Maharashtra Politics: 'ଠାକେରଙ୍କୁ ମିଳିଲା ମଶାଲ, ସିନ୍ଦେ ପାଇଲେ ତଲୱାର-ଢାଲ'
Advertisement
Article Detail0/zeeodisha/odisha1390666

Maharashtra Politics: 'ଠାକେରଙ୍କୁ ମିଳିଲା ମଶାଲ, ସିନ୍ଦେ ପାଇଲେ ତଲୱାର-ଢାଲ'

Eknath Shinde Faction: ଅକ୍ଟୋବର ୧୧ ତାରିଖ ମଙ୍ଗଳବାର ସିନ୍ଦେ ଗୋଷ୍ଠୀ ଇମେଲ ମାଧ୍ୟମରେ ନିର୍ବାଚନ ଆୟୋଗକୁ ଦଳୀୟ ପ୍ରତୀକ ପାଇଁ ତିନୋଟି ବିକଳ୍ପର ଏକ ତାଲିକା ପଠାଇଥିଲା। ଯେଉଁଥିରେ ସୂର୍ଯ୍ୟ, ତଲୱାର ଅର୍ଥାତ ଖଣ୍ଡା ଏବଂ ଢାଲ ଏବଂ ବରଗଛ ବିକଳ୍ପ ଭାବେ ଦିଆଯାଇଥିଲା।

Maharashtra Politics: 'ଠାକେରଙ୍କୁ ମିଳିଲା ମଶାଲ, ସିନ୍ଦେ ପାଇଲେ ତଲୱାର-ଢାଲ'

Election Symbol of Shinde: ଠାକରେ ପରେ ଏବେ ସିନ୍ଦେ ଗୋଷ୍ଠୀକୁ ମିଳିଯାଇଛି ନିର୍ବାଚନ ସଙ୍କେତ। ପୂର୍ବରୁ ଦଳ ନାଁ 'ବାଲାସାହେବଙ୍କ ଶିବସେନା' ରଖିଥଲା ସିନ୍ଦେ ଗୋଷ୍ଠୀ। ଏବେ ଦଳକୁ ତଲୱାର-ଢାଲ ନିର୍ବାଚନ ସଙ୍କେତ ଆବଣ୍ଟିତ କରିଛନ୍ତି  ନିର୍ବାଚନ କମିଶନ। ନିକଟରେ ଶିବସେନା ନାଁ ଏବଂ ଦଳର ନିର୍ବାଚନ ସଙ୍କେତ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲେ। ଏହା ପରେ ଦଳର ନାଁ ଏବଂ ନିର୍ବାଚନ ପ୍ରତୀକ ପାଇଁ ବିକଳ୍ପ ଦେବାକୁ ଉଭୟ ଗୋଷ୍ଠୀକୁ କହିଥିଲେ ନିର୍ବାଚନ ଆୟୋଗ। 

ଅକ୍ଟୋବର ୧୦ ତାରିଖ ସୋମବାର ଉଦ୍ଧବ ଠାକରେ ଗୋଷ୍ଠୀକୁ (Uddhav Thackeray Faction) ମଶାଲ ପ୍ରତୀକ (Mashal Election Symbol) ଆବଣ୍ଟିତ କରିଥିଲେ ନିର୍ବାଚନ ଆୟୋଗ (Election Commission)। ଦଳର ନାଁ ରଖିଥିଲେ 'ଶିବସେନା- ଉଦ୍ଧବ ବାଲାସାହେବ ଠାକରେ' (Shiv Sena Uddhav Balasaheb Thackeray)। ନିର୍ବାଚନ ଆୟୋଗ ଦ୍ୱାରା ଏକନାଥ ସିନ୍ଦେଙ୍କ ଗୋଷ୍ଠୀର (Eknath Shinde Faction) ନାମ 'ବାଲାସାହେବଙ୍କ ଶିବସେନା' (Balasahebanchi Shiv Sena) ରଖାଯାଇଥିଲା। ହେଲେ ନିର୍ବାଚନ ପ୍ରତୀକ ବଣ୍ଟନ କରାଯାଇ ନଥିଲା। ପ୍ରତୀକ ପାଇଁ ନୂତନ ବିକଳ୍ପ ଦେବାକୁ କମିଶନ ସିନ୍ଦେ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଥିଲେ।

