Delhi Excise Case: ନିଜ ଜାଲରେ ନିଜେ ଛନ୍ଦି ହୋଇଛନ୍ତି ମନୀଷ ସିସୋଦିଆ
Advertisement
Article Detail0/zeeodisha/odisha1310234

Delhi Excise Case: ନିଜ ଜାଲରେ ନିଜେ ଛନ୍ଦି ହୋଇଛନ୍ତି ମନୀଷ ସିସୋଦିଆ

ଗତ ବର୍ଷ ନଭେମ୍ବରରେ ଆଣିଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସି ନୀତି ଏବଂ କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗରେ ସିବିଆଇ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଏକ୍ସାଇଜ୍ ପଲିସି ୨୦୨୧-୨୨ର କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ପାଇବା ପରେ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ। 

Delhi Excise Case: ନିଜ ଜାଲରେ ନିଜେ ଛନ୍ଦି ହୋଇଛନ୍ତି ମନୀଷ ସିସୋଦିଆ

Delhi Excise Case: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ଜାଲରେ ନିଜେ ଛନ୍ଦି ହୋଇଛନ୍ତି। ଯେଉଁ ମାମଲାରେ ସିବିଆଇ ତଦନ୍ତ ଦାବି କରିଥିଲେ, ସେହି ମାମଲାରେ ସେ ହିଁ ମୁଖ୍ୟ ଅଭିଯୁକ୍ତ ହୋଇଛନ୍ତି। ମଦ ନୀତିରେ ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ (Manish Sisodia) ବାସଭବନରେ ସିବିଆଇ ଚଢ଼ାଉ କରିଥିଲା। ସିବିଆଇ କଥିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ ଜଣଙ୍କୁ ଅଭିଯୁକ୍ତ କରି FIR ପଞ୍ଜିକୃତ କରିଛି।

ଦିଲ୍ଲୀ ମଦ ନୀତି ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ଖୋଦ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଥିଲେ। ଶୁକ୍ରବାର ସିସୋଦିଆଙ୍କ ଘରେ ସିବିଆଇ ପ୍ରାୟ ୧୦ ଘଣ୍ଟା ରେଡ୍ କରିଛି। ଏହା ପରେ ଏହି ଦୁର୍ନୀତି ମାମଲାରେ ଇଡିର ଏଣ୍ଟ୍ରୀ ହୋଇପାରେ ବୋଲି ଅନୁମାନ କରାଯାଉଛି। ୧୭ ଅଗଷ୍ଟରେ ମାମଲା ଦାୟର ହୋଇଥିବା ବେଳେ ୧୯ ତାରିଖରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଅଭିଯୁକ୍ତ କରିଛି। ସିସୋଦିଆଙ୍କ ସମେତ ମୋଟ ୧୫ ଜଣଙ୍କ ନାମ ସିବିଆଇର ଏତଲାରେ ଲେଖା ହୋଇଥିବା ସୂଚନା ମିଳିଛି। 

Also Read: Delhi Excise Case: ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ FIR ପଞ୍ଜିକରଣ କଲା CBI

ଗତ ବର୍ଷ ନଭେମ୍ବରରେ ଆଣିଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସି ନୀତି ଏବଂ କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗରେ ସିବିଆଇ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଏକ୍ସାଇଜ୍ ପଲିସି ୨୦୨୧-୨୨ର କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ପାଇବା ପରେ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ। ସେ କହିଛନ୍ତି ଯେ, ଜୁଲାଇରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଦେଇଥିବା ରିପୋର୍ଟ ଆଧାରରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଥିଲା। ଏହା GNCTD ଆକ୍ଟ ୧୯୯୧, TOBR-୧୯୯୩ ଏବଂ ଦିଲ୍ଲୀ ଏକ୍ସାଇଜ୍ ଅଧନିୟମ ୨୦୧୦କୁ ଉଲ୍ଲଂଘନ କରୁଥିବା କୁହାଯାଉଛି।

ଏହା ବ୍ୟତୀତ ଦିଲ୍ଲୀରେ ଟେଣ୍ଡର ପରେ ମଦ ବ୍ୟବସାୟ ଲାଇସେନ୍ସ ବିତରଣରେ ଅନିୟମିତତା ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ଅବକାରୀ ବିଭାଗ ସମ୍ଭାଳୁଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ସିବିଆଇ ଯାଞ୍ଚକୁ ସ୍ୱାଗତ କରିଥିଲେ। ମନୀଷ ସିସୋଦିଆ କହିଛନ୍ତି ଯେ, ସରକାରୀ ମଦ ଦୋକାନରେ ଦୁର୍ନୀତିର ମୁକାବିଲା ପାଇଁ ଏହି ନୀତି ଥିଲା। ସେ ତଦନ୍ତକାରୀ ସଂସ୍ଥା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ। ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଏହି ସିବିଆଇ ଚଢ଼ାଉକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛି।

Also Read: Dilip Ghosh On TMC: 'ଦିଦିଙ୍କ ନେତାଙ୍କୁ ଲୋକେ ଜୋତାରେ ମାରିବେ'

ଖବର ମୁତାବକ, ସିବିଆଇ ଅଧିକାରୀମାନେ ଦିଲ୍ଲୀ ଓ ଏନସିଆରର ୨୧ ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ସିସୋଦିଆ ଶୁକ୍ରବାର ଟ୍ୱିଟ୍ କରି କହିଛନ୍ତି, 'ସିବିଆଇ ପହଞ୍ଚିଛି। ତାଙ୍କୁ ସ୍ୱାଗତ। ଆମେ ଅତ୍ୟନ୍ତ ସଚ୍ଚୋଟ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ଯେଉଁମାନେ ଆମ ଦେଶରେ ଭଲ କାମ କରନ୍ତି, ତାଙ୍କୁ ଏହିପରି ହଇରାଣ ହରକତ କରାଯାଇଥାଏ। ସେଥିପାଇଁ ଆମ ଦେଶ ନମ୍ବର -୧ ହୋଇପାରି ନାହିଁ।'