MCD Election 2022: ଘୋଷଣା ହେଲା କାର୍ଯ୍ୟସୂଚୀ, ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ବିଜେପି-କଂଗ୍ରେସ-ଆପ୍?
Advertisement
Article Detail0/zeeodisha/odisha1425488

MCD Election 2022: ଘୋଷଣା ହେଲା କାର୍ଯ୍ୟସୂଚୀ, ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ବିଜେପି-କଂଗ୍ରେସ-ଆପ୍?

Delhi Municipal Corporation Election: ଦିଲ୍ଲୀ ନଗର ନିଗମ ନିର୍ବାଚନ ୨୦୨୨ ଲାଗି ପ୍ରସ୍ତୁତି କିପରି ରହିଛି ସେ ସମ୍ପର୍କରେ ଜଣାଇଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ଆପ୍। 

MCD Election 2022: ଘୋଷଣା ହେଲା କାର୍ଯ୍ୟସୂଚୀ, ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ବିଜେପି-କଂଗ୍ରେସ-ଆପ୍?

Delhi Municipal Corporation: ନଭେମ୍ବର ୪ ତାରିଖ ଶୁକ୍ରବାର ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ ପାଇଁ ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ ମତଦାନ। ଡିସେମ୍ବର ୭ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଦିଲ୍ଲୀ ମୁନସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଶୁ୍କ୍ରବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି।

ଦିଲ୍ଲୀ ନଗର ନିଗମ (Delhi Municipal Corporation) ଏମସିଡି଼ ନିର୍ବାଚନ ୨୦୨୨ (MCD Election 2022) ଲାଗି ପ୍ରସ୍ତୁତି କିପରି ରହିଛି ସେ ସମ୍ପର୍କରେ ଜଣାଇଛନ୍ତି ୩ ପ୍ରମୁଖ ଦଳ ବିଜେପି (BJP), କଂଗ୍ରେସ (Congress) ଏବଂ ଆମ ଆଦମୀ ପାର୍ଟି (Aam Aadmi Party)। ଏହି ନିର୍ବାଚନରେ ଲଢେଇ ମୁଖ୍ୟତଃ ଏହି ୩ ଦଳ ମଧ୍ୟରେ ଅନୁଷ୍ଠିତ ହେବ। 

Also Read: MCD Election 2022: ଘୋଷଣା ହେଲା କାର୍ଯ୍ୟସୂଚୀ, ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ବିଜେପି-କଂଗ୍ରେସ-ଆପ୍? 

ଶୁକ୍ରାବର ନିର୍ବାଚନ କାର୍ଯ୍ୟସୂଚୀ ଆସିବା ପୂର୍ବରୁ ଏକ ବଡ଼ ଘୋଷଣା କରିଥିଲା ଦିଲ୍ଲୀ ବିଜେପି (Delhi BJP Unit)। ଏନେଇ ଦଳ ପକ୍ଷରୁ କୁହାଯାଇଛି ଏଥର ୬୦-୭୦ ପ୍ରତିଶତ ଏମସିଡି ୱାର୍ଡ (MCD Ward) ରେ ବର୍ତ୍ତମାନର କର୍ପୋରେଟର (Delhi Municipal Corporation BJP Corporator) ଙ୍କୁ ପୁନର୍ବାର ପ୍ରାର୍ଥୀ କରାଯିବ ନାହିଁ। ଦିଲ୍ଲୀ ବିଜେପି ନେତାଙ୍କ କହିବା କଥା ଦଳ ବର୍ତ୍ତମାନ ଏହାର ସମସ୍ତ କର୍ପୋରେଟରଙ୍କ ସ୍ଥାନରେ ନୂଆ ଚେହେରାକୁ ଟିକେଟ୍ ଦେବ ଦଳ ପାଇଁ ମହଙ୍ଗା ପଡିପାରେ। ୱାର୍ଡ ସଂଖ୍ୟା ହ୍ରାସ ପାଇବ, ମହିଳା ଏବଂ ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଆସନର କ୍ରମାଗତ ପରିବର୍ତ୍ତନ ଏବଂ ୱାର୍ଡ ପୁନର୍ଗଠନ କାରଣରୁ ବର୍ତ୍ତମାନ ଦଳର ୬୦-୭୦ ପ୍ରତିଶତ କର୍ପୋରେଟର ଟିକେଟ୍ ପାଇବାରୁ ବଞ୍ଚିତ ହୋଇପାରନ୍ତି। ବର୍ତ୍ତମାନ କର୍ପୋରେଟରଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତଙ୍କୁ ପୁନର୍ବାର ଟିକେଟ୍ ମିଳିପାରେ। ଏପରି ଅନେକ କାରଣ ରହିଛି ଯେଉଁଥିପାଇଁ ଅଧିକାଂଶ ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କୁ ବଦଳାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଜେପି ନେତା। 

ଅନ୍ୟପଟେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଏମସିଡି଼ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛି ଦିଲ୍ଲୀ କଂଗ୍ରେସ (Delhi Congress Unit)। ଏନେଇ ଦଳର ଦିଲ୍ଲୀ ଶାଖା ସଭାପତି ଅନିଲ କୁମାର କହିଛନ୍ତି ଯେ ଏହି ନିର୍ବାଚନ ପାଇଁ ଦଳ ୧୦୦୦ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିଛି। ଯେଉଁମାନେ କଂଗ୍ରେସ ଟିକେଟ ପାଇବାକୁ ଆବେଦନ କରିଛନ୍ତି। ଦଳୀୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଉପରେ ଆଲୋଚନା ପାଇଁ କରିବା ଶନିବାର ଏବଂ ରବିବାର ଦଳ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ। ଦଳୀୟ ଚିହ୍ନରେ ଲଢିବା ପାଇଁ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟ ଦଳ ଏପରି ନେତା ତଥା କର୍ମକର୍ତ୍ତାଙ୍କୁ ଆଉ ଏକ ସୁଯୋଗ ଦେବ ଯେଉଁମାନେ ଏମସିଡି ନିର୍ବାଚନରେ ​​ଟିକେଟ୍ ପାଇବା ପାଇଁ ଆବେଦନ କରିପାରି ନାହାଁନ୍ତି। ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ କରିଥିଲେ। ଏହା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇ ଯାଇଥିଲା। ଯଦି କୌଣସି ଯୋଗ୍ୟ ପ୍ରାର୍ଥୀ ଟିକେଟ୍ ପାଇଁ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ।

ଅନ୍ୟପଟେ ୨୦୨୨ ଏମସିଡି଼ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛି ଆମ ଆଦମୀ ପାର୍ଟି (Aam Aadmi Party)। ଏନେଇ ଆପ୍ ପକ୍ଷରୁ କୁହାଯାଇଛି ନିର୍ବାଚନରେ ​​ଜିତିବାର ସମ୍ଭାବନା ଥିବା ଉପଯୁକ୍ତ ପ୍ରାର୍ଥୀ ଖୋଜିବା ପାଇଁ ଦଳ ପକ୍ଷରୁ ଏକ ସର୍ଭେ କରାଯାଉଛି।