Himachal Pradesh Assembly Election: କିଏ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଏହି ୩ ନାମ
Advertisement

Himachal Pradesh Assembly Election: କିଏ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଏହି ୩ ନାମ

Himachal Pradesh Next CM: ଦେଶର ସବୁଠାରୁ ପୁରାତନ ଦଳକୁ ଏହି ବିଧାନସଭା ନିର୍ବାଚନରେ ୪୦ଟି ଆସନ ମିଳିଛି । ଏହାସହ ଦଳକୁ ୪୩.୯୦ ପ୍ରତିଶତ ଭୋଟ୍ ମିଳିଛି । ବର୍ତ୍ତମାନ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଆଲୋଚନା ଜୋର ଧରିଛି । ଏହି ମୁଖ୍ୟମନ୍ତ୍ରୀଙ୍କ ରେସରେ ୩ ଜଣଙ୍କ ନାମ ଆଗରେ ରହିଛି । ଯେଉଁଥିରେ ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ଏବଂ ପ୍ରତିଭା ସିଂଙ୍କ ନାମ ସାମିଲ ରହିଛି ।

Himachal Pradesh Assembly Election: କିଏ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଏହି ୩ ନାମ

Himachal Pradesh Assembly Election Results 2022 Himachal Pradesh CM: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​କଂଗ୍ରେସ (Congress) ବିରାଟ ବିଜୟ ହାସଲ କରିଛି । ଦେଶର ସବୁଠାରୁ ପୁରାତନ ଦଳକୁ ଏହି ବିଧାନସଭା ନିର୍ବାଚନରେ ୪୦ଟି ଆସନ ମିଳିଛି । ଏହାସହ ଦଳକୁ ୪୩.୯୦ ପ୍ରତିଶତ ଭୋଟ୍ ମିଳିଛି । ବର୍ତ୍ତମାନ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଆଲୋଚନା ଜୋର ଧରିଛି । ଏହି ମୁଖ୍ୟମନ୍ତ୍ରୀଙ୍କ ରେସରେ ୩ ଜଣଙ୍କ ନାମ ଆଗରେ ରହିଛି । ଯେଉଁଥିରେ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu), ମୁକେଶ ଅଗ୍ନିହୋତ୍ରୀ (Mukesh Agnihotri) ଏବଂ ପ୍ରତିଭା ସିଂ (Pratibha Singh) ଙ୍କ ନାମ ସାମିଲ ରହିଛି । ଯଦିଓ ପ୍ରତିଭା ସିଂ ଜଣେ ସାଂସଦ ଓ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି । 

ଅନ୍ୟପଟେ ସୁଖବିନ୍ଦର ସିଂ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀ ନିଜ ନିଜ ଆସନରେ ବିଜୟ ହାସଲ କରିଛନ୍ତି । ଅନ୍ୟ ଦୁଇ ନେତା ଆଶା କୁମାରୀ ଓ କୌଲ୍ ସିଂ ଠାକୁର ରେସରୁ ପ୍ରାୟ ବାହାରି ଯାଇଛନ୍ତି । ଆଶା କୁମାରୀ ଡାଲହୌଜରୁ ୬ ଥର ବିଧାୟକ ରହିଛନ୍ତି । କିନ୍ତୁ ସେ ନିଜ ଆସନକୁ ବଞ୍ଚାଇପାରି ନାହାଁନ୍ତି । ୮ ଥର ବିଧାୟକ କୋଲ୍ ସିଂ ଠାକୁର ମଧ୍ୟ ମାଣ୍ଡିର ଡ୍ରାଙ୍ଗ ଅଞ୍ଚଳରୁ ହାରିଯାଇଛନ୍ତି ।

ଶୁକ୍ରବାର ଅର୍ଥାତ ଡିସେମ୍ୱର ୯ରେ କଂଗ୍ରେସ ତରଫରୁ ରାଜଧାନୀ ଶିମଲାରେ ହିମାଚଳ ପ୍ରଦେଶରେ ନିଜର ନୂତନ ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ଡକାଯାଇଛି । ଏହି ବୈଠକରେ କଂଗ୍ରେସ ହାଇକମାଣ୍ଡଙ୍କୁ ବିଧାୟକ ଦଳର ନେତା ବାଛିବା ପାଇଁ ଅଧିକାର ଦେଇ ଏକ ସଂକଳ୍ପ ପାରିତ ହୋଇପାରେ । ଏହାପୂର୍ବରୁ ଦଳ ଏହାର ସମସ୍ତ ବିଧାୟକଙ୍କୁ ଚଣ୍ଡିଗଡ଼କୁ ଡାକିଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ​​ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇବା ପରେ କଂଗ୍ରେସ ନିଜର କାର୍ଯ୍ୟକ୍ରମ ବଦଳାଇ ଦେଇଥିଲା । ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ପ୍ରଭାରୀ ଥିବା ରାଜୀବ ଶୁକ୍ଲା କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ପାଇଥିବାରୁ କଂଗ୍ରେସ ଖୁସି ଅଛି । '୧୦ ଗ୍ୟାରେଣ୍ଟି 'ପୂରଣ କରିବା ଓ ଲୋକଙ୍କୁ ଉନ୍ନତ ଶାସନ ଯୋଗାଇବା ପାଇଁ କଂଗ୍ରେସ ସବୁକିଛି କରିବ ବୋଲି ସେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଯେ କଂଗ୍ରେସ କାହାକୁ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କରିବ । ଏହି ରେସରେ ସବୁଠାରୁ ଆଗରେ ୩ ଜଣ ପ୍ରତିଭା ସିଂ, ସୁଖବିନ୍ଦର ସିଂ ସୁଖୁ ଏବଂ ମୁକେଶ ଅଗ୍ନିହୋତ୍ରୀଙ୍କ ନାମ ରହିଛି ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର

