ସରିଲା UP ବିଧାନସଭା ନିର୍ବାଚନ; ଗାଏବ ହୋଇଗଲା ହିଜାବ ପ୍ରସଙ୍ଗ
Advertisement

ସରିଲା UP ବିଧାନସଭା ନିର୍ବାଚନ; ଗାଏବ ହୋଇଗଲା ହିଜାବ ପ୍ରସଙ୍ଗ

ନିର୍ବାଚନ ବେଳେ ହିଜାବ ଏପରି ଏକ ପ୍ରସଙ୍ଗ ହୋଇଗଲା ଯେ ଯାହାକୁ ମୁସଲମାନ ଏବଂ ଅଣ-ମୁସଲମାନଙ୍କ ପରିଚୟ ପାଲଟିଗଲା।

ସରିଲା UP ବିଧାନସଭା ନିର୍ବାଚନ; ଗାଏବ ହୋଇଗଲା ହିଜାବ ପ୍ରସଙ୍ଗ

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ରାଜନୈତିକ ମହଲରେ ଚର୍ଚ୍ଚାର ପରିସରରେ ଥିଲା ହିଜାବ ବିବାଦ। ମାତ୍ର ଏହି ନିର୍ବାଚନର ଫଳାଫଳ ଆସିବା ପରେ କର୍ଣ୍ଣାଟକର ଉଡୁପି ଜିଲ୍ଲାର ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ପରିସରକୁ ଗାଏବ ହୋଇଯାଇଛି। ନିର୍ବାଚନ ବେଳେ ଏହି ପ୍ରସଙ୍ଗର ଭରପୂର ଫାଇଦା ଉଠାଇଥିଲେ ବିଭିନ୍ନ ଦଳ। 

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ହିଜାବ ବିବାଦ ଏଭଳି ଏକ ପ୍ରସଙ୍ଗ ପାଲଟି ଯାଇଥିଲା ଯେ ଯାହାକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ସାମ୍ପ୍ରଦାୟିକ ଧ୍ରୂବୀକରଣ (Religious Polarization) ରାସ୍ତାରେ ଅଗ୍ରସର ହୋଇଥିଲା। ନିର୍ବାଚନ ବେଳେ ହିଜାବ ଏପରି ଏକ ପ୍ରସଙ୍ଗ ହୋଇଗଲା ଯେ ଯାହାକୁ ମୁସଲମାନ ଏବଂ ଅଣ-ମୁସଲମାନଙ୍କ ପରିଚୟ ପାଲଟିଗଲା। ଏହି ଘଟଣା ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଅସୁରକ୍ଷିତତା ଭାବ ସୃଷ୍ଟି କରିଥିଲା। ଏହାର ଫାଇଦା ଉଠାଇ ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ତଥାକଥିତ ଧର୍ମ ନିରପେକ୍ଷ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ପ୍ରୟାସ।

Also Read: 'ଯିଏ ଘରେ ସୁରକ୍ଷିତ ନୁହେଁ ସେ ପିନ୍ଧୁ ହିଜାବ'

ଏହି ନିର୍ବାଚନରେ ହିଜାବ ବିବାଦ ରାଜ୍ୟର ମୁସଲିମ ବହୁଳ ଅଞ୍ଚଳରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ତଥାକଥିତ ଧର୍ମ ନିରପେକ୍ଷ ଦଳ ନିର୍ବାଚନ ପ୍ରଚାର କରିବା ବେଳେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ ସଂଖ୍ୟାଲଘୁ ବର୍ଗର ଭୋଟ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଥିଲେ। ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। 

ନିର୍ବାଚନ ସମୟରେ ହିଜାବ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଚର୍ଚ୍ଚାର ପରିସରକୁ ଆସିଥିଲେ ବିଜେପି ତାରକା ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ସେ କହିଥିଲେ ଯେ, "ଦେଶ ଶରିୟତ ନୁହେଁ ବରଂ ସମ୍ବିଧାନ' ଦ୍ୱାରା ପରିଚାଳିତ ହେବ।" ନିର୍ବାଚନ ପ୍ରଚାର କରିବା ବେଳେ ସେ "ଗଜୱା-ଏ-ହିନ୍ଦ" ପ୍ରସଙ୍ଗ ଉଠାଇଥିଲେ ମାତ୍ର ହିଜାବ କଥା କହିନଥିଲେ। 

Also Read: Hijab Controversy: ସମାଜବାଦୀ ପାର୍ଟି ନେତ୍ରୀଙ୍କ ଧମକ ପରେ ଜବାବ ରଖିଲେ UP CM Yogi

ଉତ୍ତର ପ୍ରଦେଶ ନିର୍ବାଚନ ଚାଲିଥିବା ସମୟରେ ରାଜ୍ୟରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଯଦିଓ ହିଜାବ ସମର୍ଥନରେ ଆସିଥିଲେ ମାତ୍ର ରାଜନୀତିରେ ଏହାର କୌଣସି ବିଶେଷ ପ୍ରଭାବ ଅନୁଭୂତ ହୋଇନଥିଲା। ଯେଉଁଠି ମୌଳବାଦୀ ମୁସଲିମ ସଙ୍ଗଠନ ଏହି ପ୍ରସଙ୍ଗକୁ ଚର୍ଚ୍ଚାର ପରିସର ମଧ୍ୟକୁ ଆଣିବା ପାଇଁ ପ୍ରୟାସ କରୁଥିଲେ ସେତେବେଳେ ଏହାର ଜବାବ ଦେବାକୁ ଅଣ୍ଟା ଭିଡ଼ିଥିଲା ହିନ୍ଦୁ ସଙ୍ଗଠନ। ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ଏହି ପ୍ରସଙ୍ଗ କୌଣସି ପ୍ରଭାବ ପକାଇଥିବା ଅନୁଭୂତ ହୋଇନଥିଲା।

Also Read: Hijab ବିବାଦ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଜମୀର ଅହମ୍ମଦ

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହିଜାବ ନାଁ ନ ନେଇ ଉତ୍ତର ପ୍ରଦେଶରେ ବିଜେପି ଲାଗି ପ୍ରଚାର କରିବା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ। ଏନେଇ ସେ କହିଥିଲେ ଯେ ଟ୍ରିପଲ ତଲାକ ମାମଲାରୁ ସ୍ୱାଧିନତା ପାଇବା ପରେ ମୁସଲିମ୍ ମହିଳା ଚୁପଚାପ୍ ବିଜେପି ପାଇଁ ଭୋଟ୍ ଦେବା ଆରମ୍ଭ କରିଛନ୍ତି। ଯଦିଓ ଧର୍ମର ଠିକାଦାର ଏହାକୁ ହଜମ କରି ପାରୁନାହାଁନ୍ତି। ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ହିଜାବ ପ୍ରସଙ୍ଗ ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ ଏକ ​​ସାମ୍ପ୍ରଦାୟିକ ଧ୍ରୂବୀକରଣ ପାଇଁ ଏକ ପ୍ରୟାସ ଥିଲା। ଯାହା ନିର୍ବାଚନ ଫଳାଫଳ ଆସିବା ପରେ ଚର୍ଚ୍ଚାର ପରିସରରୁ ଗାଏବ ହୋଇଯାଇଛି।