ଅକ୍ଟୋବର ୧୧ ତାରିଖ ମଙ୍ଗଳବାର ସିନ୍ଦେ ଗୋଷ୍ଠୀ ଇମେଲ ମାଧ୍ୟମରେ ନିର୍ବାଚନ ଆୟୋଗକୁ ଦଳୀୟ ପ୍ରତୀକ ପାଇଁ ତିନୋଟି ବିକଳ୍ପର ଏକ ତାଲିକା ପଠାଇଥିଲା। ଯେଉଁଥିରେ ସୂର୍ଯ୍ୟ, ତଲୱାର ଅର୍ଥାତ ଖଣ୍ଡା ଏବଂ ଢାଲ ଏବଂ ବରଗଛ ବିକଳ୍ପ ଭାବେ ଦିଆଯାଇଥିଲା। ଯାହା ପରେ ନିର୍ବାଚନ ଆୟୋଗ ତାଙ୍କୁ ଖଣ୍ଡା ଏବଂ ଢାଲ (Sword and Shield) ପ୍ରତୀକ ଆବଣ୍ଟିତ କରିଛନ୍ତି।

Also Read: Shiv Sena: ଦଳର ନାଁ ଏବଂ ନିର୍ବାଚନ ସଙ୍କେତ ବାଛିଲେ ସିନ୍ଦେ-ଠାକରେ ଗୋଷ୍ଠୀ, ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ

ନିର୍ବାଚନ ପ୍ରତୀକ ମିଳିବା ପରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏନେଇ ଟ୍ୱିଟ କରି ସେ କହିଛନ୍ତି, "ଶେଷରେ ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ଆଦର୍ଶର ବିଜୟ ହୋଇଛି। ଆମେ ହେଉଛୁ ତାଙ୍କ ଆଦର୍ଶର ଉତ୍ତରାଧିକାରୀ। "

ଗତ ଶନିବାର ଶିବସେନା ନାଁ ଏବଂ ଦଳର ନିର୍ବାଚନ ସଙ୍କେତ ଫ୍ରିଜ୍ କରି ଦେଇଥିଲେ ନିର୍ବାଚନ ଆୟୋଗ। ଏହା ପରେ ଉଭୟ ଦଳକୁ ଦଳ ପାଇଁ ନୂତନ ନାମ ଏବଂ ପ୍ରତୀକ ଦେବାକୁ କୁହାଯାଇଥିଲା।

ଗତ ଜୁନ ମାସରେ ଦଳରେ ହୋଇଥିବା ବିଦ୍ରୋହ ପରେ ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି ଶିବସେନା (Revolt in Shiv Sena)। ଗୋଟିଏ ଗୋଷ୍ଠୀର ନେତୃତୃ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନିୟନ୍ତ୍ରଣରେ ରହିଛି। ଅନ୍ୟ ଗୋଷ୍ଠୀର ନେତୃତ୍ୱ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ହାତରେ ଅଛି। 

Also Read: Bala Saheb: ସିନ୍ଦେ-ଠାକରେ ଗୋଷ୍ଠୀର ଡଙ୍ଗା ପାର କରାଇବେ ବାଲା ସାହେବ

ଦଳରେ ହୋଇଥିବା ବିଦ୍ରୋହ ପରେ ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ ଶିବସେନା ନାମ ଏବଂ ଦଳର ନିର୍ବାଚନ ପ୍ରତୀକ 'ଧନୁ-ତୀର' ଉପରେ ନିଜର ଅଧିକାର ଜାହିର କରୁଥିଲେ। ହେଲେ ସୋମବାର ଏହା ଉପରେ ପ୍ରତିବନ୍ଧକ ଲଗାଇ osFଥିଲେ ନିର୍ବାଚନ ଆୟୋଗ। ବର୍ତ୍ତମାନ ଉଭୟ ଗୋଷ୍ଠୀକୁ ସ୍ୱତନ୍ତ୍ର ନିର୍ବାଚନ ସଙ୍କେତ ଏବଂ ପୃଥକ ନାମ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ।