Ghulam Nabi Azad’s new party: ଖୁବଶୀଘ୍ର ନୂଆ ରାଜନୈତିକ ଦଳ ଗଢ଼ିବେ ପୂର୍ବତନ କଂଗ୍ରେସ ନେତା, ଏହି ଦିନ କରିବେ ଘୋଷଣା
Advertisement
Article Detail0/zeeodisha/odisha1324808

Ghulam Nabi Azad’s new party: ଖୁବଶୀଘ୍ର ନୂଆ ରାଜନୈତିକ ଦଳ ଗଢ଼ିବେ ପୂର୍ବତନ କଂଗ୍ରେସ ନେତା, ଏହି ଦିନ କରିବେ ଘୋଷଣା

Ghulam Nabi Azad’s new party: ଜାମ୍ମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତାଜ ମୋହିଉଦ୍ଦିନ ଦାବି କରିଛନ୍ତି ଯେ, ଆସନ୍ତା ୧୪ ଦିନ ମଧ୍ୟରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ନିଜର ରାଜନୈତିକ ଦଳ ଗଠନ କରିବେ। ସେ ଓମାର ଅବଦୁଲ୍ଲାଙ୍କ Jammu and Kashmir National Conference  (JKNC) ଏବଂ ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (PDP) ସହିତ ମେଣ୍ଟ କରିପରନ୍ତି।

Ghulam Nabi Azad’s new party: ଖୁବଶୀଘ୍ର ନୂଆ ରାଜନୈତିକ ଦଳ ଗଢ଼ିବେ ପୂର୍ବତନ କଂଗ୍ରେସ ନେତା, ଏହି ଦିନ କରିବେ ଘୋଷଣା

Ghulam Nabi Azad to lunch new political party, ନୂଆଦିଲ୍ଲୀ: ଶୀଥିଳ ପଡିଥିବା ରାଜନୈତିକ ମାହୋଲରେ ଉଷ୍ମତା ଫେରିଛି। ଗତ ସପ୍ତାହରେ କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ଖୁବଶୀଘ୍ର ନିଜର ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ସେ ଆସନ୍ତା ୧୪ ଦିନ ମଧ୍ୟରେ ଏନେଇ ବିଧିବଦ୍ଧ ଘୋଷଣା କରିପାରନ୍ତି ବୋଲି ଜାମ୍ମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତାଜ ମୋହିଉଦ୍ଦିନ ସୂଚନା ଦେଇଛନ୍ତି। ଯଦି ଏପରି ହୁଏ ତେବେ କଂଗ୍ରେସକୁ ଏକ ବଡ ଝଟକା ଲାଗିବ, କାରଣ ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ସାମ୍ମୁଖ୍ୟରେ ଅନେକ କଂଗ୍ରେସ ନେକା ସାମିଲ ହେବାର ସମ୍ଭାବନା ଅଛି।

ରିପୋର୍ଟ ଅନୁଯାୟୀ, ଜାମ୍ମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତାଜ ମୋହିଉଦ୍ଦିନ ଦାବି କରିଛନ୍ତି ଯେ, ଆସନ୍ତା ୧୪ ଦିନ ମଧ୍ୟରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ନିଜର ରାଜନୈତିକ ଦଳ ଗଠନ କରିବେ। ସେ ଓମାର ଅବଦୁଲ୍ଲାଙ୍କ Jammu and Kashmir National Conference  (JKNC) ଏବଂ ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (PDP) ସହିତ ମେଣ୍ଟ କରିପରନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୋହିଉଦ୍ଦିନ କହିଛନ୍ତି, 'ଆମେ ଆମର ନିଜ ଦଳ ଗଠନ କରିବୁ ଏବଂ ୧୪ ଦିନ ମଧ୍ୟରେ ତାହାର ଘୋଷଣା କରିବୁ। ଆମେ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଉଛୁ। ଆମେ କୌଣସି ଦଳ ସହ ମିଶିବୁ ନାହିଁ, କିନ୍ତୁ ଆମକୁ ସିଟ୍ ଦରକାର ହେଲେ JKNC କିମ୍ବା PDP ସହିତ ମେଣ୍ଟ ସରକାର ଗଠନ ହୋଇପାରିବ।"

Also Read: ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲ

କଂଗ୍ରେସରେ ତାଙ୍କର ଭୂମିକା ପାଇଁ ଆଜାଦଙ୍କୁ ପ୍ରଶଂସା କରି ପୂର୍ବତନ ମନ୍ତ୍ରୀ କହିଛନ୍ତି, "ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପରଠାରୁ ଆଜାଦ ସାହିବ କଂଗ୍ରେସରେ ବହୁତ ପ୍ରିୟ ଥିଲେ ଏବଂ କଂଗ୍ରେସକୁ ନୂତନ ଉଚ୍ଚତା ଦେବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ହେଉଛନ୍ତି ସୋନିଆ ଗାନ୍ଧୀଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି। ସେ ବହୁତ ଦକ୍ଷ ଥିଲେ ଏବଂ ସେଥିପାଇଁ ସେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଅନେକ ପ୍ରମୁଖ ପଦ ପଦବୀରେ ଥିଲେ।" କଂଗ୍ରେସକୁ ନିନ୍ଦା କରି ଆଜାଦ ଦଳ ଛାଡିବା ପରେ ସେ ବିଜେପି ସହ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାପୂର୍ବରୁ ଆଜାଦ କଂଗ୍ରେସର ବିବୃତ୍ତିକୁ ଘୃଣ୍ୟ ବୋଲି କହିଥଲେ ଏବଂ ସେ କଦାପି ବିଜେପିରେ ଯୋଗଦେବେ ନାହିଁ ବୋଲି କହିଥିଲେ। କିନ୍ତୁ ଏବେ ଏହା ଏବେ ନୂଆ ମୋଡ ନେଇଛି। 

'ଦୁର୍ଭାଗ୍ୟବଶତଃ କଂଗ୍ରେସ କାର୍ଯ୍ୟାଳୟରେ କିଛି ଲୋକ ଆଜାଦ ସାହେବଙ୍କ ବିରୋଧରେ ପ୍ରଚାର କରୁଛନ୍ତି ଯେ, ସେ ବିଜେପି ସମ୍ପର୍କରେ ଅଛନ୍ତି। ସେହି ଲୋକମାନଙ୍କ ପାଇଁ ଲଜ୍ଜାଜନକ, ଯେଉଁମାନେ ଆଜାଦ ସାହେବଙ୍କ ବିଷୟରେ ଏପରି କଥା କୁହନ୍ତି। ଏହାର ଅର୍ଥ ନୁହେଁ ଯେ ସେ ତାଙ୍କ ଦଳ ପ୍ରତି ବିଶ୍ୱସ୍ତ ନୁହଁନ୍ତି କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି' ବୋଲି ମୋହିଉଦ୍ଦିନ କହିଛନ୍ତି। ଗୁଲାମ ନବୀ ଆଜାଦ, ସୋନିଆ ଗାନ୍ଧୀଙ୍କୁ ପଠାଯାଇଥିବା ଇସ୍ତଫା ପତ୍ର ପଠାଇ କଂଗ୍ରେସ ସହିତ ତାଙ୍କର ଦୀର୍ଘ ଦଶନ୍ଧି ଯାତ୍ରା ଶେଷ କରିବାର କିଛି ଦିନ ପରେ ନୂଆ ଦଳ ଗଢିବା ଖବର ଆସିଛି।