Dhamnagar Bypoll: ବିଜେଡି ପ୍ରାର୍ଥୀ ଅବନ୍ତୀ ଭାଙ୍ଗିଲେ ଆଇନ, ସାଙ୍ଘାତିକ ଅଭିଯୋଗ ଆଣିଲେ ରାଜୁ ଦାସ
Advertisement

Dhamnagar Bypoll: ବିଜେଡି ପ୍ରାର୍ଥୀ ଅବନ୍ତୀ ଭାଙ୍ଗିଲେ ଆଇନ, ସାଙ୍ଘାତିକ ଅଭିଯୋଗ ଆଣିଲେ ରାଜୁ ଦାସ

Dhamnagar Bypoll: କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଦାସ, ଉପର କାଁପଡା ୭୫ ନମ୍ବର ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଭୋଟ ଦେଇଛନ୍ତି। ତାଙ୍କର କହିବା ହେଲା, ସେ ଯେତିକି ବୁଥ ବୁଲିଛନ୍ତି ସମସ୍ତ ସ୍ଥାନରେ ସୁରୁଖୁରୁରେ ଭୋଟିଂ ଚାଲିଛି।  ବିଜେଡି ପ୍ରାର୍ଥିନୀ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିଛି। ନିଷେଧାଞ୍ଚଳରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ଦଳୀୟ ଚିହ୍ନ ଲାଗିଥିବା ଗାଡି ପଶିଥିଲା।

Dhamnagar Bypoll: ବିଜେଡି ପ୍ରାର୍ଥୀ ଅବନ୍ତୀ ଭାଙ୍ଗିଲେ ଆଇନ, ସାଙ୍ଘାତିକ ଅଭିଯୋଗ ଆଣିଲେ ରାଜୁ ଦାସ

Dhamnagar Bypoll, ଭଦ୍ରକ: ଗୁରୁବାର ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ସୁବୁଠି ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଭୋଟିଂ ଚାଲୁଥିବା ବେଳେ କିଛି ବୁଥରେ ଇଭିଏମ ତ୍ରୁଟି ଅଭିଯୋଗ ଆସିଛି। ସମସ୍ତ ପ୍ରାର୍ଥୀ ନିଜ ନିଜ ବୁଥରେ ଯାଇ ମତାଧିକାର ସାବ୍ୟସ୍ତ କରିବା ସହ ଅନ୍ୟ ବୁଥକୁ ଯାଇ ନିର୍ବାଚନ ପ୍ରକ୍ରିୟା ଯାଞ୍ଚ କରିଛନ୍ତି। କିନ୍ତୁ ଏହି ସମୟରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ, ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ସେପଟେ ନର୍ବାଚନ ପ୍ରକ୍ରିୟାକୁ ନେଇ ସ୍ୱାଧିନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି।

ଧାମନଗରର ତଳ କାଁପଡା ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ମତଦାନ କରିଛନ୍ତି। ମତଦାନ କରିବା ପୂର୍ବରୁ ସେ ଭୋଟରଙ୍କ ଆଶୀର୍ବାଦ ନେଇଛନ୍ତି। ଧଳା ଶାଢୀ ପିନ୍ଧି ବୁଥକୁ ଯାଇ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ଗଣମାଧ୍ୟମକୁ ଅବନ୍ତୀ କହିଛନ୍ତି, "ମୁଁ ଆଜି ସକାଳ ୪ରେ ଉଠି। ଦୁଆରେ ଗୋବର ପାଣି ଛିଞ୍ଚି ସକାଳୁ ସୁଦଶା ବ୍ରତ କରି ମା’ଲକ୍ଷ୍ମୀଙ୍କୁ ଧାମନଗରର ମଙ୍ଗଳ ପାଇଁ ପ୍ରାର୍ଥନା କଲି। ମୋ ଉପରେ ମା’ ଲକ୍ଷ୍ମୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ରହିଛି। ମୁଁ ନିଶ୍ଚୟ ବିଜୟଲାଭ କରିବି ବୋଲି ମୋର ଆଶା।"

Also Read: By poll 2022: ଆଜି ଛଅ ରାଜ୍ୟର ସାତଟି ସିଟ୍ ପାଇଁ ଭୋଟ, ଜାଣନ୍ତୁ କେଉଁଠି କାହାର ପଲ୍ଲା ଭାରି

