Congress President Election: ସାମ୍ନାକୁ ଆସିଲେ ୨ ପ୍ରତିନ୍ଦ୍ୱନ୍ଦ୍ୱୀ, ଜାଣନ୍ତୁ କାହା କାହା ମଧ୍ୟରେ ହେବ ମୁକାବିଲା?
Advertisement
Article Detail0/zeeodisha/odisha1360241

Congress President Election: ସାମ୍ନାକୁ ଆସିଲେ ୨ ପ୍ରତିନ୍ଦ୍ୱନ୍ଦ୍ୱୀ, ଜାଣନ୍ତୁ କାହା କାହା ମଧ୍ୟରେ ହେବ ମୁକାବିଲା?

Congress National President: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହି ସାରିଛନ୍ତି ଯେ, ଗାନ୍ଧୀ ପରିବାରର କୌଣସି ସଦସ୍ୟ ହେବେ ନାହିଁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ। ଅନ୍ୟପଟେ ରାହୃଲ ଗାନ୍ଧୀ  ସ୍ପଷ୍ଟ କରିଛନ୍ତି ଯେ, ଏଆଇସିସି ଅଧ୍ୟକ୍ଷ ହେବା ପ୍ରସଙ୍ଗରେ ସେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି। 

Congress President Election: ସାମ୍ନାକୁ ଆସିଲେ ୨ ପ୍ରତିନ୍ଦ୍ୱନ୍ଦ୍ୱୀ, ଜାଣନ୍ତୁ କାହା କାହା ମଧ୍ୟରେ ହେବ ମୁକାବିଲା?

Next Congress President: ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ କିଏ ହେବେ ସେ ନେଇ ଦଳର ଜାରି ରହିଛି ବିଚାର ବିମର୍ଶ। ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ସମୟ ପାଖେଇ ଆସୁଥିବା ବେଳେ, ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଦଳୀୟ ମଙ୍ଗୁଆଳ କରିବା ପାଇଁ ଦାବି ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ସୋମବାର ଅନେକ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ତାଙ୍କ ସମର୍ଥନରେ ସଂକଳ୍ପ ପାରିତ କରିଛନ୍ତି। ରାଜସ୍ଥାନ, ଗୁଜୁରାଟ ଏବଂ ଛତିଶଗଡ ପରେ ତାମିଲନାଡୁ, ମହାରାଷ୍ଟ୍ର, ଜାମୁ କାଶ୍ମୀର ଏବଂ ବିହାର ପ୍ରଦେଶ କଂଗ୍ରେସ କମିଟି ଏ ସମ୍ପର୍କିତ ଏକ ସଂକଳ୍ପ ପାରିତ କରିଛି। ଯେଉଁଥିରେ କୁହାଯାଇଛି ଯେ ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରନ୍ତୁ।

ଅନ୍ୟପଟେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress Interim President Sonia Gandhi) କହି ସାରିଛନ୍ତି ଯେ, ଗାନ୍ଧୀ ପରିବାରର (Gandhi Family) କୌଣସି ସଦସ୍ୟ ହେବେ ନାହିଁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ (Next Congress President)। ଅନ୍ୟପଟେ ରାହୃଲ ଗାନ୍ଧୀ (Rahul Gandhi) ସ୍ପଷ୍ଟ କରିଛନ୍ତି ଯେ, ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଏଆଇସିସି ଅଧ୍ୟକ୍ଷ (AICC President) ହେବା ପ୍ରସଙ୍ଗରେ ସେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି। ତାଙ୍କୁ ଦଳର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନିବେଦନ କରାଯିବା ସତ୍ତ୍ୱେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଚଳିତ ମାସ ଆରମ୍ଭରେ କହିଥିଲେ ଯେ ସେ ଏକ ନିଷ୍ପତ୍ତି ନେଇ ସାରିଛନ୍ତି। ହେଲେ ସେ ତାଙ୍କ ଯୋଜନା ବାବଦରେ ପ୍ରକାଶ କରିବେ ନାହିଁ। 

Also Read: Congress President: ଦଳୀୟ ମଙ୍ଗୁଆଳ ପଦକୁ ନେଇ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଯଦି ମୁଁ ଆଗାମୀ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ (Congress President Election) ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, ତାହେଲେ ସେ ଏହାର କାରଣ କହିବେ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ, ରାହୁଲ ଗାନ୍ଧୀ ଆଗାମୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହଁନ୍ତି।

ଗାନ୍ଧୀ ପରିବାର (Gandhi Family) କଂଗ୍ରେସ ଅଧ୍ୟକ୍ଷ ପଦରୁ ଓହରି ଯିବା ପରେ ଦଳର ମଙ୍ଗୁଆଳ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆସନ୍ତା ୨୨ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ। ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଦଳୀୟ ସଭାପତି ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) ଏବଂ ଦଳର ଲୋକସଭା ସାଂସଦ ଶଶୀ ଥରୁରଙ୍କ (Congress MP Shashi Tharoor) ମଧ୍ୟରେ ଏକ ପ୍ରତିଯୋଗିତା ସ୍ଥିତି ଉପୁଜିବାରେ ଲାଗିଛି।

