'ଯଦି ମୁଁ କହିବା ଆରମ୍ଭ କରିବି ତ ଭୂକମ୍ପ ଆସିଯିବ', ଜାଣନ୍ତୁ କାହିଁକି ଏମିତି କହିଲେ ଏକନାଥ ସିନ୍ଦେ
Advertisement
Article Detail0/zeeodisha/odisha1284780

'ଯଦି ମୁଁ କହିବା ଆରମ୍ଭ କରିବି ତ ଭୂକମ୍ପ ଆସିଯିବ', ଜାଣନ୍ତୁ କାହିଁକି ଏମିତି କହିଲେ ଏକନାଥ ସିନ୍ଦେ

Eknath Shinde: ସୂଚନାଯୋଗ୍ୟ, ୨୦୦୨ରେ ସଡ଼କ ଦୁର୍ଘଟଣା ପରେ ସିନ୍ଦେଙ୍କ ରାଜନୈତିକ ଗୁରୁ ଦିଘେଙ୍କର ମୃତ୍ୟୁ ଘଟିଥିଲା । ସିନ୍ଦେଙ୍କ ନେତୃତ୍ୱରେ ଅଧିକାଂଶ ଶିବସେନା ବିଧାୟକ ବିଦ୍ରୋହ କରିବା ପରେ ଠାକରେ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

'ଯଦି ମୁଁ କହିବା ଆରମ୍ଭ କରିବି ତ ଭୂକମ୍ପ ଆସିଯିବ', ଜାଣନ୍ତୁ କାହିଁକି ଏମିତି କହିଲେ ଏକନାଥ ସିନ୍ଦେ

ମୁମ୍ୱାଇ: Eknath Shinde: ଶିବସେନା (Shiv Sena) ମୁଖ୍ୟ ଉଦ୍ଧବ ଠାକରେ (Uddhav Thackeray) ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଶିବସେନା ମୁଖ୍ୟଙ୍କୁ ପରୋକ୍ଷରେ ଚେତାବନୀ ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଯଦି ସେ ମୁହଁ ଖୋଲନ୍ତି ତେବେ 'ଭୂକମ୍ପ' ଆସିଯିବ । ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ଓ କଂଗ୍ରେସ (Congress) ସହ ହାତ ମିଳାଇବାକୁ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସିନ୍ଦେ କହିଛନ୍ତି ଯେ, ସେ ଜାଣନ୍ତି ଶିବସେନା ନେତା ଆନନ୍ଦ ଦିଘେଙ୍କ ସହ କ’ଣ ହୋଇଥିଲା । ଦିଘେଙ୍କ କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, "ମୁଁ ଏହାର ସାକ୍ଷୀ ଯେ 'ଧର୍ମବୀର'ଙ୍କ ସହ କ'ଣ ଘଟିଥିଲା ।"

ସୂଚନାଯୋଗ୍ୟ, ୨୦୦୨ରେ ସଡ଼କ ଦୁର୍ଘଟଣା ପରେ ସିନ୍ଦେଙ୍କ ରାଜନୈତିକ ଗୁରୁ ଦିଘେଙ୍କର ମୃତ୍ୟୁ ଘଟିଥିଲା । ସିନ୍ଦେଙ୍କ ନେତୃତ୍ୱରେ ଅଧିକାଂଶ ଶିବସେନା ବିଧାୟକ ବିଦ୍ରୋହ କରିବା ପରେ ଠାକରେ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ମାଲେଗାଓଁରେ ଏକ ରାଲିରେ ସିନ୍ଦେ କହିଥିଲେ ଯେ, "ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ବଞ୍ଚାଇବା ପାଇଁ ମୁଁ ବିଦ୍ରୋହ କରିଛି । ଯଦି ମୁଁ ସାକ୍ଷାତକାର ଦେବା ଆରମ୍ଭ କରେ, ତେବେ ଭୂକମ୍ପ ଆସି ଯିବ ... କିଛି ଲୋକଙ୍କ ବିପରୀତ ମୁଁ ପ୍ରତିବର୍ଷ ଛୁଟି ପାଇଁ ବିଦେଶ ଯାତ୍ରା କରି ନାହିଁ ।"

ଏହା ବି ପଢ଼ନ୍ତୁ:-BJP ପ୍ରସ୍ତୁତ କଲା ଓଡ଼ିଶା ବିଧାନସଭା ନିର୍ବାଚନରେ ​​ଜିତିବାର ରଣନୀତି, ଜାଣନ୍ତୁ କ'ଣ ରହିଛି ଦଳର ପୂରା ଗେମ୍ ପ୍ଲାନ୍

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୫୯ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହା ବି ପଢ଼ନ୍ତୁ:-୯/୧୧ ଆକ୍ରମଣରେ ସାମିଲ, ଲାଦେନର ଡାହାଣ ହାତ; ଜାଣନ୍ତୁ କିଏ ସେ ଅଲ-ଜୱାହିରି ଯାହାକୁ ୨ ଦଶନ୍ଧି ଧରି ଖୋଜୁ ଥିଲା ଆମେରିକା

 

ସିନ୍ଦେ କରିଛନ୍ତି ଯେ, ଶିବସେନା ପ୍ରତିଷ୍ଠାତାଙ୍କ ବୋହୂ ସ୍ମିତା ଠାକରେ ଓ ତାଙ୍କର (ବାଲାସାହେବ) ନାତି ନିହାର ଠାକରେ ତାଙ୍କୁ ସମର୍ଥନ କରିଛନ୍ତି । ବିଦ୍ରୋହୀ ବିଧାୟକମାନଙ୍କୁ ଦେଶଦ୍ରୋହୀ କୁହାଯାଉଛି । ସେ ପ୍ରଶ୍ନ କରିଛନ୍ତି, ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଲାସାହେବଙ୍କ ଆଦର୍ଶରେ ଆପୋଷ ବୁଝାମଣା କରିଛନ୍ତି ସେମାନଙ୍କୁ ଆପଣ କ’ଣ କହିବେ? ଆପଣ ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲେ ଓ ମୁଖ୍ୟମନ୍ତ୍ରୀ ହେବା ପାଇଁ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କଲେ । ଏହା ବିଶ୍ୱାସଘାତକତା ନୁହେଁ କି? ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଓ ତାଙ୍କ ନେତୃତ୍ୱରେ ଶିବସେନା ଦଳ ଆଗାମୀ ବିଧାନସଭା ନିର୍ବାଚନରେ ​୨୮୮ଟି ଆସନ ମଧ୍ୟରୁ ୨୦୦ଟି ଆସନ ଜିତିବେ ।