Congress: ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱର ଉଠାଇଲେ ଫ୍ରାନ୍ସିସ୍କୋ ସରଦିହ୍ନା, କହିଲେ...
Advertisement
Article Detail0/zeeodisha/odisha1399349

Congress: ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱର ଉଠାଇଲେ ଫ୍ରାନ୍ସିସ୍କୋ ସରଦିହ୍ନା, କହିଲେ...

Francisco Sardinha on Rahul Gandhi: ବିଗତ ୪୦ ଦିନ ଧରି ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ କହିଛନ୍ତି  କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସରଦିହ୍ନା। 

 Congress: ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱର ଉଠାଇଲେ ଫ୍ରାନ୍ସିସ୍କୋ ସରଦିହ୍ନା, କହିଲେ...

Congress Leader Francisco Sardinha: ଗତ ସେପ୍ଟମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି କଂଗ୍ରେସ। ହେଲେ ଏବେ ଏହାକୁ ନେଇ ଆସିଛି ବଡ଼ ଖବର। କଂଗ୍ରେସ ଦଳ ମଧ୍ୟରେ ରହିଥିବା ଫାଟ ବିଭିନ୍ନ ସମୟରେ ସାମ୍ନାକୁ ଆସିସାରିଛି। ଯାହାର ଉଦାହରଣ ବର୍ତ୍ତମାନ ଭାରତ ଯୋଡ଼ ଯାତ୍ରା ବେଳେ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରାକୁ ନେଇ ସର୍ବସମ୍ମତ ନାହାଁନ୍ତି କଂଗ୍ରେସ ନେତା। ଦଳର ଭେଟେରାନ ନେତା ତଥା ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଫ୍ରାନ୍ସିସ୍କୋ ସରଦିହ୍ନା ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭରତ ଯୋଡା ଯାତ୍ରା ବନ୍ଦ କରିବା ଆବଶ୍ୟକ। କାରଣ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ଯାଇ ଦଳୀୟ ପ୍ରଚାର କରିବା ଆବଶ୍ୟକ। ଯେଉଁଠି ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ମୁଁ ଚାହୁଁଛି ରାହୁଲ ଗାନ୍ଧୀ (Rahul Gandhi) ଭାରତ ଯୋଡା ଯାତ୍ରା (Bharat Jodo Yatra) ବନ୍ଦ କରନ୍ତୁ। ହିମାଚଳ ପ୍ରଦେଶ (Himachal Pradesh) ଏବଂ ଗୁଜୁରାଟ (Gujarat) ଯାଇ ସେଠାକାର ଲୋକଙ୍କୁ ସଚେତନ କରନ୍ତୁ। ଯାହା ଦ୍ୱାରା ଲୋକେ ବିଜେପିକୁ (BJP) ପରାସ୍ତ କରୁଥିବା ଏକମାତ୍ର ଦଳକୁ ଭୋଟ୍ ଦେବେ। କଂଗ୍ରେସ (Congress) ହେଉଛି ଏକମାତ୍ର ଦଳ ଯିଏ ବିଜେପିକୁ ବିରୋଧ କରୁଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଫ୍ରାନ୍ସିସ୍କୋ ସରଦିହ୍ନା (Congress MP Francisco Sardinha)।

Also Read: Rahul Gandhi: ସ୍ୱଧୀନତା ପାଇଁ ଲଢିନାହାଁନ୍ତି ବିଜେପି-ଆରଏସଏସ, ସାବରକରଙ୍କୁ ମିଳିଥିଲା ଇଂରେଜ ସରକାରଙ୍କ ସହଯୋଗ

ଅକ୍ଟୋବର ୧୭ ତାରିଖ ସୋମବାର କର୍ଣ୍ଣାଟକ ବେଲାରୀ ଜିଲ୍ଲାରେ (Karnataka Bellary District) ପହଞ୍ଚିଛି ଭାରତ ଯୋଡ଼ ଯାତ୍ରା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଦଳର ଏହି ପଦ ଯାତ୍ରାକୁ ୪୦ ଦିନ ପୂରଣ ହୋଇଛି। ଗତ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିଲା ଏହି ଯାତ୍ରା। ଯାହା କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କାଶ୍ମୀର (Kanyakumari to Kashmir) ପର୍ଯ୍ୟନ୍ତ ଚାଲିବ। ଭାରତ ଯୋଡ ଯାତ୍ରା ସହିତ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ପହଞ୍ଚିଛନ୍ତି। ଏହା ସହିତ ଆଗାମୀ ଦିନରେ ହିମାଚଳ ପ୍ରଦେଶ (Himachal Pradesh Assembly Election 2022) ଏବଂ ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) ହେବାକୁ ଯାଉଛି। ହେଲେ ବର୍ତ୍ତମାନ ଦଳ ପକ୍ଷରୁ ଚାଲିଥିବା ଏହି ପଦ ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ (Former Goa Chief Minister) 

କଂଗ୍ରେସ ସାଂସଦ ଫ୍ରାନ୍ସିସ୍କୋ ସରଦିହ୍ନାଙ୍କ କହିବା କଥା ଯେ, ଯଦି ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡା ଯାତ୍ରା ଛାଡି ହିମାଚଳ ପ୍ରଦେଶ ଏବଂ ଗୁଜୁରାଟ ଯାଇ ସେଠାରେ ଦଳୀୟ ପ୍ରଚାର କରନ୍ତି, ତାହେଲେ ଏହା ଦଳ ପାଇଁ ଲାଭଦାୟକ ହେବ। ଆଗାମୀ ଦିନରେ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆଉ କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ନିର୍ବାଚନରେ ବିଜେପି ସହ ମୁକାବିଲା କରିପାରିବ।