Ganeswar Behera: କଂଗ୍ରେସକୁ ଲାଗିଲା ବଡ଼ ଝଟକା, 'ହାତ' ଛାଡ଼ିଲେ ଗଣେଶ୍ୱର
Advertisement
Article Detail0/zeeodisha/odisha2185052

Ganeswar Behera: କଂଗ୍ରେସକୁ ଲାଗିଲା ବଡ଼ ଝଟକା, 'ହାତ' ଛାଡ଼ିଲେ ଗଣେଶ୍ୱର

କେନ୍ଦ୍ରାପଡ଼ା: କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଆଜି ଦଳ ଛାଡିଛନ୍ତି। ଏନେଇ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫା ପତ୍ରରେ ସେ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଉଲ୍ଲେଖ କରିଛନ୍ତି। ଗଣେଶ୍ୱରଙ୍କ ପୂର୍ବରୁ ଜଗତସିଂହପୁରର ଟାଣ

Ganeswar Behera: କଂଗ୍ରେସକୁ ଲାଗିଲା ବଡ଼ ଝଟକା, 'ହାତ' ଛାଡ଼ିଲେ ଗଣେଶ୍ୱର

Ganeswar Behera: କେନ୍ଦ୍ରାପଡ଼ା: କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଆଜି ଦଳ ଛାଡିଛନ୍ତି। ଏନେଇ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫା ପତ୍ରରେ ସେ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଉଲ୍ଲେଖ କରିଛନ୍ତି। ଗଣେଶ୍ୱରଙ୍କ ପୂର୍ବରୁ ଜଗତସିଂହପୁରର ଟାଣୁଆ ନେତା ଚିରଞ୍ଜୀବି ବିଶ୍ୱାଳ ମଧ୍ୟ ଦଳ ଛାଡ଼ିଥିଲେ। 

ସୂଚନା ଯୋଗ୍ୟ ଗଣେଶ୍ୱର ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ୧୯୮୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ । ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ କ୍ରମାଗତ ୪ଟି ନିର୍ବାଚନରେ (୨୦୦୦, ୨୦୦୪, ୨୦୦୯ ଓ ୨୦୧୯) ପରାଜିତ ହୋଇଥିଲେ। ସେପଟେ ରାଜ୍ୟ କଂଗ୍ରେସର ବହୁ ପଦପଦବୀରେ ରହି ଦାୟିତ୍ୱ ତୁଲାଇ ଆସୁଥିଲେ ଗଣେଶ୍ୱର।