Covid19 Vaccine: ଆସନ୍ତା ବର୍ଷ ଅଦରକାରୀ ହୋଇଯିବ ୫ କୋରୋନା ଟିକା, ଜାଣନ୍ତୁ ଏହାର କାରଣ
Advertisement

Covid19 Vaccine: ଆସନ୍ତା ବର୍ଷ ଅଦରକାରୀ ହୋଇଯିବ ୫ କୋରୋନା ଟିକା, ଜାଣନ୍ତୁ ଏହାର କାରଣ

Covid19 Vaccine: ଆସନ୍ତା ବର୍ଷ ଅଦରକାରୀ ହୋଇଯିବ ୫ କୋରୋନା ଟିକା। ବର୍ତ୍ତମାନ ଏହା ଜଣା ପଡ଼ିନାହିଁ ଯେ ଆସନ୍ତା ବର୍ଷ ୫ କୋଟି କୋରୋନା ଟିକା ଡୋଜ ଅଦରକାରୀ ହୋଇଯିବା ପରେ କେତେ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ?

Covid19 Vaccine: ଆସନ୍ତା ବର୍ଷ ଅଦରକାରୀ ହୋଇଯିବ ୫ କୋରୋନା ଟିକା, ଜାଣନ୍ତୁ ଏହାର କାରଣ

Bharat Biotech Corona Vaccine: ଆସନ୍ତା ବର୍ଷ ଅଦରକାରୀ ହୋଇଯିବ ୫ କୋରୋନା ଟିକା। ଯାହାକୁ ଭାରତ ବାୟୋଟେକ ପକ୍ଷରୁ ନିର୍ମାଣ କରାଯାଇଛି। କମ୍ପାନୀ ସୂତ୍ର ଅନୁଯାୟୀ, ଏହାର କାରଣ ହେଉଛି ଟିକା ବିକ୍ରି ହ୍ରାସ ପାଇବା। ଏହି ଟିକା ପାଇଁ କମ୍ ଚାହିଦା ଥିବାରୁ କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ଦୁଇ-ଡୋଜ୍ କୋଭାକ୍ସିନ୍ ଟିକା ଉତ୍ପାଦନ ବନ୍ଦ କରି ଦେଇଥିଲା। ଗତ ବର୍ଷ ଶେଷ ସୁଦ୍ଧା ଏକ ବିଲିୟନ ଡୋଜ କୋରୋନା ଟିକା ଉତ୍ପାଦନ କରିଥିଲା​ ଭାରତ ବାୟୋଟେକ। 

ବିଶ୍ୱବ୍ୟାପୀ କୋରୋନା ସଂକ୍ରମଣ ମାମାଲା (Corona Infection Case in Worldwide) ହ୍ରାସ ପାଇବା ହେତୁ ଭାରତ ବାୟୋଟେକ (Bharat Biotech) ନିର୍ମିତ କୋଭାକ୍ସିନ୍ (Covaxin) କୋରୋନା ଟିକାର (Corona Vaccine) ରପ୍ତାନୀ ଉପରେ ଖରାପ ପ୍ରଭାବ ପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, କୋରୋନା ମହାମାରୀ (Corona Pandemic) ଆଉ ଏବେ ବିଶ୍ୱବ୍ୟାପୀ ଏକ ବିପଦ ବୋଲି ବିବେଚନା କରାଯାଉ ନାହିଁ।

Also Read: India: ଆଉ କୋରୋନ ଟିକା କିଣିବ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାଣନ୍ତୁ କାରଣ

ସୂତ୍ରରୁ ପ୍ରକାଶ ଯେ, ଭରତ ବାୟୋଟେକ୍ ପାଖରେ ୨୦ କୋଟିରୁ ଅଧିକ କୋଭାକ୍ସିନ୍ ଡୋଜ୍ ମହଜୁଦ ରହିଛି। କୋରୋନା ଟିକାର ପ୍ରାୟ ୫ କୋଟି ଡୋଜ ବ୍ୟବହାର ପାଇଁ ପ୍ରସ୍ତୁତ ଅଛି କମ୍ପାନୀ। ଟିକା ପାଇଁ କମ୍ ଚାହିଦା ହେତୁ ଚଳିତ ବର୍ଷ ଆରମ୍ଭରୁ ଏବଂ ୭ ମାସ ପୂର୍ବରୁ କୋଭାକ୍ସିନ୍ ଉତ୍ପାଦନ ବନ୍ଦ ହୋଇଯାଇଥିଲା।

କମ୍ପାନୀ ସୂତ୍ରରୁ ପ୍ରକାଶ ପାଇଛି ଅନୁଯାୟୀ, କୋଭାକ୍ସିନ୍ ଡୋଜ ବ୍ୟବହାର କରିବାର ଶେଷ ତାରିଖ ଆସନ୍ତା ୨୦୨୩ ପ୍ରାରମ୍ଭରେ ଶେଷ ହେବ। ଯାହା ଦ୍ୱାରା କମ୍ପାନୀ କ୍ଷତି ସହିବ। ବର୍ତ୍ତମାନ ଏହା ଜଣା ପଡ଼ିନାହିଁ ଯେ ଆସନ୍ତା ବର୍ଷ ୫ କୋଟି କୋରୋନା ଟିକା ଡୋଜ ଅଦରକାରୀ ହୋଇଯିବା ପରେ ଭାରତ ବାୟୋଟେକ୍ କେତେ କୋଟି ଟଙ୍କାର କ୍ଷତି ସହିବ?

Also Read: India: କୋରୋନା ଟିକା ନେଲେ ମିଳୁଛି ୫ ହଜାର ଟଙ୍କା, ଜବାବ ରଖିଲେ ମୋଦି ସରକାର

ଚଳିତ ବର୍ଷ ଅପ୍ରେଲ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization) ଜାତିସଂଘ (United Nation) କ୍ରୟ ଏଜେନ୍ସି ମାଧ୍ୟମରେ କୋରୋନା ଟିକା କୋଭାକ୍ସିନ ଯୋଗାଣ ସ୍ଥଗିତ ରଖିବାକୁ ନିଶ୍ଚିତ କରିଥିଲା। ଏହି ଟିକା ବ୍ୟବହାର କରୁଥିବା ଦେଶକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲା ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି (United Nation Health Agency)। ଗତ ବର୍ଷ ଯେତେବେଳେ କୋରୋନା ସଂକ୍ରମଣ ଚରମ ସୀମାରେ ଥିଲା, ସେତେବେଳେ ବ୍ରାଜିଲ ସରକାର ଏକ ବିବାଦ ପରେ  ୨ କୋଟି କୋଭାକ୍ସିନ କୋରୋନା ଟିକା ଡୋଜ ଆମଦାନୀ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

ପୂର୍ବରୁ କୋରୋନା ଟିକା ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏଣିକି ଟିକା ନ କିଣିବାକୁ ନିଷ୍ପତ୍ତି ନେଇଛି ମନ୍ତ୍ରଣାଳୟ। ଏପିରିକି ଟିକା କ୍ରୟ ପାଇଁ ଆସିଥିବା କୋଟି କୋଟି ଟଙ୍କାର ପାଣ୍ଠି ମଧ୍ୟ ଫେରସ୍ତ ମଧ୍ୟ କରିଦେଇଛି ମନ୍ତ୍ରଣାଳୟ। ହେଲେ ଏପରି ନିଷ୍ପତ୍ତି ନିଆଯିବା ପଛରେ କେଉଁ କାରଣ ରହିଛି ତାହା ଏବେ ସ୍ପଷ୍ଟ ହୋଇଯାଇଛି।