Gujarat Election 2022: ନିର୍ବାଚନ ସଭାରେ ପଶିଗଲା ଷଣ୍ଢ, ନାରାଜ ହୋଇଉଠିଲେ ମୁଖ୍ୟମନ୍ତ୍ରୀ, କହିଲେ...
Advertisement

Gujarat Election 2022: ନିର୍ବାଚନ ସଭାରେ ପଶିଗଲା ଷଣ୍ଢ, ନାରାଜ ହୋଇଉଠିଲେ ମୁଖ୍ୟମନ୍ତ୍ରୀ, କହିଲେ...

Ashok Gehlots Election Meeting:  ସଭା ଚାଲିଥିବା ବେଳେ ଅଚାନକ ମାଡ଼ି ଆସିଥିଲା ଏକ ଷଣ୍ଢ। ଅଚାନକ ସଭାରେ ଷଣ୍ଢ ପଶିଯିବାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। ସଭାରେ ଏହା ଷଣ୍ଢକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। 

Gujarat Election 2022: ନିର୍ବାଚନ ସଭାରେ ପଶିଗଲା ଷଣ୍ଢ, ନାରାଜ ହୋଇଉଠିଲେ ମୁଖ୍ୟମନ୍ତ୍ରୀ, କହିଲେ...

Rajasthan CM Ashok Gehlot: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଅଘଟଣ ଘଟାଇଛି ଏକ ଷଣ୍ଢ। ଯାହାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଗୁଜୁରାଟ ମେହସଣା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠାରେ ଆୟୋଜିତ ହୋଇଥିବା ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। 

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି (Gujarat Assembly Election 2022) କଂଗ୍ରେସ ପାଇଁ ପ୍ରଚାର କରିବାକୁ ଗୁଜୁରାଟ (Gujarat) ମେହସଣା (Mehsana District) ଜିଲ୍ଲାରେ ପହଞ୍ଚିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan Chief Minister) ଅଶୋକ ଗେହଲୋତ (Ashok Gehlot)। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିବା ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ। ହେଲେ ସଭା ଚାଲିଥିବା ବେଳେ ଅଚାନକ ମାଡ଼ି ଆସିଥିଲା ଏକ ଷଣ୍ଢ। ଅଚାନକ ସଭାରେ ଷଣ୍ଢ ପଶିଯିବାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। ସଭାରେ ଏହା ଷଣ୍ଢକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। 

ଗତ ସୋମବାର ଏହି ଘଟଣା ଘଟିଥିବା କୁହାଯାଉଛି। ସଭାରେ ଷଣ୍ଢ ପଶି ଯିବାକୁ ବିଜେପି (BJP) ଷଡଯନ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ ପର୍ଯ୍ୟବେକ୍ଷକ (Congress Observer for Gujarat) ଭାବେ ନିଯୁକ୍ତ କରିଛି।

ମିଡ଼ିଆ ରିପୋର୍ଟ ଅନୁସାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଗୁଜୁରାଟ ମେହସଣା ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରୁଥିଲେ। ହେଲେ ସେତେବେଳେ ହଠାତ ଏକ ଷଣ୍ଢ ଆସି ତାଙ୍କ ସଭାରେ ପଶି ଯାଇଥିଲା। ଷଣ୍ଢ ପାଇଁ ଏହି କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାରେ ବିରକ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗେହଲୋତ କହିଛନ୍ତି, "କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସଭାରେ ଅଘଟଣା ସୃଷ୍ଟି କରିବା ପାଇଁ ବିଜେପି ଷଣ୍ଢ ପଠାଇଛି। "

ଯେତେବେଳେ ସଭା ମଧ୍ୟରେ ଅଚାନକ ଷଣ୍ଢ ପଶି ଯାଇଥିଲା ସେତେବେଳେ ସେଠାରେ ଉରସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିବା ଲୋକଙ୍କୁ ଶାନ୍ତ ରହିବାକୁ କହିଥିଲେ। କିଛି ସମୟ ପାଇଁ ଷଣ୍ଢ ସଭାରେ ବୁଲିବା ପରେ ସେଠାରେ ଚାଲି ଯାଇଥିଲା। 

ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ନିର୍ବାଚନ ସଭାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବା ମାତ୍ରେ ଲୋକେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, 'ବିଜେପି ଲୋକ' ଧମକ ଦେବାକୁ ଆସିଛନ୍ତି? ଅନ୍ୟଜଣେ ମନ୍ତବ୍ୟ ଦେଇ ପଚାରିଛନ୍ତି ଯେ ଷଣ୍ଢ କେବଳ କଂଗ୍ରେସ ସଭାରେ କାହିଁକି ପ୍ରବେଶ କରୁଛି?

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୮୯ ଆସନ ଲାଗି ହେବ ଭୋଟ ଗ୍ରହଣ। ସେହିପରି ୫ ତାରିଖରେ  ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୯୩ ଆସନ ପାଇଁ ହେବ ଭୋଟିଂ। ଆସନ୍ତା ୮ ଡିସେମ୍ବରରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।