୧. ପ୍ରତିଭା ସିଂ

ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂ ହେଉଛନ୍ତି ପୂର୍ବତନ ସିଏମ୍ ବୀରଭଦ୍ର ସିଂଙ୍କ ପତ୍ନୀ । ମାଣ୍ଡି ଲୋକସଭା ଆସନରୁ ସାଂସଦ ପ୍ରତିଭା ସିଂ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି । କିନ୍ତୁ ବୀରଭଦ୍ର ସିଂଙ୍କ ଉତ୍ତରାଧିକାରୀ ଭାବରେ ସେ ସିଏମ ପଦ ପାଇଁ ଦାବି କରିପାରନ୍ତି । କାରଣ ସମଗ୍ର ନିର୍ବାଚନୀ ଅଭିଯାନରେ କଂଗ୍ରେସ ରାଜା ବୀରଭଦ୍ରଙ୍କ ଚେହେରା ବ୍ୟବହାର କରିଥିଲା ।

୨. ସୁଖବିନ୍ଦର ସିଂ ସୁକ୍ଖୁ

ପୂର୍ବତନ ପ୍ରଦେଶାଧ୍ୟକ୍ଷ ରହିଥିବା ସୁଖବିନ୍ଦର ସିଂ ସୁକ୍ଖୁଙ୍କୁ ଏଥର ପ୍ରଚାର କମିଟିର ମୁଖ୍ୟ କରାଯାଇଥିଲା । ସୁକ୍ଖୁ ରାହୁଲ ଗାନ୍ଧୀଙ୍କ ପସନ୍ଦ ବୋଲି ମନେ କରାଯାଏ । ତେବେ ରାଜା ବୀରଭଦ୍ରଙ୍କ ସହ ତାଙ୍କର ମତଭେଦ ରହିଥିଲା । କୁହାଯାଏ ଯେ ପ୍ରତିଭା ସିଂ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରିବେ । ସୁଖବିନ୍ଦର ସିଂ ସୁକ୍ଖୁ ହମିରପୁର ଜିଲ୍ଲାର ନାଦୌନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଏହି ଆସନରୁ ଜିତଛନ୍ତି । ଏହାସହ ସେ ଚତୁର୍ଥ ଥର ପାଇଁ ବିଧାୟକ ହୋଇ ବିଧାନସଭା ପହଞ୍ଚିଛନ୍ତି ।

ଏହା ବି ପଢ଼ନ୍ତୁ:-ବିରାଟ କୋହଲି ୮ ବର୍ଷ ପରେ ନିଜ କ୍ୟାରିୟରରେ ନେଲେ ଏହି ବଡ଼ ପଦକ୍ଷେପ, ଆପଣ ବି ଜାଣିଲେ ହୋଇଯିବେ ଚକିତ

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଭୁଲରେ ବି ସେବନ କରନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ଯୌନ ଜୀବନ ହୋଇଯିବ ଖରାପ

ଏହା ବି ପଢ଼ନ୍ତୁ:-ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହିଞ୍ଚିଲେ ଏହି ୮ଟି ଦଳ, କିଏ କାହାକୁ ଦେବ ଟକ୍କର; ଦେଖନ୍ତୁ ପୂରା ଶେଡ୍ୟୁଲ୍

୩. ମୁକେଶ ଅଗ୍ନିହୋତ୍ରୀ

ବିରୋଧୀ ଦଳର ବର୍ତ୍ତମାନର ନେତା ମୁକେଶ ଅଗ୍ନିହୋତ୍ରୀ ପୂର୍ବରୁ ରାଜ ବୀରଭଦ୍ର ସିଂ ସରକାରରେ ମନ୍ତ୍ରୀ ଥିଲେ । ପ୍ରତିଭା ସିଂଙ୍କ ନିକଟତର ବୋଲି ମନେ କରାଯାଏ ଓ କୁହାଯାଉଛି ଯେ ରାଜ୍ୟ ସଭାପତି ତାଙ୍କ ନାମକୁ ସିଏମ୍ ଭାବରେ ପଠାଇ ପାରନ୍ତି । କିନ୍ତୁ ଜଣେ ବ୍ରାହ୍ମଣ ହେବା ଅଗ୍ନିହୋତ୍ରୀଙ୍କ ରାଜନୈତିକ ଦୁର୍ବଳତା ଭାବରେ ଦେଖାଯାଏ । ୪ ଥର ବିଧାୟକ ଅଗ୍ନିହୋତ୍ରୀ ଉନା ଜିଲ୍ଲାର ହରୋଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ଆସନରୁ ବିଜୟ ହାସଲ କରିଛି ।