ସୋନିଆ ଗାନ୍ଧୀ ବିଦେଶ ଗସ୍ତରୁ ଫେରିବା ପରେ ସୋମବାର ତାଙ୍କୁ ଦଳରେ ଅନେକ ନେତା ଭେଟିଛନ୍ତି। ଏହି ନେତାଙ୍କ ତାଲିକାରେ ସାମିଲ ଅଛନ୍ତି ଦଳୀୟ ସାଂସଦ ଥରୁର। ସୋନିଆ ଗାନ୍ଧୀ ଜଣାଇ ଦେଇଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଯଦି ଶଶୀ ଥରୁର ପ୍ରତିଦ୍ୱନ୍ଦ୍ୱିତା କରିନ୍ତି ତାହେଲେ ତାଙ୍କର କୌଣସି ଆପତ୍ତି ନାହିଁ। ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଯିଏ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ତାହେଲେ ସେ ମୁକ୍ତ। ନିର୍ବାଚନ ଲଢିବା ହେଉଛି ସ୍ୱାଗତଯୋଗ୍ୟ ପଦକ୍ଷେପ। ସୋନିଆ ଗାନ୍ଧୀ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ସେମାନଙ୍କରର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏହା ଏକ ଖୋଲା, ଗଣତାନ୍ତ୍ରିକ ଏବଂ ସ୍ୱଚ୍ଛ ପ୍ରକ୍ରିୟା। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାର ଅନୁମତି ଆବଶ୍ୟକ ନାହିଁ। 

Also Read:  Congress President Election: ଦଳରେ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଗୋଷ୍ଠୀ G23 ଜଣେ ପ୍ରାର୍ଥୀ ଛିଡ଼ା କରିବାକୁ ପ୍ରସ୍ତୁତ ହେଉଛି। କେରଳ ତିରୁବନନ୍ତପୁରମ୍ ଲୋକସଭା ଆସନର କଂଗ୍ରେସ ସାଂସଦ ଶଶୀ ଥରୁର ହେଉଛନ୍ତି ଦଳର ଅସନ୍ତୁଷ୍ଟ ଗୋଷ୍ଠୀର ସର୍ବୋଚ୍ଚ ପସନ୍ଦ। ଏହି ଗୋଷ୍ଠୀ ଦଳରେ ବ୍ୟାପକ ସଂସ୍କାର ଆଣିବାକୁ ଦାବି କରିଥିଲା। ସେ ଏହି ଗୋଷ୍ଠୀର ନେତା ଶଶୀ ଥରୁର ଦଳର ଶୀର୍ଷ ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ ଗାନ୍ଧୀ ପରିବାରର ବିଶ୍ୱସ୍ତ ଭାବେ ଜଣାଶୁଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ହେଉଛନ୍ତି ଅନ୍ୟତମ ପସନ୍ଦଯୋଗ୍ୟ ପ୍ରାର୍ଥୀ। ହେଲେ ମୁଖ୍ୟମନ୍ତ୍ରୀ ଗେହଲୋତ ରାଜସ୍ଥାନ ଛାଡ଼ି ଦିଲ୍ଲୀ ଯିବାକୁ ଆଗ୍ରହୀ ନଥିବା ଜଣାପଡି଼ଛି। ଯଦି ସେ ଏହି ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହୁଅନ୍ତି ନାହିଁ, ତାହେଲେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କିମ୍ବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକଙ୍କ ଲାଗି ରାସ୍ତା ସଫା ହୋଇପାରେ। ଉଭୟେ ଅନୁସୂଚିତ ଜାତି ସମ୍ପ୍ରଦାୟରୁ ଆସୁଛନ୍ତି।

Also Read:  New Congress President: କଂଗ୍ରେସ ଅଧ୍ୟକ୍ଷଙ୍କ ନାଁ ହେଲା ଘୋଷଣା!, ଅଶୋକ ଗେହୋଲତ ଦେଲେ ବଡ଼ ବୟାନ

ଯଦିଓ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରୁ ଗାନ୍ଧୀ ପରିବାର ଦୂରେଇ ରହିଥିବା କୁହାଯାଇଛି ହେଲେ ସେମାନଙ୍କର ଯୋଜନା ଅନୁସାରେ ସବୁକିଛି  ଚାଲିଛି। ଗାନ୍ଧୀ ପରିବାରର ନିର୍ଦ୍ଦେଶକ୍ରମେ ଅଶୋକ ଗେହଲୋତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାମାଙ୍କନ ଦାଖଲ କରିବାକୁ ରାଜି ହୋଇଛନ୍ତି। ଅର୍ଥାତ୍ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି କଂଗ୍ରେସ ଅଧ୍ୟକ୍ଷ ପଦ ହେବାକୁ ଯାଉଥିବା ଲଢେଇରେ ମୁହାଁମୁହିଁ ହେବ ଗେହଲୋତ-ଥରୁର। ଯଦି ଏହା ହୁଏ ତାହେଲେ ଏହି ନିର୍ବାଚନ ଗାନ୍ଧୀ ପରିବାରର ବିଶ୍ୱସ୍ତ ଏବଂ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ମଧ୍ୟରେ ହେବ। ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଯେଉଁ ସଂକଳ୍ପ ପାରିତ ହୋଇଛି, ଏଥିରୁ ଏହା ଅନୁମାନ କରାଯାଉଛି ଯେ ଏହି ନିର୍ବାଚନର ଫଳାଫଳ କ’ଣ ହେବ?