Weekly Job And Business Horoscope: ନଭେମ୍ବର ତୃତୀୟ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୧୬ ତାରିଖ ଦିନ ସୂର୍ଯ୍ୟଦେବ କନ୍ୟା ରାଶିକୁ ଚଳନ କରିବେ। ଶ୍ରାବଣ ନକ୍ଷେତ୍ରରେ ସର୍ବାର୍ଥ ସିଦ୍ଧି ଯୋଗର ଶୁଭ ପ୍ରଭାବ ହେତୁ ଗଜକେଶରୀ ରାଜଯୋଗ ସୃଷ୍ଟି ହେବ। ଗଜକେଶରୀ ରାଜଯୋଗ ଓ ସୂର୍ଯ୍ୟଦେବଙ୍କ କୃପାରୁ କିଛି ରାଶିର ଲୋକେ କ୍ୟାରିୟର ଦୃଷ୍ଟିକୋଣରୁ ଶୁଭଫଳ ପାଇବେ। ତେବେ, ଆସନ୍ତୁ ଜାଣିବା ନୂଆ ସପ୍ତାହରେ କର୍ମକ୍ଷେତ୍ରରେ କିଭଳି କଟିବ ଦିନ ?
ମେଷ: କ୍ୟାରିୟର ଦୃଷ୍ଟିକୋଣରୁ ନୂଆ ସପ୍ତାହ ବେଶ୍ ଅନୁକୂଳ ରହିବ। କଳା, ସାହିତ୍ୟ, କ୍ରିଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ସମୟ ଶୁଭ ରହିବ। ବ୍ୟବସାୟକୁ ପ୍ରସାରିତ କରି ଏକ୍ସପୋର୍ଟ, ଇନ୍ପୋର୍ଟ, ହାଣ୍ଡିକ୍ରାଫ୍ଟ, ଫର୍ଣ୍ଣିଚର ଓ ସିଜିନ୍ ବ୍ୟବସାୟରେ ମଧ୍ୟ ଅତ୍ୟନ୍ତ ଲାଭାନ୍ୱିତ ହେବେ । ଆୟ ବୃଦ୍ଧି ହୋଇ ଆର୍ଥିକ ଉନ୍ନତି ହେବା । କର୍ମ ନିଯୁକ୍ତି କ୍ଷେତ୍ରରେ ଆପ୍ରାଣ ଚେଷ୍ଟା କରି ସଫଳ ହେବେ। ସ୍ବାସ୍ଥ୍ୟ ଭଲ ରହିବ।
ALSO READ: Shani Margi 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶନିଙ୍କ ସିଧା ଚଳନ, ବଢିବ ବ୍ୟାଙ୍କ୍ ବାଲାନ୍ସ !
ବୃଷ: ନୂଆ ସପ୍ତାହଟି ଏହି ରାଶିଙ୍କ ପାଇଁ ଶୁଭମୟ ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜମି , ବାସଗୃହ କିମ୍ବା ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ ।
ମିଥୁନ: ନୂଆ ସପ୍ତାହ ଏହି ରାଶିପାଇଁ ଉତ୍ତମ ରହିବ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବା। ମାନସିକ ଚିନ୍ତାଦୂର ହୋଇଯିବ । ବ୍ୟବସାୟୀମାନେ ନିଜ ପାର୍ଟନରଙ୍କ ସହିତ ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ ।
କର୍କଟ: ଆଗାମୀ ସପ୍ତାହ ବ୍ୟବସାୀଙ୍କ ପାଇଁ ଅନୁକୂଳ ରହିବ। ବାଣିଜ୍ୟ-ବେପାରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ରାଜନୈତିକ ଜୀବନ ଝଡଝଞ୍ଜାମୟ ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ଇର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ ।
ସିଂହ: ସିଂହ ରାଶିରେ ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ସପ୍ତାହ ଭଲ ରହିବ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ବ୍ୟୟ ଅପେକ୍ଷା ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ଶତୃମାନେ ମିତ୍ରଭାବ ଆଚରଣ କରିବେ। ବାଦବିବାଦ ଓ ମାଲିମୋକଦ୍ଦମାରେ ପ୍ରଶଂସା ପାଇବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ ।
କନ୍ୟା: କନ୍ୟା ରାଶିର ବ୍ୟକ୍ତି ମାନେ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ ।
ତୁଳା: ବ୍ୟବସାୟ ଓ ବାଣିଜ୍ୟ ଭଲ ହେବ। ଦିର୍ଘ ଦିନରୁ କରିଥିବା ଋଣକୁ ସୁଝିବାରେ ସକ୍ଷମ ହେବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପାରିବାରିକ ସମସ୍ୟାକୁ ସମାଧାନ କରି ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ ।
ବିଛା: ନୂଆ ସପ୍ତାହରେ କର୍ପୋରେଟ୍ ବା ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା। ଯେଉଁମାନେ ଚାକିରି ଖୋଜୁଛନ୍ତି,ସେମାନଙ୍କୁ ମନଲାଖି ଚାକିରି ମିଳିବ। ଖର୍ଚ୍ଚ ବୃଦ୍ଧି ପାଇବ। ଦାମ୍ପତ୍ୟଜୀବନ ସୁଖମୟହେବ । ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ।
ଧନୁ: ଆଗାମୀ ସପ୍ତାହ ଏହି ରାଶିଙ୍କର ବ୍ୟସ୍ତତା ଭିତରେ କଟିବ। କର୍ମକ୍ଷେତ୍ରରେ ପେଣ୍ତି କାମକୁ ନେଇ ବରିଷ୍ଠ ଅଧିକାରୀ ସହ ଯୁକ୍ତିତର୍କ ହୋଇପାରେ। ସହକର୍ମୀମାନ ରଚିଥିବା ଷଡଯନ୍ତ୍ରରେ ଫସିପାରନ୍ତି। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ମକର: ନୂଆ ସପ୍ତାହରେ ସତର୍କତାର ସହ ଚଳିବାକୁ ପଡିବ। ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅଫିସରେ ସହକର୍ମୀଙ୍କ ସହ ମନମାଳିନ୍ୟ ହେବାର ଆଶଙ୍କା ରହିବ। ବ୍ୟବସାୟୀ ମାନେ ଆର୍ଥିକ ଦେଣନେଣରୁ ଦୂରେଇ ରହିବା ଭଲ । ନଚେତ୍ କ୍ଷତି ସହିବେ। ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଭଲ ।
କୁମ୍ଭ: ବ୍ୟବସାୟରେ ଉନ୍ନତି ହେବା ସହ ଦୂରଯାତ୍ରା କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସପ୍ତାହଟି ଅନୁକୂଳ ରହିବ। ଧାର୍ମିକ ଯାତ୍ରା କରିବେ। ଆୟ ବ୍ୟୟ ସମାନ ରହିବ। କର୍ମକ୍ଷେତ୍ରରେ ଦୀର୍ଘଦିନର ଆଶା ପୂରଣ ହେବ। ବିଦ୍ୟାର୍ଥିମାନେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବା ଫଳରେ ପ୍ରଶଂସିତ ହେବେ । ସରକାରୀ ଚାକିରିଆଙ୍କ ଦରମା ବଢିବ। ପ୍ରେମୀ ମାନଙ୍କ ପାଇଁ ସପ୍ତାହଟି ଭଲ ରହିବ।
ମୀନ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ମଙ୍ଗଳମୟ ରହିବ। ଚାକିରିରେ ପଦୋନ୍ନତି ମିଳିବ। ବ୍ୟବସାୟରେ ବୃଦ୍ଧି ହେବ। ବ୍ୟାପାରିମାନଙ୍କ ରୋକିଥିବା ଧନ ମିଳିବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ଆର୍ଥିକ ଲାଭ ବୃଦ୍ଧି ପାଇବ। ସ୍ଵାସ୍ଥ୍ୟଭଲ ରହିବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़