Gujarat Politics: ନିର୍ବାଚନ ହାରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାବାସୀ ଦେଲେ ଅସାଦୁଦ୍ଦିନ ଓୱେସୀ, ଜାଣନ୍ତୁ କାରଣ
Advertisement

Gujarat Politics: ନିର୍ବାଚନ ହାରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାବାସୀ ଦେଲେ ଅସାଦୁଦ୍ଦିନ ଓୱେସୀ, ଜାଣନ୍ତୁ କାରଣ

Asaduddin Owaisi News:  ଅସାଦୁଦ୍ଦିନ ଓୱେସୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆଜାମ ଖାନ କାହିଁକି ହାରିଗଲେ? ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ କାହିଁକି ଜିତିଲେ? ଆରଏଲଡି ପ୍ରାର୍ଥୀ କାହିଁକି ଜିତିଲେ? ଏହି ପ୍ରଶ୍ନର ଉତ୍ତର ରଖି ଏଆଇଏମଆଇଏମ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବାକୁ ହେବ। କାରଣ ସେ ହିନ୍ଦୁତ୍ୱ ଦାଗ ଧରିଛନ୍ତି। ଏହାକୁ ଲୋକେ ବୁଝି ପାରୁନାହାଁନ୍ତି। 

Gujarat Politics: ନିର୍ବାଚନ ହାରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାବାସୀ ଦେଲେ ଅସାଦୁଦ୍ଦିନ ଓୱେସୀ, ଜାଣନ୍ତୁ କାରଣ

AIMIM Chief Asaduddin Owaisi: ପ୍ରକାଶ ପାଇସାରିଛି ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ବିଜେପି ଐତିହାସିକ ସଫଳତା ହାସଲ କରି ରାଜ୍ୟରେ ସପ୍ତମ ଥର ପାଇଁ ସରକାର ଗଠନ କରିଛି। ଅନ୍ୟପଟେ ଏଥର କଂଗ୍ରେସ ଆସନ ସଂଖ୍ୟା ୧୭ ହୋଇଯାଇଛି। ଅନ୍ୟପଟେ ଆମ ଆଦମୀ ପାର୍ଟି ୫ ଆସନ ଦଖଲ କରି ତୃତୀୟ ସ୍ଥାନରେ ରହିଛି ସେହିପରି ପ୍ରଥମ ଥର ଲାଗି ଗୁଜୁରାଟ ବିଧାନସଭା ନିର୍ବାଚନ ଲଢିଥିବା ଅସାଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ ଖାତା ଖୋଲିବାରେଲ ସଫଳ ହୋଇନାହିଁ। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୧୫ ଆସନରେ ନିର୍ବାଚନ ଲଢିଥିଲା। ହେଲେ ଦଳ ଗୋଟିଏ ଆସନ ମଧ୍ୟ ଜିତିବାରେ ସଫଳ ହୋଇନଥିଲା। ଏହି ନିର୍ବାଚନରେ ହାରିବା ପରେ ମଧ୍ୟ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାବାସୀ ଦେବାକୁ ପଛାଇ ନାହାଁନ୍ତି। ବର୍ତ୍ତମାନ ନିର୍ବାଚନ ସରିବା ପରେ ଏଆଇଏମଆଇଏମ ଅଧ୍ୟକ୍ଷ ରାଜନୀତିରୁ ଦୂରେଇ ଯାଇନାହାଁନ୍ତି। ଏବେ ଅସାଦୁଦ୍ଦିନ ଓୱେସୀ ବିଜେପି-କଂଗ୍ରେସ ବିରୋଧରେ ବର୍ଷିବା ଆରମ୍ଭ କରି ଦେଇଛନ୍ତି। ହେଲେ ଏଥର ଏଆଇଏମଆଇଏମ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୋଟିଏ କାମ ପାଇଁ ସାବାସୀ ଦେବାକୁ କହିଛନ୍ତି। 

ନିକଟରେ ତାଙ୍କୁ ଗଣମାଧ୍ୟମ ପକ୍ଷରୁ ସଦ୍ୟ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯେଉଁଥିରେ ଅସାଦୁଦ୍ଦିନ ଓୱେସୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆଜାମ ଖାନ କାହିଁକି ହାରିଗଲେ? ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ କାହିଁକି ଜିତିଲେ? ଆରଏଲଡି ପ୍ରାର୍ଥୀ କାହିଁକି ଜିତିଲେ? ଏହି ପ୍ରଶ୍ନର ଉତ୍ତର ରଖି ଏଆଇଏମଆଇଏମ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବାକୁ ହେବ। କାରଣ ସେ ହିନ୍ଦୁତ୍ୱ ଦାଗ ଧରିଛନ୍ତି। ଏହାକୁ ଲୋକେ ବୁଝି ପାରୁନାହାଁନ୍ତି। 

