Gujarat Election 2022: ଅସାଦୁଦ୍ଦିନ ଓୱେସୀଙ୍କୁ ଲାଗିଲା ଜବରଦସ୍ତ ଝଟକା, ନୋଟା ଠାରୁ କମ ଭୋଟ ପାଇଲା ଏଆଇଏମଆଇଏମ
Advertisement

Gujarat Election 2022: ଅସାଦୁଦ୍ଦିନ ଓୱେସୀଙ୍କୁ ଲାଗିଲା ଜବରଦସ୍ତ ଝଟକା, ନୋଟା ଠାରୁ କମ ଭୋଟ ପାଇଲା ଏଆଇଏମଆଇଏମ

Gujarat AIMIM Unit:  ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଅସାଦୁଦ୍ଦିନ ଓୱେସୀଙ୍କୁ ଲାଗିଛି ଜବରଦସ୍ତ ଝଟକା। ଏହି ନିର୍ବାଚନରେ ତାଙ୍କ ଦଳ ଏଆଇଏମଆଇଏମ ମୁଖ୍ୟ ଖାତା ଖୋଲିବାରେ ସଫଳ ହୋଇନାହିଁ। ଦଳକୁ ନୋଟା ଠାରୁ ମଧ୍ୟ କମ ଭୋଟ ମିଳିଛି।

Gujarat Election 2022: ଅସାଦୁଦ୍ଦିନ ଓୱେସୀଙ୍କୁ ଲାଗିଲା ଜବରଦସ୍ତ ଝଟକା, ନୋଟା ଠାରୁ କମ ଭୋଟ ପାଇଲା ଏଆଇଏମଆଇଏମ

AIMIM in Gujarat Election 2022: ପ୍ରକାଶ ପାଇଛି ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ। ରାଜ୍ୟର ମୋଟ ୧୮୨ ଆସନ ମଧ୍ୟରୁ ଶାସକ ବିଜେପି ୧୫୬ ଆସନରେ ବିଜୟୀ ହୋଇଛି। ସେହିପରି କଂଗ୍ରେସ ୧୭ ସିଟ୍ ପାଇଛି। ଆମ ଆଦମୀ ପାର୍ଟି ୫ ଏବଂ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଛି। ସ୍ୱାଧୀନ ପ୍ରାର୍ଥୀ ତିନୋଟି ଆସନରେ ବିଜୟୀ ହୋଇଛନ୍ତି। 

ହେଲେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଅସାଦୁଦ୍ଦିନ ଓୱେସୀଙ୍କୁ ଲାଗିଛି ଜବରଦସ୍ତ ଝଟକା। ଏହି ନିର୍ବାଚନରେ ତାଙ୍କ ଦଳ ଏଆଇଏମଆଇଏମ ମୁଖ୍ୟ ଖାତା ଖୋଲିବାରେ ସଫଳ ହୋଇନାହିଁ। ଦଳକୁ ନୋଟା ଠାରୁ ମଧ୍ୟ କମ ଭୋଟ ମିଳିଛି। ଚଳିତ ବର୍ଷ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଆସାଦୁଦ୍ଦିନ ଓୱେସିଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଦଳ ଏହି ରାଜ୍ୟରେ ସେପରି କୌଣସି ଚମତ୍କାର ପ୍ରଦର୍ଶନ କରିପାରିନାହିଁ। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୧୫ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଆଇଏମଆଇଏମ ପ୍ରାର୍ଥୀଙ୍କ ମଧ୍ୟରେ ୨ ଜଣ ଅଣ ମୁସଲିମ ଏବଂ ୧୩ ଜଣ ମୁସଲିମ ସାମିଲ ଥିଲେ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ଲାଗି ଦଳର ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ଜୋରଦାର ପ୍ରଚାର କରିଥିଲେ। ହେଲେ ଏହା ସତ୍ତ୍ୱେ ଏଆଇଏମଆଇଏମ ଏହି ରାଜ୍ୟରେ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଗୁଜୁରାଟରେ ଦଳକୁ ମାତ୍ର ୦.୨୯% ଭୋଟ ମିଳିଛି। ଯାହା ନୋଟା ଠାରୁ ମଧ୍ୟ କମ। ଏଥର ନୋଟ ଭାଗରେ ୧.୫୭% ଭୋଟ ପଡ଼ିଛି। 

ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ଜୋରଦାର ପ୍ରଚାର କରିଥିଲେ। ପ୍ରଚାର ବେଳେ ସେ କଂସେଇଖାନା ପ୍ରସଙ୍ଗ ଉଠାଇଥିଲେ। ହେଲେ ଏହାର କୌଣସି ଲାଭ ତାଙ୍କ ଦଳକୁ ମିଳିନଥିଲା।  କେବେଳ ସେତିକି ନୁହେଁ ଗୁଜୁରାଟର ମୁସଲିମ ମତଦାତା ବହୁଳ ଆସନରେ ଏଆଇଏମଆଇଏମ ପ୍ରାର୍ଥୀ ସେପରି କୌଣସି ଚମତ୍କାର ପ୍ରଦର୍ଶନ କରିପାରିନାହାଁନ୍ତି। ଏହି ନିର୍ବାଚନମଣ୍ଡଳୀରେ ଦଳ ମୁସଲିମ ଭୋଟ ସମ୍ପୂର୍ଣ୍ଣ ଭାବେ ନିଜ ଆଡକୁ ନେବାରେ ସଫଳ ହୋଇନାହିଁ। 

ଅସାଦୁଦ୍ଦିନ ଓୱେସି ନିଜକୁ ଜଣେ ମୁସଲମାନଙ୍କ ଶୁଭେଚ୍ଛୁ ବୋଲି କହି ଗୁଜୁରାଟ ନିର୍ବାଚନରେ ଏଆଇଏମଆଇଏମ ଭୋଟ୍ ମାଗିଥିଲେ। ହେଲେ ଏହାର କୌଣସି ପ୍ରଭାବ ରାଜ୍ୟର କୌଣସି ମତଦାତାଙ୍କ ଉପରେ ପଡ଼ିନଥିଲା। ଏପରିକି ଗୁଜୁରାଟ ଏଆଇଏମଆଇଏମ ଶାଖା ସଭାପତି ସବୀର କବାଲିୱାଲା ମୁସଲିମ ବହୁଳ ଜମାଲପୁର-ଖଡିଆ ଆସନରେ ତୃତୀୟ ସ୍ଥାନରେ ରହିଥିଲେ। ଏଠାରେ କଂଗ୍ରେସ ପ୍ରାର୍ଥୀ ଇମରାନ ଖେଡାୱାଲା ବିଜେପି ପ୍ରାର୍ଥୀ ଭୂଷଣ ଭଟ୍ଟଙ୍କୁ ପରାସ୍ତ କରିଛନ୍ତି। 

ଜମାଲପୁର-ଖଡିଆ ଆସନରେ ମୋଟ ମତାଦାତଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୩୧ ହଜାର। ସେମାନଙ୍କ ୬୦ ପ୍ରତିଶତ ଅର୍ଥାତ ୧ ଲକ୍ଷ ୩୫ ହଜାର ମତଦାତା ହେଉଛନ୍ତି ମୁସଲିମ। ଏହି ଆସନରେ ମୁସଲିମ ଭୋଟ ବିଭାଜନ ହେବା ଦ୍ୱାରା ଏଠାରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ବିଜେପି ପରାସ୍ତ ହୋଇଛି। ଏହି ନିର୍ବାଚନମଣ୍ଡଳୀରେ ଏଆଇଏମଆଇଏମ ପ୍ରଭାବ ଅନୁଭୂତ ହେବ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ଏଆଇଏମଆଇଏମ ଏଠାରେ କୌଣସି ଚମତ୍କାର କରି ପାରିନାହିଁ। ଦଳକୁ ଏଠାରେ ୧୨ ପ୍ରତିଶତ ଭୋଟ୍ ମିଳିଛି। 

ଗୁଜୁରାଟର ମୋଟ ୧୭ ମୁସଲିମ ମତଦାତା ବହୁଳ ସିଟ୍ ମଧ୍ୟରୁ ବିଜେପି ୧୫ ଏବଂ କଂଗ୍ରେସ ୨ ଆସନରେ ବିଜୟୀ ହୋଇଛି। ଏହି ସିଟ୍ ମଧ୍ୟରୁ ଅଧିକାଂଶ କଂଗ୍ରେସ ଗଡ଼ ଭାବେ ପରିଚିତ। ହେଲେ ଏଥର ଏହି ଆସନରେ ବିଜେପି ବିଜୟ ବାନା ଉଡ଼ାଇବାରେ ସଫଳ ହୋଇଛି। ଗୁଜୁରାଟ ରାଜନୀତିରେ ମୁସଲିମ ଭୋଟର କଂଗ୍ରେସ ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ ଭାବେ ଜଣାଶୁଣା। ହେଲେ  ୨୦୨୨ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ କିଛି ମାତ୍ରାରେ ମୁସଲିମ ଭୋଟ ଦଳ ସପକ୍ଷକୁ ନେବାରେ ସଫଳ ହୋଇଛି। ମାତ୍ର ଏହା ଦ୍ୱାରା ଦଳକୁ କୌଣସି ଆସନ ମିଳିନାହିଁ।