ମଇଦାନକୁ ଫେରିଲେ ପ୍ରଦୀପ ପାଣିଗ୍ରାହୀ, ବିଜେଡି ଉପରେ ଆଣିଲେ ଏମିତି ଅଭିଯୋଗ
Advertisement
Article Detail0/zeeodisha/odisha1230089

ମଇଦାନକୁ ଫେରିଲେ ପ୍ରଦୀପ ପାଣିଗ୍ରାହୀ, ବିଜେଡି ଉପରେ ଆଣିଲେ ଏମିତି ଅଭିଯୋଗ

ଗୋପାଳପୁର ବିଧାୟକ କହିଛନ୍ତି, 'ମୋତେ ଜିଲ୍ଲା କିମ୍ବା ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। ନିନିୟମ ଅନୁସାରେ ଲୋକ ପ୍ରତିନିଧିଙ୍କୁ ଜଣାଇବା କଥା, କେହି ଜଣାଉନାହାନ୍ତି। ବିଧାନସଭା ୱେବସାଇଟ୍‌ରେ ୨୬ ନଂରେ ଥିବା ନାଁ ବିଜେଡିରୁ କଟାଯାଇନାହିଁ।

ସୌ- ସୋସିଆଲ ମିଡିଆ

ବ୍ରହ୍ମପୁର: ଦୀର୍ଘ ମାସର ବିରତି ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଇଦାନକୁ ଫେରିଛନ୍ତି। ଗୁରୁବାର ସିନ୍ଧିଗାଁ ଗ୍ରାମସ୍ଥିତ ହନୁମାନ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଶହ ଶହ ସମର୍ଥକ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକ ବଡ ଘୋଷଣା କରିବା ସହ ବିଜେଡି ଉପରେ ଅସନ୍ତୋଷବ୍ୟକ୍ତ କରିଛନ୍ତି।

ସିନ୍ଧିଗାଁ, ହନୁମାନ ମନ୍ଦିର କାର୍ଯ୍ୟକ୍ରମ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଦୀର୍ଘ ଦିନ ହେଲା ସେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି କି ତାଙ୍କୁ କିଏ ନିମନ୍ତ୍ରଣ କରିନାହାନ୍ତି। ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସେବା କରିବାର ସମୟ ଆସିଛି। ତାଙ୍କୁ କୌଣସି ସରକାରୀ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇନାହିଁ। ଲୋକେ ତାଙ୍କୁ ଭୋଟ ଦେଇ ଅଞ୍ଚଳର ବିକାଶ ପାଇଁ ନିର୍ବାଚିତ କରିଥିବାରୁ ସେ କୃତଜ୍ଞ ବୋଲି ବିଧାୟକ ପାଣିଗ୍ରାହୀ କହିଛନ୍ତି।

Also Read: ବିଜେପିର ଦୂର ହେଲା ଟେନସନ୍, ଓଡ଼ିଶାର ଝିଅ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ!

ଗୋପାଳପୁର ବିଧାୟକ କହିଛନ୍ତି, 'ମୋତେ ଜିଲ୍ଲା କିମ୍ବା ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। ନିନିୟମ ଅନୁସାରେ ଲୋକ ପ୍ରତିନିଧିଙ୍କୁ ଜଣାଇବା କଥା, କେହି ଜଣାଉନାହାନ୍ତି। ବିଧାନସଭା ୱେବସାଇଟ୍‌ରେ ୨୬ ନଂରେ ଥିବା ନାଁ ବିଜେଡିରୁ କଟାଯାଇନାହିଁ। ଗତ ଏପ୍ରିଲ ୨ରେ ବିଧାନସଭା ୱେବସାଇଟ୍ ଅପଡେଟ୍ ହୋଇଛି। ଏବେ ବି ତାଲିକାରେ ନାଁ ଅଛି କିନ୍ତୁ ମିଡିଆରେ ବହିଷ୍କୃତ ହୋଇଛି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଯଦି ମତେ ଭଲ ପାଉ ନ ଥାନ୍ତେ, ତେବେ ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ।'

ସୂଚନାଯୋଗ୍ୟ, ଠକେଇ ଓ ସାଇବର ଅପରାଧ ମାମଲାରେ ୨୦୨୦ ଡିସେମ୍ବରରେ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ନିଲମ୍ବିତ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ନାମରେ ସେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଗିରଫ ପରେ ନବୀନ ସରକାରର ପୂର୍ବତନ ମନ୍ତ୍ରୀଙ୍କୁ ଝାରପଡା ଜେଲକୁ ପଠାଯାଇଥିଲା। ଗତବର୍ଷ ଜୁନ ୧୧ ତାରିଖରେ ପ୍ରଦୀପଙ୍କୁ ଜାଲିଆତି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। 

Also Read: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଦ୍ୱନ୍ଦ୍ୱରେ ନବୀନ-ହେମନ୍ତ

ଜାମିନରେ ଆସିବା ପରେ ମଧ୍ୟ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର କୌଣସ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଇନଥିଲା। ଏପରିକି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଗୋପବନ୍ଧୁ ଦାସଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏବେ ମଇଦାନକୁ ଓହ୍ଲାଉଥିବା ନେଇ ପ୍ରଦୀପ ପାଣିଗ୍ରାହୀ ଘୋଷଣା କରୁଛନ୍ତି। ତେବେ ପ୍ରଦୀପଙ୍କୁ ବିଜେଡି ବହିଷ୍କୃତ ବୋଲି ଦାବି କରୁଥିବା ବେଳେ ଆଗାମୀ ଦିନରେ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।