Delhi: ବନ୍ଧା ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1459030

Delhi: ବନ୍ଧା ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନ, ଜାଣନ୍ତୁ କାରଣ

Asif Mohammad Khan Arrested: ପ୍ରଥମେ ନଗର ନିଗମ କର୍ମଚାରୀ ଆଉ ଏବେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଏବଂ ଧମକାଇ ବିବାଦୀୟ ହୋଇପଡିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନ। 

 

 

Delhi: ବନ୍ଧା ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନ, ଜାଣନ୍ତୁ କାରଣ

Former Congress MLA Arrested: ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ଧମକାଇବା ଅଭିଯୋଗରେ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ ପୂର୍ବତନ କଂଗ୍ରେସ ବିଧାୟକ ଶାହିନ୍ ବାଗ ଅଞ୍ଚଳରେ ଜଣେ ପୋଲିସ୍ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ରାଜ୍ୟ ନିର୍ବାଚନ ଆୟୋଗ ଅନୁମତି ବିନା ବୈଠକ କରିବାକୁ ନେଇ ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ଯେତେବେଳେ ପୋଲିସ ତାଙ୍କୁ ସମ୍ପର୍କରେ ପଚାରିଥିଲା ସେତେବେଳେ ଅସିଫ ମହମ୍ମଦ ଖାନ ଲାଉଡ ସ୍ପୀକର ଜରିଆରେ ତୈୟବ ମସଜିଦ ସାମ୍ନାରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ପୋଲିସ (Delhi Police)। ଏନେଇ କୁହାଯାଇଛି ଯେ ଶୁକ୍ରବାର ପେଟ୍ରୋଲିଂ ଚାଲିଥିବା ସମୟରେ ତୈୟବ ମସଜିଦ (Shaheen Bagh Tayyab Masjid) ସାମ୍ନାରେ ଲୋକ ଏକାଠି ହୋଇଥିବାର ଦେଖିବାକୁ ମିଳିଥିଲା। ସେତେବେଳେ କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ଆରିବା ଖାନଙ୍କ ପିତା ତାଙ୍କ ସମର୍ଥକଙ୍କ ସହ ଲାଉଡ ସ୍ପୀକର ବ୍ୟବହାର କରି ମସଜିଦ ସାମ୍ନାରେ ଏକାଠି ହୋଇଥିବା ଲୋକକୁ ସମ୍ବୋଧିତ କରୁଥିଲେ। ଯେତେବେଳେ ସବ୍-ଇନ୍ସପେକ୍ଟର ଅକ୍ଷୟ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ପଚାରିଥିଲେ ଯେ ସେ କ'ଣ ଏହି ସମାବେଶ ପାଇଁ ଅନୁମତି ନେଇଛନ୍ତି, ସେତେବେଳେ ଏହି ପ୍ରଶ୍ନ ଶୁଣି ଆସିଫ ମହମ୍ମଦ ଖାନ (Asif Mohammad Khan) ତାତି ଉଠିଥିଲେ।

ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଶାହୀନ୍ ବାଗ (Shaheen Bagh) ଠାରେ ଦିଲ୍ଲୀ ପୋଲିସ ସବ୍-ଇନ୍ସପେକ୍ଟର ଅକ୍ଷୟଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି। ଭାଇରାଲ ଭିଡ଼ିଓରେ ଅସୀମ ମହମ୍ମଦ ଖାନ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା, ଧମକାଇବା ଏବଂ ଠେଲାପେଲା କରୁଥିବାର ଦେଖିବାକୁ ମିଳିଛି। ଏଭଳି କାଣ୍ଡ ଭିଆଇ ଚର୍ଚ୍ଚାକୁ ଆସିଥିବା ପୂର୍ବତନ କଂଗ୍ରେସ ବିଧାୟକ (Former Congress MLA) ହେଉଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଭାଇ।

Also Read: MCD କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧା ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ ମହମ୍ମଦ ଖାନ

ଅସୀମ ମହମ୍ମଦ ଖାନ ଶାହୀନ ବାଗ ଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜଣେ ଦିଲ୍ଲୀ ପୋଲିସ ଏସଆଇ ତାଙ୍କୁ ନିର୍ବାଚନ ଆୟୋଗ ଅନୁମତି (Election Commission) ବିଷୟରେ ପଚାରିଥିଲେ। ଏକଥା ଶୁଣିବା ପରେ ପୂର୍ବତନ କଂଗ୍ରେସ ବିଧାୟକ  ଅସିଫ ଖାନ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ଗାଳି ଗୁଲଜ କରିବା ସହ ଧକ୍କା ମାରିଥିଲେ।   

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଏସଆଇ ସମେତ ୩ ଜଣ ପୋଲିସ ଲୋକଙ୍କ ଭିଡ ମଧ୍ୟରେ ଠିଆ ହୋଇଛନ୍ତି। ଆସିଫ ମହମ୍ମଦ ଖାନ ସେମାନଙ୍କୁ ଲାଉଡ ସ୍ପୀକର ମାଧ୍ୟମରେ ଧମକ ଦେଉଛନ୍ତି। ଏହି ସମୟରେ ପୂର୍ବତନ କଂଗ୍ରେସ ବିଧାୟକଙ୍କ ସମର୍ଥକ ପୋଲିସ କର୍ମଚାରୀଙ୍କୁ ଠେଲା ପେଲା କରୁଥିବାର ଦେଖିବାକୁ ମିଳୁଛି। ଭିଡିଓ ସାମ୍ମାକୁ ଆସିବା ପରେ ଶାହୀନବାଗ ପୋଲିସ ସବ୍-ଇନ୍ସପେକ୍ଟର ଅଧ୍ୟକ୍ଷଙ୍କ ଅଭିଯୋଗକ୍ରମେ ଆସିଫ୍ ମହମ୍ମଦ ଖାନ ଏବଂ ଅନ୍ୟ କେତେକଙ୍କ ବିରୋଧରେ ଧାରା ୧୮୬ ଏବଂ ୩୫୩ ଅନୁଯାୟୀ ମାମଲା ରୁଜୁ କରିଛି।