ସେପଟେ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଦାସ, ଉପର କାଁପଡା ୭୫ ନମ୍ବର ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଉପରେ ଧାମନଗରବାସୀଙ୍କ ଆଶୀର୍ବାଦ ରହିଛି। ସେ ଏହି ଉପନିର୍ବାଚନକୁ ଶେହେରୁ ଶେହେ ଜିତିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ରାଜୁ ଦାସ ପ୍ରଶ୍ନ ଉଠାଇଛନ୍ତି। ଭୋଟିଂ ଆରମ୍ଭରୁ କିଛି ବୁଥରେ ଇଭିଏମ ତ୍ରୁଟି ହୋଇଛି। ଫଳରେ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା। ଇଭିଏମର ଭିଡିଓଗ୍ରାଫି କରିବାକୁ ନିୟମ ଥିଲେ ମଧ୍ୟ କେତେବ ବୁଥରେ କ୍ୟାମେରା ଲାଗିନଥିବା କଂଗ୍ରେସ ପ୍ରାର୍ଥୀ ଅଭିଯୋଗ କରିବା ସହ ଏହା ଉପରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।
 
ସେହିପରି ଫିଡର ପ୍ରାଥମିକ ବିଦ୍ୟାଳୟରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଭୋଟ ଦେଇଛନ୍ତି। ନିଜ ବିଜୟ ଆଶାକୁ ନେଇ ସେଠୀ ଉତ୍ସାହିତ ଥିବା ବେଳେ ଭୋଟରଙ୍କ ମୁଡ ବଦଳୁଛି ଓ ସେମାନ ପରିବର୍ତ୍ତନ ଚାହୁଁଛନ୍ତି। ସେଥିପାଇ ସମସ୍ତେ କଂଗ୍ରେସକୁ ଭୋଟ ଦେଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। ତାଙ୍କର ଭୋଟର ଲିଷ୍ଟରେ ନାଁ ନଥିବାରୁ ଭୋଟ ଦେଇନାହାନ୍ତି। ତାଙ୍କର କହିବା ହେଲା, ସେ ଯେତିକି ବୁଥ ବୁଲିଛନ୍ତି ସମସ୍ତ ସ୍ଥାନରେ ସୁରୁଖୁରୁରେ ଭୋଟିଂ ଚାଲିଛି। ବିଡେପି ଉପରେ ଲୋକଙ୍କ ଭରସା ଅଛି। ତେଣୁ ସେମାନେ ପୁଣିଥରେ ଧାମନଗରରେ ବିଜେପିକୁ ହିଁ ଜିତାଇବେ ବୋଲି ଯୁବନେତା ନିଜ ପ୍ରତିକ୍ରିୟାରେ କହିଛନ୍ତି। 

Also Read: Zee Odisha Newsର ମହାପ୍ରଭାବ: ପୂରଣ ହେବ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ, ଝାଟିମାଟି କୁଡିଆକୁ ପକ୍କା

ଅନ୍ୟପଟେ, ବିଜେଡି ପ୍ରାର୍ଥିନୀ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିଛି। ନିଷେଧାଞ୍ଚଳରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ଦଳୀୟ ଚିହ୍ନ ଲାଗିଥିବା ଗାଡି ପଶିଥିଲା। ଯାହାକୁ ଲୋକଙ୍କ ପ୍ରବଳ ବିରୋଧ କରିଛନ୍ତି। କାଁପଡ଼ା ୭୫ ଓ ୭୭ ନଂ ବୁଥ୍‌ରେ ଅବନ୍ତୀଙ୍କ ଗାଡିକୁ ବିରୋଧ କରାଯାଇଥିଲା। ଯାହାପରେ ଘଟଣାସ୍ଥଳରୁ ଗାଡି ପଳାଇଥିଲା। ତେବେ ଏଥିରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ଅବନ୍ତୀ ଦାସ କହିଛନ୍ତି। ଆନନ୍ଦପୁରର ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ଯାଳୟରେ ହୋଇଥିବା ବୁଥ୍ ନମ୍ବର ୧୩୭ ଓ ୧୩୮ରେ ଉତ୍ତେଜନା ଦେଖିବାକୁ ମିଳିଛି। ୧୩୭ ନମ୍ବର ବୁଥରେ ମୁତୟନ ଅଙ୍ଗନବାଡ଼ି କର୍ମୀ ପାର୍ବତୀ ମାଣିକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ଦେବା ଲାଗି କହିଥିଲେ। ସେହିପରି ୧୩୮ ନମ୍ବର ବୁଥରେ ମୁତୟନ ଥିବା ନୀଳିମା ନାୟକ ସମାନ ରୂପେ ଭୋଟରଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଛି।