Gujarat Election 2022: ଜାଣନ୍ତୁ କେଉଁ ବୟସର କେତେ ମତଦାତା କରିବେ ମତଦାନ?
Advertisement

Gujarat Election 2022: ଜାଣନ୍ତୁ କେଉଁ ବୟସର କେତେ ମତଦାତା କରିବେ ମତଦାନ?

Gujarat Politics: ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ମୋଟ ୪.୯୧ କୋଟି ମତଦାତଙ୍କ ମଧ୍ୟରୁ ପ୍ରାୟ ୨.୩୫ କୋଟି ମତଦାତାଙ୍କ ବୟସ ହେଉଛି ୪୦ ବର୍ଷରୁ କମ୍। ମୋଟ ମତଦାତାଙ୍କ ମଧ୍ୟରୁ ପ୍ରଥମ ଥର ଲାଗି ମତଦାନ କରୁଥିବା ମତଦାତାଙ୍କ ସଂଖ୍ୟା ହେଉଛି ୧୧.୭୪ ଲକ୍ଷ। 

Gujarat Election 2022: ଜାଣନ୍ତୁ କେଉଁ ବୟସର କେତେ ମତଦାତା କରିବେ ମତଦାନ?

Gujarat Assembly Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ସମସ୍ତ ଦଳ ପକ୍ଷରୁ ଜାରି ରହିଛି ପ୍ରଚାର। ଅନ୍ୟପଟେ ନିର୍ବାଚନ କମିଶନ ମଧ୍ୟ ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ନିର୍ବାଚନରେ କେଉଁ ବୟସର କେତେ ମତଦାତା ମତଦାନ କରିବେ ତାହାର ତଥ୍ୟ ସାମ୍ନାକୁ ଆସିଛି। ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଯୋଗ୍ୟ ମତଦାତାଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ହେଉଛନ୍ତି ୪୦ ବର୍ଷ ବୟସରୁ କମ୍ ଭୋଟର। ଏହି ବର୍ଗରେ ପ୍ରଥମ ଥର ମତଦାତାଙ୍କ ଅଂଶ ହ୍ରାସ ପାଇଛି।

ନିର୍ବାଚନ ଆୟୋଗ (Election Commission) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ମୋଟ ୪.୯୧ କୋଟି ମତଦାତଙ୍କ ମଧ୍ୟରୁ ପ୍ରାୟ ୨.୩୫ କୋଟି ମତଦାତାଙ୍କ ବୟସ ହେଉଛି ୪୦ ବର୍ଷରୁ କମ୍। ମୋଟ ମତଦାତାଙ୍କ ମଧ୍ୟରୁ ପ୍ରଥମ ଥର ଲାଗି ମତଦାନ କରୁଥିବା ମତଦାତାଙ୍କ ସଂଖ୍ୟା ହେଉଛି ୧୧.୭୪ ଲକ୍ଷ। ଯାହା ୨୦୧୨ ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ୧୮-୧୯ ବର୍ଷ ବୟସର ଭୋଟର ସଂଖ୍ୟା ଠାରୁ କମ୍।

Also Read: Election Expenditure: ନିର୍ବାଚନ ଖର୍ଚ୍ଚ ମାମଲାରେ କିପରି ଗଡବଡ଼ କରିଥାନ୍ତି ପ୍ରାର୍ଥୀ? ଅନୁସନ୍ଧାନରୁ ଆସିଲା ଚମକାଇଲା ଭଳି ତଥ୍ୟ

 

ନିର୍ବାଚନ ଆୟୋଗ ତଥ୍ୟ ମୁତାବକ ୨୦୨୨  ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ମତଦାତାଙ୍କ ସଂଖ୍ୟା ରାଜ୍ୟର ମୋଟ ମତଦାତାଙ୍କ ସଂଖ୍ୟାର ୨.୩୯ ପ୍ରତିଶତ। ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଟ ୪.୩୩ କୋଟି ମତଦାତା ମତଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ମଧ୍ୟରୁ ୨.୭ ପ୍ରତିଶତ ଅର୍ଥାତ ୧୧.୮ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେଇଥିଲେ। ସେହିପରି ୨୦୧୨ ନିର୍ବାଚନରେ ଏହି ସଂଖ୍ୟା ୩.୫ ପ୍ରତିଶତ ଅର୍ଥାତ୍ ୧୩.୩ ଲକ୍ଷ ରହିଥିଲା। ଗତ ୨୦୧୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଟ ୩.୮୧ କୋଟି ଭୋଟର ଭୋଟ ଦେଇଥିଲେ।

ଏହା ମଧ୍ୟରେ ୪୦ ବର୍ଷ ବୟସ୍କ ମତଦାତାଙ୍କ ମଧ୍ୟରେ ସର୍ବାଧିକ ଅଂଶ ୩୦-୩୯ ବୟସ ବର୍ଗରେ ରହିଛି। ଏହି ବର୍ଗରେ ୧.୨୧ କୋଟି ଭୋଟର ଅଛନ୍ତି। ଏହି ସଂଖ୍ୟା ଗୁଜୁରାଟର ମୋଟ ମତଦାତାଙ୍କ ସଂଖ୍ୟାର ଏକ ଚତୁର୍ଥାଂଶ। ଗତ ୨୦୧୭ ବିଧାନସଭା ନିର୍ବାଚନରେ, ୩୦-୩୯ ବୟସ ବର୍ଗର ମୋଟ ମତଦାତାଙ୍କ ସଂଖ୍ୟା ୧.୧୨ କୋଟି ରହିଥିଲା। ଦ୍ୱିତୀୟ ବୃହତ୍ତମ ଭୋଟର ୨୦-୨୯ ବର୍ଷ ବୟସର ଅଛନ୍ତି। ଯେଉଁମାନଙ୍କ ସଂଖ୍ୟା ହେଉଛି ୧.୦୩ କୋଟି ଭୋଟର। ଏହା ସହିତ ୯.୮ ଲକ୍ଷ ଭୋଟର ୮୦ କିମ୍ବା ଏହା ଠାରୁ ଅଧିକ ବର୍ଷ ବୟସର ଅଛନ୍ତି। ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ଏହି ବୟସ ବର୍ଗରେ ୬.୩ ଲକ୍ଷ ଭୋଟର ରହିଥିଲେ।

Also Read: Election Commission: ଗୁଜୁରାଟ-ହିମାଚଳ ପ୍ରଦେଶ Exit Poll ଉପରେ ଲାଗିଲା ରୋକ, ୪୮ ଘଣ୍ଟା ପାଇଁ Opinion Poll ଉପରେ ଜାରି ହେଲା ନିଷେଧାଦେଶ

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) ଲାଗି ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ମତଦାନ। ଡିସେମ୍ବର ୧ ତାରିଖ ପ୍ରଥମ ପର୍ଯ୍ୟାୟରେ ୮୯ ଏବଂ ୫ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନ ଲାଗି ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଏହି ନିର୍ବାଚନରେ ​​ମୋଟ ୪.୯୧ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।