Election Commission of India: ୨ ଦିନିଆ ପୂର୍ବାଞ୍ଚଳ ଗସ୍ତ କରିବ ନିର୍ବାଚନ ଆୟୋଗ, ଜାଣନ୍ତୁ କାରଣ
Advertisement

Election Commission of India: ୨ ଦିନିଆ ପୂର୍ବାଞ୍ଚଳ ଗସ୍ତ କରିବ ନିର୍ବାଚନ ଆୟୋଗ, ଜାଣନ୍ତୁ କାରଣ

Election Commisssion: ଆସନ୍ତା ୧୧ ଜାନୁୟାରୀରୁ ୨ ଦିନିଆ ତ୍ରିପୁରା ଗସ୍ତରେ ଆସୁଛନ୍ତି ନିର୍ବାଚନ ଆୟୋଗ। ଏନେଇ ପ୍ରତିକ୍ରିୟା ରଖି ତ୍ରିପୁରା ମୁଖ୍ୟ ନିର୍ବାଚନ ଅଧିକାରୀ ଗୀତେ କିରଣକୁମାର ଦିନାକରରାଓ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଅନ୍ୟ ୨ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲଙ୍କ ନେତୃତ୍ୱରେ ସମଗ୍ର ନିର୍ବାଚନ ଆୟୋଗ ଦଳ ଆସନ୍ତା ୧୧ ଜାନୁଆରୀରେ ୨ ଦିନିଆ ତ୍ରିପୁରା ଆସିବାର କାର୍ଯ୍ୟକ୍ରମ ରହିଛି।

Election Commission of India: ୨ ଦିନିଆ ପୂର୍ବାଞ୍ଚଳ ଗସ୍ତ କରିବ ନିର୍ବାଚନ ଆୟୋଗ, ଜାଣନ୍ତୁ କାରଣ

Assembly Elections 2023: ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୨। ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ନୂଆ ବର୍ଷ ୨୦୨୩। ଆସନ୍ତା ବର୍ଷ କର୍ଣ୍ଣାଟକ, ତେଲେଙ୍ଗାନା ବ୍ୟତୀତ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଭଳି ବଡ ରାଜ୍ୟ ବ୍ୟତୀତ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଏବଂ ମିଜୋରାମ ଆଦି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଯେଉଁଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। 

ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି  ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ। ଦିନକୁ ଦିନ ସମୟ ପାଖେଇ ଆସୁଥିବା ବେଳେ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ବିଧାନସଭା ନିର୍ବାଚନ ଲାଗି ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିବାକୁ ଆସନ୍ତା ମାସରେ ୨ ଦିନିଆ ତ୍ରିପୁରା ଗସ୍ତରେ ଆସୁଛି ନିର୍ବାଚନ ଆୟୋଗ ଦଳ। ଗସ୍ତ ସମୟରେ ଆସନ୍ତା ବର୍ଷ ଆରମ୍ଭରେ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ହୋଇଥିବା ପ୍ରସ୍ତୁତି ସମୀକ୍ଷା କରିବେ ନିର୍ବାଚନ କମିଶନ ଟିମ। ଗୁରୁବାର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ସେ ଜଣାଇଛନ୍ତି ଏହି ଯାତ୍ରା ୨ ଦିନିଆ ହେବ ଏବଂ ୧୧ ଜାନୁୟାରୀରୁ ଏହି ଯାତ୍ରା ଆରମ୍ଭ ହେବ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗ ଦଳ ଉତ୍ତର-ପୂର୍ବ ରାଜ୍ୟ ଗସ୍ତ କରିବ। ଏହି ଗସ୍ତ ସମୟରେ ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ । ଏହା ସହିତ ୬୦ ସଦସ୍ୟ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯିବ।

Also Read: Elections in 2023-24: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ

ଏନେଇ ପ୍ରତିକ୍ରିୟା ରଖି ତ୍ରିପୁରା ମୁଖ୍ୟ ନିର୍ବାଚନ ଅଧିକାରୀ ଗୀତେ କିରଣକୁମାର ଦିନାକରରାଓ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଅନ୍ୟ ୨ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲଙ୍କ ନେତୃତ୍ୱରେ ସମଗ୍ର ନିର୍ବାଚନ ଆୟୋଗ ଦଳ ଆସନ୍ତା ୧୧ ଜାନୁଆରୀରେ ୨ ଦିନିଆ ତ୍ରିପୁରା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ନିର୍ବାଚନ ଆୟୋଗ ଦଳ ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକ କରିବେ। ସଂଶୋଧିତ ଭୋଟର ତାଲିକା ପ୍ରକାଶନ ସହ ଅବାଧ ଏବଂ ମୁକ୍ତ ନିର୍ବାଚନ କରିବା ନେଇ ପ୍ରସ୍ତୁତି ଉପରେ ସମୀକ୍ଷା କରିବେ। 

ତ୍ରିପୁରା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଆଗାମୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତା ବର୍ଷ ୫ ତାରିଖ ପର୍ଯ୍ୟନ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ। ନିର୍ବାଚନ ଆୟୋଗ ଦଳ ରାଜ୍ୟର ସମସ୍ତ ୮ ଜିଲ୍ଲାର ପୋଲିସ୍ ଅଧୀକ୍ଷକଙ୍କ ସହ ପୋଲିସ୍ ମହାନିର୍ଦ୍ଦେଶକ ଏବଂ ପୋଲିସ୍ ମହାନିରୀକ୍ଷକଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୃଥକ ପୃଥକ ବୈଠକ କରିବେ। ଉତ୍ତର-ପୂର୍ବ ରାଜ୍ୟରେ ନିର୍ବାଚନ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ମୋଟ ୧୦୦ କମ୍ପାନୀ ନିୟୋଜିତ କରାଯିବ। ଏନେଇ ଅନୁମତି ପ୍ରଦାନ କରାଯାଇଛି। 

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଅନେକ କମ୍ପାନୀ ରାଜ୍ୟରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ରାଜ୍ୟରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦଳ ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ଏକ ବୈଠକ କରିବେ। ଏହା ପରେ ନିର୍ବାଚନ ଆୟୋଗ ଆସନ୍ତା ୧୩ ଜାନୁଆରୀରେ ମେଘାଳୟ ରାଜଧାନୀ ସିଲଂ ଅଭିମୁଖେ ଯାତ୍ରା କରିବେ। ସେଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀ7ା କରିବେ ନିର୍ବାଚନ କମିଶନ।