Gujrat Election 2022: ନିର୍ବାଚନ ପୂର୍ବରୁ ଗୁଜରାଟରେ ୟୁନିଫର୍ମ ସିଭିଲ କୋଡ୍!
Advertisement

Gujrat Election 2022: ନିର୍ବାଚନ ପୂର୍ବରୁ ଗୁଜରାଟରେ ୟୁନିଫର୍ମ ସିଭିଲ କୋଡ୍!

Gujrat Election 2022, ଗାନ୍ଧିନଗର: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟର ବିଜେପି ସରକାର ୟୁନିଫର୍ମ ସିଭିଲ କୋଡ କିମ୍ବା ୟୁସିସି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ସୂତ୍ରରୁ ପ୍ରକାଶ । ଗୁଜୁରାଟ ସରକାର ମତଦାନ ପୂର୍ବରୁ ୟୁସିସି କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେବା ଉପରେ ଏକ କମିଟି ଗଠନ ପାଇଁ  ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ।

Gujrat Election 2022: ନିର୍ବାଚନ ପୂର୍ବରୁ ଗୁଜରାଟରେ ୟୁନିଫର୍ମ ସିଭିଲ କୋଡ୍!

Gujrat Election 2022, ଗାନ୍ଧିନଗର: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟର ବିଜେପି ସରକାର ୟୁନିଫର୍ମ ସିଭିଲ କୋଡ କିମ୍ବା ୟୁସିସି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ସୂତ୍ରରୁ ପ୍ରକାଶ । ଗୁଜରାଟ ସରକାର ମତଦାନ ପୂର୍ବରୁ ୟୁସିସି କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେବା ଉପରେ ଏକ କମିଟି ଗଠନ ପାଇଁ  ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଗୁଜରାଟ ସରକାର, ବିଜେପି ଶାସିତ ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ପରାମର୍ଶ ନେଇପାରେ । 

ଗୁଜରାଟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାର ସମସ୍ତ ଦିଗକୁ ଆକଳନ କରିବାରେ ସାହାଯ୍ୟ କରିବାକୁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଏକ ସାମ୍ବିଧାନିକ କମିଟି ଗଠନ କରିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି । କେନ୍ଦ୍ର ସରକାର ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି ଦେଶରେ ଏକ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାକୁ ଯୁକ୍ତି ବାଢ଼ିଥିଲେ । କେନ୍ଦ୍ର କହିଥିଲା ଯେ, ଦେଶରେ ବିଭିନ୍ନ ଧର୍ମ ଭିନ୍ନ ଭିନ୍ନ ନିୟମ ପାଳନ କରିପାରିବେ ନାହିଁ । ତେବେ ଆଇନ ପ୍ରଣୟନ କରିବାର କ୍ଷମତା ବିଧାନସଭା ପାଇଁ ସ୍ୱତନ୍ତ୍ର ଅଟେ।

Also Read: US Midterm Elections: ଆମେରିକାରେ ପୁଣି ପଡ଼ିବ ଭୋଟ, ଚିନ୍ତାରେ ରାଷ୍ଟ୍ରପତି ବାଇଡେନ୍

କେନ୍ଦ୍ର ଅନୁଯାୟୀ, ଧର୍ମନିରପେକ୍ଷ ଆଇନର ଗୋଟିଏ ସେଟ୍ ସମସ୍ତ ଧର୍ମ ପାଇଁ ପ୍ରଯୁଜ୍ୟ ହେବା ଆବଶ୍ୟକ ଏବଂ ଏହା ସବୁ ଧର୍ମ ମଧ୍ୟରେ ଉତ୍ତରାଧିକାରୀ, ବିବାହ ଏବଂ ଛାଡପତ୍ର ଆଇନ ଉପରେ ପ୍ରଯୁଜ୍ୟ ହେବ। ଏହି ପଦକ୍ଷେପ ଏକ ପ୍ରଗତିଶୀଳ ସମାଜ ଆଡକୁ ଗତି କରିବ ବୋଲି ବିଜେପି ଯୁକ୍ତି କରିଛି। ଶିବସେନା ସମେତ ଅନେକ ଦଳ ୟୁସିସିର କାର୍ଯ୍ୟକାରିତାକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ,ଏହା ମହିଳାଙ୍କ ପାଇଁ ଉତ୍ତମ ଅଟେ । AIMIM ପରି ମୁସଲମାନ ସଂଗଠନ ଏହାକୁ ବିଭାଜନକାରୀ ନୀତି ବୋଲି କହିଥିବାବେଳେ ଏହାକୁ ବିରୋଧ କରିଛନ୍ତି।

