ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ
Advertisement

ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ

ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ବିଧାନସଭା ଆସନ ପାଇଁ ଭୋଟ ସଂଗ୍ରହ ହେବ।

ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ

General Election 2024: ଭୁବନେଶ୍ୱର: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗେଜେଟ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହୋଇଛି। ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟ ମତଦାନ ମଇ ୨୮ ତାରିଖରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ଲୋକସଭା ଆସନ ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସେପଟେ ଓଡ଼ିଶା ସମେତ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୯୬ଟି ଲୋକସଭା ଆସନରେ ମତଦାନ ହେବ। ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି।

ନିର୍ବାଚନ କମିଶନଙ୍କ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ୧୮ ତାରିଖ ଅର୍ଥାତ ଆଜି ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନେ ଆଜି ଠାରୁ ଅର୍ଥାତ ୧୮ ତାରିଖରୁ ହିଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ପ୍ରାର୍ଥୀମାନେ ୨୫ ତାରିଖ ପର୍ଯ୍ୟନ୍ତ ନିଜର ନାମାଙ୍କନ ଦାଖଲ କରିପାରିବେ। ସେହିପରି ୨୬ ତାରିଖରେ ବୈଧ ତାଲିକ ପ୍ରକାଶ ପାଇବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୯ ତାରିଖ। 

ନିର୍ବାଚନ କମିଶନଙ୍କ ଅନୁସାରେ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ ବେଳେ ନିଜର ଏବଂ ପରିବାରର ସଦସ୍ୟଙ୍କ ସମ୍ପତ୍ତି, ଋଣ ସହ ଅପରାଧିକ ମାମଲା ସମ୍ପର୍କିତ ସତ୍ୟପାଠ ଦାଖଲ କରିବାକୁ ହେବ। ସଂସାଦ ପ୍ରାର୍ଥୀମାନେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ। ବିଧାୟକ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ବିଧାନସଭା ଆସନ ପାଇଁ ଭୋଟ ସଂଗ୍ରହ ହେବ।

ସେହିପରି ଆନ୍ଧ୍ରପ୍ରଦେଶ, ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜାମ୍‌ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ ୧୩ରେ ଭୋଟ ଗ୍ରହଣ ହେବ । ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରାଯିବ। ୨୫ ଏପ୍ରିଲରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ୨୬ରେ ପ୍ରାର୍ଥିପତ୍ର ଯାଞ୍ଚ୍ କରାଯିବ। ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ରାଜ୍ୟର ୪ ସଂସଦୀୟ କ୍ଷେତ୍ର, ୨୮ ବିଧାନସଭା ଭୋଟ୍ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେବ।