Padmapur Bypoll: ଶପଥ ନେଉ ନେଉ ସୂର୍ଯ୍ୟବଂଶୀ ସୁରଜଙ୍କୁ ମିଳିଲା ବଡ଼ ଦାୟିତ୍ୱ
Advertisement
Article Detail0/zeeodisha/odisha1433008

Padmapur Bypoll: ଶପଥ ନେଉ ନେଉ ସୂର୍ଯ୍ୟବଂଶୀ ସୁରଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୁରଜ। ନିର୍ବାଚନ ଫଳାଫଳ ବାହାରିବାର ତିନି ଦିନ ପରେ ତାଙ୍କର ଶପଥ ଉତ୍ସବ ଆୟୋଜନ ହୋଇଛି। ବୁଧବାର ବିଧାନସଭାରେ ବିଧାୟକ ଭାବେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶପଥପାଠ କରାଇଛନ୍ତି। ଏହି ସମୟରେ ବିରୋଧ

Padmapur Bypoll: ଶପଥ ନେଉ ନେଉ ସୂର୍ଯ୍ୟବଂଶୀ ସୁରଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

Padmapur Bypoll, ଭୁବନେଶ୍ୱର: ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୁରଜ। ନିର୍ବାଚନ ଫଳାଫଳ ବାହାରିବାର ତିନି ଦିନ ପରେ ତାଙ୍କର ଶପଥ ଉତ୍ସବ ଆୟୋଜନ ହୋଇଛି। ବୁଧବାର ବିଧାନସଭାରେ ବିଧାୟକ ଭାବେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶପଥପାଠ କରାଇଛନ୍ତି। ଏହି ସମୟରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ।

ଧାମନଗରର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମଙ୍ଗଳବାର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ଶପଥ ଗ୍ରହଣ ପୂର୍ବରୁ ତାଙ୍କୁ ପ୍ରଥମେ ବିଜେପି ଅଫିସରେ ସମ୍ୱର୍ଦ୍ଧନା ଦିଆଯାଇଛି। ବାଜା ବଜାଇ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେ ବିରୋଧି ଦଳ ନେତା ଜୟନାରାଣ ମିଶ୍ର ଓ ଅନ୍ୟ ନେତାଙ୍କ ସହ ବିଧନସଭା ପହଞ୍ଚିଥିଲେ। ବିଧାନସଭା ଦୁଆରେ ମୁଣ୍ଡଆମାରି ସେ ଭିତରେ ପ୍ରବେଶ କରିଥିଲେ। ଧାମନଗର ବିଧାୟକଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶପଥ ପାଠ କରାଇଥିଲେ। ଏହାପରେ ତାଙ୍କୁ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇଥିଲା।

Also Read: Padmapur Bypoll: ଧାମନଗର ସ୍ୱପ୍ନ ଧୂଳିସାତ ପରେ ବଦଳିଲା ରଣନୀତି, ଏଥର ମଇଦାନ ସମ୍ଭାଳିବେ ସ୍ଥାନୀୟ ନେତା-ମନ୍ତ୍ରୀ

ବିଧାୟକ ଭେବେ ଶପଥ ନେଲା ପରେ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ସେ ଅସମୟରେ ନିର୍ବାଚନ ଲଢିଛନ୍ତି। ସେ ଏଥାପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ। ସ୍ୱଳ୍ପ ସମୟ ମଧ୍ୟରେ ବହୁତ କିଛି ଘଟିଗଲା। କିନ୍ତୁ ଧାମନଗରବାସୀ ତାଙ୍କ ଉପରେ ଭରସା କରି ବିପୁଳ ଭୋଟରେ ବିଜୟ କରାଇଛନ୍ତି। ସେ କହିଛନ୍ତି, "ଧାମନଗରବାସୀଙ୍କ ପାଖରେ ଋଣୀ ହେଇକି ଅଛନ୍ତି, ଏବେ ଋଣ ପରିଶୋଧ କରିବାର ସମୟ ଆସିଛି। ଲୋକ ମୋର ଅନୁରୋଧ ରକ୍ଷା କରିଛନ୍ତି। ମୋତେ ଆଶୀର୍ବାଦ କରିଛନ୍ତି। ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି। ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି।"

 

ସେପଟେ ବିଧାୟକ ଭାବେ ଶପଥ ନେଉ ନେଉ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଜେପି ଏକ ବଡ ଦାୟିତ୍ୱ ଦେଇଛି। ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ ସୂର୍ଯ୍ୟବଂଶୀ ସୁରଜ।  ଧାମନଗର ନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ସୁରଜଙ୍କୁ ପଦ୍ମପୁରରେ ଦଳ ବ୍ୟବହାର କରିବ। ଏ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି। 

ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେପି ଜୋରଶୋରରେ ଲଢେଇ କରିବ। ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ବିଜେପିର ତିନି ବରିଷ୍ଠ ନେତାଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ରହିଛନ୍ତି। "ବିଧାନସଭାରେ ଆମେ ୨୩ ବିଧାୟକ ନିର୍ବାଚିତ ହେଇଥିଲୁ। ବାଲେଶ୍ଵର ଉପନିର୍ବାଚନରେ ହାରିବା ଏବଂ ଧାମନଗରରେ ଜିତିବା ପରେ ଆମର ସଂଖ୍ୟା ୨୨ ହୋଇଛି। ପଦ୍ମପୁରରେ ଜିତି ଆମେ ଏହି ସଂଖ୍ୟାକୁ ୨୩ରେ ପହଞ୍ଚାଇବୁ। ଆଉ ୨୦୨୪ରେ ଦୁଇ ତୃତୀୟାଂଶ ସିଟ ନେଇ ଆମେ ସରକାର ଗଢିବୁ।" ଏହା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି।

Also Read: CJI takes oath: ଦେଶର ୫୦ତମ CJI ଚନ୍ଦ୍ରଚୂଡଙ୍କ ଅବସର ପୂର୍ବରୁ ଖାଲି ହୋଇଯିବ ସୁପ୍ରିମକୋର୍ଟ!

ସେପଟେ ବିଜେଡ ନେତା ବଦ୍ରୀ ପାତ୍ର କହିଛନ୍ତି, "ପଦ୍ମପୁର ଆମର ଥିଲା ଆମର ହିଁ ରହିବ। ଆମେ ନିଶ୍ଚିତ ବିଜୟ ହାସଲ କରିବୁ। ଯେଉଁମାନେ କହୁଛନ୍ତି ସେମାନେ କେବଳ ପ୍ରଚାର ପାଇଁ କହୁଛନ୍ତି।" ଅନ୍ୟପଟେ ଧାମନଗର ଉପନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, "ବବିଙ୍କୁ ବିରୋଧ କରି ବିଜେଡିର କିଛି ବରିଷ୍ଠ ଓ କନିଷ୍ଠ ନେତା କଂଗ୍ରେସ ଓ ସ୍ୱାଧୀନ କୁ ଫଣ୍ଡିଂ କଲେ। ଯେଉଁଥିପାଇଁ କଂଗ୍ରେସକୁ ମିଳିବାକୁ ଥିବା ୮ରୁ ୧୦ ହଜାର ଭୋଟ କମିଗଲା। ବିଜେଡି-ବିଜେଡିର ଲଢେଇରେ କଂଗ୍ରେସ ବି କ୍ଷତି ହେଉଛି। କଂଗ୍ରେସ ପାଖରେ ଟଙ୍କା ନଥିବାରୁ ଆମର କିଛି ଚୋର ତସ୍କର ପଇସା ନେଇ ଯାଉଛନ୍ତି। ଯେଉଁଥିପାଇଁ ଆମେ ସବୁ ଉପନିର୍ବାଚନରେ ପଛରେ ରହି ଯାଉଛୁ। କିନ୍ତୁ ପଦ୍ମପୁରରେ ତାହା ହେବ ନାହିଁ। ଆମର ସେଠି ଭଲ ପ୍ରାର୍ଥୀ ରହିଛନ୍ତି। ଆଉ ତାଙ୍କର କି ସେଠିକାର ନେତାଙ୍କର ଟଙ୍କାର ବି ଅଭାଵ ନାହିଁ ।"