟମନ୍ତ୍ରୀ ପଦ କେବଳ ପ୍ରତିଭା ସିଂହଙ୍କୁ ମିଳିପାରେ। ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥିବା ପ୍ରତିଭା ସିଂହ ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ। ହେଲେ ଶେଷରେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂହ ସୁଖୁ ନାମରେ ମୋହର ମାରିଥିଲେ।  

ସୁଖବିନ୍ଦର ସିଂହ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ଅନେକ କାରଣ ରହିଛି। ତାହା ହେଉଛି ସେ ଏକ ସାଧାରଣ ପରିବାରରୁ ଆସିଛନ୍ତି। ରାଜନୀତିରେ ତାଙ୍କର କେହି ଅଭିଭାବକ ନାହାଁନ୍ତି। ଅନ୍ୟପଟେ ବୀରଭଦ୍ର ସିଂହଙ୍କ ପରିବାର ହେଉଛନ୍ତି ରାଜ ପରିବାର। କଂଗ୍ରେସ ନେତା ସୁଖୁ ହିମାଚଳ ରାଜନୀତିରେ ନିଜେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ପିତା ଜଣେ ବସ୍ ଚାଳକ ଥିଲେ।  ରାଜନୀତିକୁ ଆସିବା ସମୟରେ ଏହି କଂଗ୍ରେସ ନେତା ଜଣଙ୍କ ରାଜଧାନୀ ସିମଲା ଠାରେ ଏକ ଛୋଟ ଦୁଗ୍ଧ କାଉଣ୍ଟର ଚଳାଉଥିଲେ।

କଂଗ୍ରେସ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ଛାତ୍ର ସଙ୍ଗଠନରୁ ସୁଖବିନ୍ଦର ସିଂହ ସୁଖୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଛାତ୍ର ରାଜନୀତି ସମୟରେ ସେ ଛାତ୍ରଙ୍କ ମଧ୍ୟରେ ସେ ଏକ ଜବରଦସ୍ତ ସ୍ଥାନ ପାଇଥିଲେ। କଂଗ୍ରେସ ଦଳରେ ସେ ଜଣେ ଫାୟାରବ୍ରାଣ୍ଡ ନେତା ଭାବେ ସ୍ୱୀକୃତି ପାଇଥିଲେ। ଏହା ପରେ ସେ ଧୀରେ ଧୀରେ ଜଣେ ଶକ୍ତିଶାଳୀ ଯୁବ ନେତା ଭାବେ ଉଭା ହେଲେ। ୧୯୮୮ ମସିହାରେ ସୁଖବିନ୍ଦର ସିଂ ସୁଖୁ ଅଖିଳ ଭାରତୀୟ ଛାତ୍ର ସଙ୍ଗଠନ ରାଜ୍ୟ ଶାଖା ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ୧୯୯୫ ମସିହାରେ ସୁଖିୁ ହିମାଚଳ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ।

ସୁଖବିନ୍ଦର ସିଂହ ସୁଖୁ ପ୍ରାୟ ଏକ ଦଶନ୍ଧି ଧରି ହିମାଚଳ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଥିଲେ। ଗତ ୨୦୦୩ ହିମାଚଳ ବିଧାନସଭା ନିର୍ବାଚନରେ ସେ ରାଜ୍ୟର ନାଦୌନ ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୭ ନିର୍ବାଚନରେ ସୁଖୁ  ନାଦୌନ ଆସନ ବଜାୟ ରଖିବାରେ ସଫଳ ହୋଇଥିଲେ। ସେହିପରି ୨୦୧୨ ବିଧାନସଭା ନିର୍ବାଚନରେ  ପ୍ରଥମ ପରାଜୟ ବରଣ କରିଥିଲା କଂଗ୍ରେସ ନେତା ସୁଖୁ। ଏହା ପରେ ୨୦୧୩ ବର୍ଷରେ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପ୍ରାୟ ୬ ବର୍ଷ ଧରି ରାଜ୍ୟ କଂଗ୍ରେସ ସଭାପତି ରୂପେ କାର୍ଯ୍ୟକାରୀ ଥିଲେ। ଏହା ପରେ ୨୦୧୭ ଏବଂ ୨୦୨୨ ବିଧାନସଭାରେ ପୁନର୍ବାର ବିଜୟ ଲାଭ କରିଥିଲେ। 

ନିଜର ରାଜନୈତିକ ଜୀବନରେ ୪ ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ନେତା ସୁଖୁ ୨ ଥର ସିମଲା ନଗର ନିଗମ ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ୪୦ ବର୍ଷର ରାଜନୈତିକ ଜୀବନରେ କଂଗ୍ରେସ ନେତା ସୁଖୁ ଦଳୀୟସରକାର ଏବଂ ୬ ଥର ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିବା ବୀରଭଦ୍ରା ସିଂହଙ୍କ ସହ ଟକ୍କର ଦେବାକୁ କୁଣ୍ଠାବୋଧ କରିନଥିଲେ। ସମୟ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ବୀରଭଦ୍ରଙ୍କ ସହ ମୁହାଁମୁହିଁ ହେବାକୁ ପଛାଇ ନଥିଲେ। ହିମାଚଳ ପ୍ରଦେଶରେ କେବଳ ପାହାଡ଼ରୁ ଆସୁଥିବା ବ୍ୟକ୍ତି ସର୍ବଦା ମୁଖ୍ୟମନ୍ତ୍ରୀ ହୋଇଆସୁଛନ୍ତି। ସୁଖବିନ୍ଦର ସିଂହ ସୁଖୁ ହେଉଛନ୍ତି ହମିରପୁର ଜିଲ୍ଲା ବାସିନ୍ଦା। ଏଭଳି ପରିସ୍ଥିତିରେ ପାର୍ଟି ହାଇକମାଣ୍ଡ ମଧ୍ୟ ଏହି ଧାରାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏସବୁ ବ୍ୟତୀତ ରାହୁଲ ଗାନ୍ଧୀଙ୍କ ସହ ସୁଖଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଛି। ଏହି ନିର୍ବାଚନରେ ​​ସେ ପ୍ରିୟଙ୍କା ଗାନ୍ଧୀଙ୍କ ବିଶ୍ୱାସ ଜିତିବା ପାଇଁ କାର୍ଯ୍ୟ କରିଥିଲେ।