Gujarat Elections 2022: 'ବିଜେପିରୁ ଟଙ୍କା ନିଅ ଓ କାମ AAP ପାଇଁ କର'
Advertisement
Article Detail0/zeeodisha/odisha1333726

Gujarat Elections 2022: 'ବିଜେପିରୁ ଟଙ୍କା ନିଅ ଓ କାମ AAP ପାଇଁ କର'

Arvind Kejriwal On BJP leaders: ଦୁଇ ଦିନିଆ ଗୁଜରାଟ ଗସ୍ତର ଶେଷ ଦିନରେ ଅରବିନ୍ଦ କେଜ୍ରିୱାଲ ରାଜକୋଟରେ ଏକ ସାମ୍ବାଦିକ ସମ୍ମିଳନୀକୁ (Press Conference) ସମ୍ବୋଧିତ କରିଥିଲେ । ଏଥିରେ ସେ ଚରାଚରିତ ଢଙ୍ଗରେ ବିଜେପିକୁ (BJP) ଟାର୍ଗେଟ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Arvind Kejriwal On BJP leaders: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଗୁଜୁରାଟ (Gujarat) ଗସ୍ତରେ ଅଛନ୍ତି । ଶନିବାର ଦିନ ସେ ଗୁଜୁରାଟର ବିଜେପି କର୍ମୀଙ୍କୁ (BJP workers) କହିଛନ୍ତି 'AAP ପାଇଁ ଭିତରୁ କାମ କରନ୍ତୁ' । ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi Chief Minister) କେଜ୍ରିୱାଲ ଗୁଜୁରାଟର ବିଜେପି କର୍ମୀଙ୍କୁ AAP ପାଇଁ କାମ କରିବାକୁ ନିବେଦନ କରିଛନ୍ତି । କହିରଖୁଛୁ ଯେ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟର ଦୁଇ ଦିନିଆ ଗସ୍ତର ଶେଷ ଦିନରେ ରାଜକୋଟରେ ଏକ ସାମ୍ବାଦିକ ସମ୍ମିଳନୀରେ (Press Conference) ସମ୍ବୋଧିତ କରିଥିଲେ । ଏଠାରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପି କର୍ମୀମାନେ ବିଜେପିରୁ ଟଙ୍କା ନେବା ଉଚିତ କିନ୍ତୁ ଭିତରୁ ସେମାନେ AAP ପାଇଁ କାମ କରିବା ଉଚିତ ।

AAP ନେତା କହିଛନ୍ତି ଯେ ଯଦି ତାଙ୍କ ଦଳ ଗୁଜୁରାଟରେ କ୍ଷମତାକୁ ଆସେ, ତେବେ ସାଧାରଣ ଲୋକଙ୍କୁ ଦିଆଯାଇଥିବା ସମସ୍ତ ଗ୍ୟାରେଣ୍ଟିରୁ ବିଜେପି କର୍ମୀମାନେ ମଧ୍ୟ ଲାଭ ପାଇବେ । ଆମେ ବିଜେପି ନେତାମାନଙ୍କୁ ଆମ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁନାହୁଁ । ବିଜେପି ଏହାର ନେତାମାନଙ୍କୁ ରଖିପାରିବ । ବିଜେପିର 'ପତ୍ରା ପ୍ରମୂଖ', ଗାଁ, ବୁଥ୍ ଓ ଅଞ୍ଚଳରୁ ଆସିଥିବା କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଆମ ସହ ଯୋଗ ଦେଉଛନ୍ତି । ମୁଁ ତାଙ୍କୁ ପଚାରିବାକୁ ଚାହେଁ ଯେ ଏତେ ବର୍ଷ ପରେ ମଧ୍ୟ ତାଙ୍କ ସେବା ବଦଳରେ ବିଜେପି ତାଙ୍କୁ କ’ଣ ଦେଇଛି?'

କେଜ୍ରିୱାଲ କହିଛନ୍ତି ଯେ ବିଜେପି ଏହାର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ତଥା ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମାଗଣା ବିଦ୍ୟୁତ ଭଳି ସୁବିଧା ପ୍ରଦାନ କରୁନାହିଁ, କିନ୍ତୁ ଆମ୍ ଆଦମୀ ପାର୍ଟି ସେମାନଙ୍କ କଲ୍ୟାଣ ପାଇଁ ଯତ୍ନବାନ ହେବ । ଦିଲ୍ଲୀ ସିଏମ କହିଛନ୍ତି ଯେ ବିଜେପି କର୍ମୀମାନେ ନିଜ ନିଜ ପାର୍ଟିରେ ରହି ଆମ୍ ଆଦମୀ ପାର୍ଟି ପାଇଁ କାମ କରିପାରିବେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିଜେପି ଟଙ୍କା ଦେଇଥାଏ, ତେଣୁ ସେଠାରୁ ଟଙ୍କା ନିଅ କିନ୍ତୁ ଆମ ପାଇଁ କାମ କର, କାରଣ ଆମ ପାଖରେ ଟଙ୍କା ନାହିଁ ।'

କେଜ୍ରିୱାଲ କହିଛନ୍ତି, "ଯେତେବେଳେ ଆମେ ଗୁଜରାଟରେ ସରକାର ଗଠନ କରିବୁ, ଆମେ ମାଗଣା ବିଦ୍ୟୁତ ଦେବୁ ଓ ବିଜେପି କର୍ମୀମାନେ ମଧ୍ୟ ଏହାକୁ ପାଇବେ । ୨୪ ଘଣ୍ଟା ମାଗଣା ବିଦ୍ୟୁତ୍ ଦେବୁ ଓ ଆପଣଙ୍କ ପିଲାମାନଙ୍କ ପାଇଁ ଭଲ ବିଦ୍ୟାଳୟ ନିର୍ମାଣ କରାଯିବ, ଯେଉଁଠାରେ ସେମାନେ ମାଗଣା ଶିକ୍ଷା ପାଇବେ । ଆମେ ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ ମାଗଣା ଓ ଗୁଣାତ୍ମକ ଚିକିତ୍ସା ନିଶ୍ଚିତ କରିବୁ ଓ ଆପଣଙ୍କ ପରିବାରର ମହିଳାମାନଙ୍କୁ ଭତ୍ତା ଭାବରେ ମାସକୁ ୧୦୦୦ ଟଙ୍କା ମଧ୍ୟ ଦେବୁ ।"

ଏହା ବି ପଢ଼ନ୍ତୁ: India Economy: ୨୦୦ ବର୍ଷର ଶାସନର ଜବାବ, ବ୍ରିଟେନକୁ ମାତ ଦେଇ କିପରି ପଞ୍ଚମ ସ୍ଥାନ ପାଇଲା ଭାରତ?