Himachal Pradesh Election 2022: ପ୍ରକାଶ ପାଇଲା Exit Poll, ଭାଙ୍ଗିବ କି ୩୭ ବର୍ଷର ପରମ୍ପରା?
Advertisement

Himachal Pradesh Election 2022: ପ୍ରକାଶ ପାଇଲା Exit Poll, ଭାଙ୍ଗିବ କି ୩୭ ବର୍ଷର ପରମ୍ପରା?

Himachal Pradesh Politics: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ କରାଯାଇଛି ସର୍ଭେ।  ଏଥର ରାଜ୍ୟରେ ପୁନର୍ବାର ବିଜେପି ସରକାର ଗଠନ କରୁଥିବା  ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଉଛି। ଯଦି ବିଜେପି ଏହି ପାହାଡ଼ି ରାଜ୍ୟରେ ପୁଣି ଥରେ ସରକାର ଗଠନ କରେ ତାହେଲେ ବିଗତ ୩୭ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାରେ ଲାଗିବ ବ୍ରେକ। ଏହାର କାରଣ ହେଉଛି ଗତ ୧୯୮୫ ମସିହା ଠାରୁ ରାଜ୍ୟରେ କୌଣସି ଦଳ ଲଗାତାର ୨ ଥର କ୍ଷମତାକୁ ଫେରିନାହିଁ।

Himachal Pradesh Election 2022: ପ୍ରକାଶ ପାଇଲା Exit Poll, ଭାଙ୍ଗିବ କି  ୩୭ ବର୍ଷର ପରମ୍ପରା?

Himachal Pradesh Exit Poll 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପରେ ପ୍ରକାଶ ପାଇଛି ଏକଜିଟ୍ ପୋଲ ରିପୋର୍ଟ। ଏକଜିଟ୍ ପୋଲ ଫଳାଫଳରେ ରାଜ୍ୟର ବିଜେପି ସରକାର ଗଠନ କରୁଥିବା ଜଣାପଡ଼ିଛି। ଡିସେମ୍ବର ୫ ତାରିଖ ସୋମବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ଫଳାଫଳ ବଦଳିବ ନା ନାହିଁ, ତାହା ୮ ଡିସେମ୍ବରରେ ସ୍ପଷ୍ଟ ହୋଇଯିବ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗତ ୧୨ ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା ମତଦାନ। ରାଜ୍ୟର ମୋଟ ୬୮ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଭୋଟଗ୍ରହଣ। ଏହି ନିର୍ବାଚନରେ ୭୬  ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ କରାଯାଇଛି ସର୍ଭେ।  ଏଥର ରାଜ୍ୟରେ ପୁନର୍ବାର ବିଜେପି ସରକାର ଗଠନ କରୁଥିବା  ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଉଛି। ଯଦି ବିଜେପି ଏହି ପାହାଡ଼ି ରାଜ୍ୟରେ ପୁଣି ଥରେ ସରକାର ଗଠନ କରେ ତାହେଲେ ବିଗତ ୩୭ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାରେ ଲାଗିବ ବ୍ରେକ। ଏହାର କାରଣ ହେଉଛି ଗତ ୧୯୮୫ ମସିହା ଠାରୁ ରାଜ୍ୟରେ କୌଣସି ଦଳ ଲଗାତାର ୨ ଥର କ୍ଷମତାକୁ ଫେରିନାହିଁ।

ହିମାଚଳ ପ୍ରଦେଶ ରାଜନୀତିରେ ୨ ଜାତୀୟ ଦଳ ବିଜେପି-କଂଗ୍ରେସ ୫-୫ ବର୍ଷ ଧରି ପର୍ଯ୍ୟାୟକ୍ରମେ ସରକାର ଗଠନ କରି ଆସୁଛନ୍ତି। ୧୯୮୫ ମସିହା ପର ଠାରୁ କୌଣସି ଲଗାତାର ରାଜ୍ୟରେ ୨ ଥର ଲାଗି ସରକାର ଗଠନ କରିନାହିଁ। ଗତ ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରି ସରକାର ଗଠନ କରିଥିଲା। ହେଲେ ଏଥର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବିଜେପି ବ୍ୟତୀତ ଆମ ଆଦମୀ ପାର୍ଟି ମଧ୍ୟ ଏହି ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିଛି। ମୋଟ ୬୮ ଆସନ ହିମାଚଳ ପ୍ରଦେଶ ବିଧାନସଭାରେ ସରକାର ଗଠନ କରିବା କୌଣସି ଲାଗି କୌଣସି ଦଳକୁ ୩୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଜାଣନ୍ତୁ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ କେଉଁ ଦଳ କେତେ ଆସନ ପାଇବ?

  • Zee News Barc ଏକଜିଟ୍ ପୋଲ ରିପୋର୍ଟ  ଅନୁସାରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ସହିତ ରାଜ୍ୟର ସରକାର ଗଠନ କରୁଛି। ଏହି ନିର୍ବାଚନରେ ବିଜେପି ୩୫-୪୦, କଂଗ୍ରେସ ୨୦-୨୫ ଏବଂ ଆପ୍  ୦-୩ ସିଟ୍ ପାଉଥିବା ଦର୍ଶାଇଛି ଏକଜିଟ୍ ପୋଲ।
  • Republic PMARQ ଏକଜିଟ୍ ପୋଲ ଅନୁସାରେ ବିଜେପି ୩୪-୩୯, କଂଗ୍ରେସ ୨୮-୩୩ ଏବଂ ଆପ୍ ୦-୧ ସିଟ୍ ପାଇପାରେ।
  • India Today- Axis My India ଏକଜିଟ୍ ପୋଲ ଅନୁସାରେ ବିଜେପି ୨୪-୩୪ କଂଗ୍ରେସ ୩୦-୪୦, ଆପ୍ ୦-୩, ଅନ୍ୟ ଦଳ ଖାତାରେ ୪-୮ ସିଟ୍ ଯାଇପାରେ।
  • TV9 ଏକଜିଟ୍ ପୋଲ ଅନୁସାରେ  ବିଜେପି ୩୩, କଂଗ୍ରେସ ୩୧, ଆପ୍ ୦ ଏବଂ ଅନ୍ୟ ଦଳ ଖାତାରେ ୪ ସିଟ୍ ଯାଇପାରେ।
  • Jan ki Baat ଏକଜିଟ୍ ପୋଲ ଅନୁସାରେ ବିଜେପି ୩୨-୪୦, କଂଗ୍ରେସ ୨୭-୩୪, ଆପ୍ ୦ ଏବଂ ଅନ୍ୟ ଦଳ ଖାତାରେ ୧-୨ ସିଟ୍ ଯାଇପାରେ।
  • ETG-TNN ଏକଜିଟ୍ ପୋଲ ଅନୁସାରେ ବିଜେପି ୩୮, କଂଗ୍ରେସ ୨୮, ଆପ୍ ୦ ଏବଂ ଅନ୍ୟ ଦଳ ଖାତାରେ ୨ ସିଟ୍ ଯାଇପାରେ।
  • Todays Chanakya ଏକଜିଟ୍ ପୋଲ ଅନୁସାରେ ବିଜେପି ୩୩, କଂଗ୍ରେସ ୩୩ ଏବଂ ଅନ୍ୟ ଦଳ ଖାତାରେ ୨ ସିଟ୍ ଯାଇପାରେ।