ୟୁସିସି ନିୟମରେ ବହୁବିବାହ ପ୍ରଥାକୁ ରଦ୍ଦ କରିବା ସହିତ ମୁସଲିମ ବ୍ୟକ୍ତିଗତ ଆଇନ ପାଇଁ ଅନେକ ପରିବର୍ତ୍ତନ କରାଯାଇଛି । ଭାରତୀୟ ମୁସଲମାନମାନଙ୍କ ପାଇଁ ଏକ ଇସଲାମିକ ଆଇନ ସଂକେତ ଗଠନ କରିବା ଉଦ୍ଦେଶ୍ୟରେ ୧୯୩୭ ମସିହାରେ ମୁସଲିମ ବ୍ୟକ୍ତିଗତ ଆଇନ (Sharia) ଆବେଦନ ଅଧିନିୟମ ପାରିତ ହୋଇଥିଲା । ୟୁନିଫର୍ମ ସିଭିଲ କୋଡର ପ୍ରବର୍ତ୍ତନ ବାରମ୍ବାର ବିଜେପିର ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇଛି। ବିଜେପିର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିର୍ବାଚନ ପ୍ରତିଶୃତି ମଧ୍ୟରୁ ୟୁନିଫର୍ମ ସିଭିଲ କୋଡ ଅନ୍ୟତମ । 

Also Read: ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ବଡ଼ ଝଟକା, ଚାଲିଗଲା ବିଧାନସଭା ସଦସ୍ୟତା ପଦ

ସମ୍ପ୍ରତି, କେବଳ ଗୋଆର ନାଗରିକଙ୍କ ପାଇଁ ଏକ 'ସିଭିଲ୍ କୋଡ୍' ଅଛି । ୧୮୬୯ ମସିହାରେ, ପର୍ତ୍ତୁଗୀଜମାନେ ୟୁନିଫର୍ମ ସିଭିଲ୍ କୋଡ୍ ସୃଷ୍ଟି କରିଥିଲେ ଏବଂ ପରେ ଏହାକୁ ସେମାନଙ୍କ ଉପନିବେଶରେ ମଧ୍ୟ କାର୍ଯ୍ୟକାରୀ କରିଥିଲେ । ଗୋଆରେ ମଧ୍ୟ ଏହି ନିୟମ ୧୮୬୯ ରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ନିୟମ ଅନୁଯାୟୀ, ନାଗରିକ ପ୍ରାଧିକରଣରେ ବିବାହ ପଞ୍ଜିକୃତ ହେବା ଆବଶ୍ୟକ । ଏହା ଅଧୀନରେ, ଯଦି ଛାଡପତ୍ର ହୁଏ, ତେବେ ମହିଳା ମଧ୍ୟ ସ୍ୱାମୀଙ୍କ ସମ୍ପତ୍ତିର ଅଧା ପାଇବାକୁ ହକଦାର । ଏହା ବ୍ୟତୀତ, ପିତାମାତାଙ୍କୁ ସେମାନଙ୍କର ସମ୍ପତ୍ତିର ଅତିକମରେ ଅଧା ନିଜ ପିଲାମାନଙ୍କୁ ଦେବାକୁ ପଡିବ, ଯେଉଁଥିରେ ଝିଅମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବେ ।

ତେବେ ୟୁନିଫର୍ମ ସିଭିଲ କୋଡ୍, ହିନ୍ଦୁମାନଙ୍କୁ ଏକ ସ୍ୱାଧିନତା ଦେଇଥିଲା ଯାହାକୁ ନେଇ ବିବାଦ ଲାଗି ରହିଛି । ଏହି ୟୁନିଫର୍ମ ସିଭିଲ କୋଡରେ ମୁସଲମାନମାନଙ୍କୁ ବହୁବିବାହ କରିବାକୁ ଅନୁମତି ଦିଆଯାଇ ନାହିଁ, କିନ୍ତୁ ହିନ୍ଦୁମାନଙ୍କୁ ବିଶେଷ ପରିସ୍ଥିତିରେ ଛାଡ ଦିଆଯାଇଛି । ଯଦି ଜଣେ ହିନ୍ଦୁଙ୍କ ପତ୍ନୀ ୨୧ ବର୍ଷ ବୟସ ପଯ୍ୟନ୍ତ ଏକ ସନ୍ତାନ ପ୍ରସବ ନକରନ୍ତି କିମ୍ବା ୩୦ ବର୍ଷ ବୟସ ପର୍ଯ୍ୟନ୍ତ ପୁଅକୁ ଜନ୍ମ ନ ଦିଅନ୍ତି, ତେବେ ସେ ପୁନର୍ବାର ବିବାହ କରିପାରିବେ ।

 

-