କେବଳ ଏତିକିରେ ଅଟକି ଯାଇନାହାଁନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ। ଅସାଦୁଦ୍ଦିନ ଓୱେସୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁସଲମାନଙ୍କୁ ଏହି ସ୍ୱପ୍ନ ଦେଖାଯାଉଛି ଯେ ଆପଣ ସେମାନଙ୍କୁ ପରାସ୍ତ କରିବାରକୁ ସକ୍ଷମ ହେବେ। ମୋରବୀ ଠାରେ ଘଟିଥିବା ପୋଲ ଦୁର୍ଘଟଣାରେ ୧୪୦ ଜଣ ଲୋକଙ୍କ ମୃତ୍ୟୁ ହେଲା। ହେଲେ ସେଠାରେ ବିଜେପି ଜିତିଛି। ଆମକୁ ବୁଝିବାକୁ ହେବ ଯେ ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀଭଙ୍କୁ ଯିଏ ସଂସ୍କାରୀ କହିଥିଲେ ସେ ନିର୍ବାଚନ ଜିତିଛନ୍ତି। ଏହି କଥା ଆମକୁ ବୁଝିବାକୁ ହେବ। ଆଜି ନ ହେଲେ କାଲି ଆମକୁ ଏକଥା ନିଶ୍ଚିତ ଭାବେ ବୁଝିବାକୁ ହେବ। 

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବା ବେଳେ ଅସାଦୁଦ୍ଦିନ ଓୱେସି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ଯେ ମୁସଲିମ ସମ୍ପ୍ରଦାୟ କଂଗ୍ରେସ ସହିତ ରହିଥିବା ସେମାନଙ୍କ ପ୍ରେମକୁ ଶେଷ କରିବା ଆବଶ୍ୟକ। କାରଣ କଂଗ୍ରେସ ବିଜେପି ଭଳି ଦଳକୁ ପରାସ୍ତ କରିପାରିବ ନାହିଁ। କାହିଁକି ଆପଣଙ୍କ ସହ ମୁସଲିମ ସମ୍ପ୍ରଦାୟ ପ୍ରେମ ସମ୍ପର୍କ ଗଢି ପାରୁନାହିଁ, ତାହାର ଜବାବ ରଖି ସେ କହିଛନ୍ତି ଯେ, ମୋର ମୁସଲିମ ସମ୍ପ୍ରଦାୟ ପ୍ରତି ଏକପାଖିଆ ପ୍ରେମ ରହିଛି। କଂଗ୍ରେସ ଭଳି ଦଳକୁ ଭଲ ପାଉଥିବା ମୁସଲମାନ ଭୁଲ୍ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ସେଠାରୁ ସେମାନଙ୍କୁ କିଛି ମିଳିଯିବ। ହେଲେ କଂଗ୍ରେସ ପାଖରୁ ମୁସଲମାନଙ୍କୁ କିଛି ମିଳିବ ନାହିଁ। ମୁସଲମାନଙ୍କ ମନରେ ଏକଥା ଭର୍ତ୍ତି କରି ଦିଆଯାଇଛି କେବଳ କଂଗ୍ରେସ ବିଜେପି ଭଳି ଦଳକୁ ପରାସ୍ତ କରିପାରିବ। 

ଗୁଜୁରାଟ ବିଧାନସଭା ନିର୍ବାଚନରେ  କଂଗ୍ରେସ କ'ଣ କରୁଥିଲା? କଂଗ୍ରେସ ନେତା ସମଗ୍ର ଦେଶରେ ପଦଯାତ୍ରା କରୁଛନ୍ତି? ଆମର ଦାୟିତ୍ୱ କ'ଣ ତାହା ଉପରେ ସ୍ଥିର ହେବ? ପଦଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାବାଙ୍କ ଭଳି ବୁଲୁଛନ୍ତି। କେହି ଜଣେ ଭଲ କଥା କହିଛନ୍ତି ଯେ ତାଙ୍କୁ ହିମାଚଳ ପ୍ରଦେଶ ନିମନ୍ତ୍ରଣ କରାଯିବା ଠିକ ନୁହେଁ। ନଚେତ୍ ସେଠାରେ ମଧ୍ୟ କଂଗ୍ରେସ ହାରି ଯାଇଥାନ୍ତା।