Make India Number One: ମୋଦିଙ୍କ ସମର୍ଥନରେ ବାହାରିଲେ କେଜରିଓ୍ୱାଲ, କାହିଁକି ପଢନ୍ତୁ
Advertisement
Article Detail0/zeeodisha/odisha1338431

Make India Number One: ମୋଦିଙ୍କ ସମର୍ଥନରେ ବାହାରିଲେ କେଜରିଓ୍ୱାଲ, କାହିଁକି ପଢନ୍ତୁ

ଦେଶରେ ଏକ ମଡେଲ ଭାବରେ ୧୪,୫୦୦ଟି ବିଦ୍ୟାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

Make India Number One: ମୋଦିଙ୍କ ସମର୍ଥନରେ ବାହାରିଲେ କେଜରିଓ୍ୱାଲ, କାହିଁକି ପଢନ୍ତୁ

Make India Number One:  ନୂଆଦିଲ୍ଲୀ: ହରିଆଣାର ହିସାରରେ (Hisar) ଆସନ୍ତାକାଲି ମେକ ଇଣ୍ଡିଆ ନମ୍ବର ଓ୍ୱାନ (Make India Number One) ମିଶନ ଆରମ୍ଭ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଏହି ଅବସରରେ ଆମ୍ ଆଦମୀ ପାର୍ଟିର (Aam Aadmi Party) ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ (Chief Minister) କେଜରିଓ୍ୱାଲ (Arvind Kejriwal) କହିଛନ୍ତି ଯେ ସେ ଏହି ଯୋଜନା ଅଧିନରେ ତମାମ ଦେଶ ଭ୍ରମଣ କରିବେ। ଏହା ସହିତ ସେ ୧୩୦ କୋଟି ଲୋକଙ୍କୁ ଯୋଡି଼ବାକୁ ପ୍ରୟାସ କରିବେ ବୋଲି କେଜରିଓ୍ୱାଲ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି କି ଯେ କେବଳ ଉନ୍ନତ ଏବଂ ମାଗଣା ଶିକ୍ଷା ଦ୍ୱାରା ଦେଶ ଆଗେଇ ପାରିବ। 

ଦେଶରେ ଏକ ମଡେଲ ଭାବରେ ୧୪,୫୦୦ଟି ବିଦ୍ୟାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ହାରରେ ସମସ୍ତ ବିଦ୍ୟାଳୟର ନବୀକରଣ ପାଇଁ ୭୦ ରୁ ୮୦ ବର୍ଷ ଲାଗିବ। ତେଣୁ ସମସ୍ତ ରାଜ୍ୟ ସରକାରଙ୍କ ସହିତ ଏକଜୁଟ ହୋଇ ୧୦ ଲକ୍ଷ ସ୍କୁଲର ଉନ୍ନତି କରାଯାଇପାରିବ। 

ସୂଚନାଯୋଗ୍ୟ ଗତକାଲି ୧୪୫୦୦ ସ୍କୁଲର ଉନ୍ନତି କରଣ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଯାହାକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଥିଲେ କି ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ନିଶ୍ଚିତ ପକ୍ଷେ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେବଳ ୧୪୫୦୦ ସ୍କୁଲ କାହିଁକି। ଦେଶରେ ପ୍ରାୟ ସାଢେ ୧୦ ଲକ୍ଷ ସରକାରୀ ସ୍କୁଲ ରହିଛି। ଯଦି ୧୪୫୦୦ ସ୍କୁଲର ଉନ୍ନତିକରଣ ଗୋଟିଏ ବର୍ଷକ ମଧ୍ୟରେ କରାଯିବ ତେବେ ସମସ୍ତ ସ୍କୁଲ ପାଇଁ ୭୦ରୁ ୮୦ ବର୍ଷ ସମୟ ଲାଗିବ। ଏତେ ସମୟ ଆମ ନିକଟରେ ନାହିଁ। ଏପର୍ଯ୍ୟନ୍ତ ଆମେ ୭୫ ବର୍ଷ ନଷ୍ଟ କରି ସାରିଲୁଣୁ ବୋଲି କେଜରିଓ୍ୱାଲ କହିଥିଲେ। 

ସ୍କୁଲର ରୁପାନ୍ତରିକରଣ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ। ସେ କହିଥିଲେ କି ପ୍ରଧାନମନ୍ତ୍ରୀଙ୍କୁ ମୋର ଅପିଲ ହେଉଛି କି ସେ ସମସ୍ତ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ଏହି କାର୍ଯ୍ୟକୁ ଆଗେଇ ନେବାକୁ ପଡ଼ିବ। ଏଥିପାଇଁ ସ୍ୱତନ୍ତ୍ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉ। ତମାମ ଦେଶରେ ରହିଥିବା ସାଢେ ୧୦ ଲକ୍ଷ ସ୍କୁଲ ଗୁଡିକର କ୍ୱାଲିଟି ଓ ରୁପାନ୍ତରିକରଣ ପାଇଁ ପ୍ରସ୍ତୁତ କରାଯାଉ ବୋଲି ସେ କହିଥିଲେ। ଏଭଳି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଆମେ ୫ ବର୍ଷ ମଧ୍ୟରେ ସଫଳ ହୋଇ ପାରିବା ବୋଲି ସେ କହିଥିଲେ। 

କେଜ୍ରିୱାଲ କହିଛନ୍ତି ଯେ ଦେଶର ସମସ୍ତ ପିଲାମାନେ ସର୍ବୋତ୍ତମ ଶିକ୍ଷା ଏବଂ ମାଗଣା ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ଦେଶ ଅଗ୍ରଗତି କରିବ ନାହିଁ। ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା, ଅନେକ କ୍ଷେତ୍ରରେ ଅଗ୍ରଗତି କଲା, କିନ୍ତୁ ପ୍ରଥମ କାର୍ଯ୍ୟ ହେଲା ପ୍ରତ୍ୟେକ ଗ୍ରାମରେ ଏକ ଚମତ୍କାର ସରକାରୀ ବିଦ୍ୟାଳୟ ନିର୍ମାଣ କରିବା। ଆଜି ଯଦି ସମଗ୍ର ଦେଶ ଶିକ୍ଷିତ ହୋଇଥାନ୍ତା, ତେବେ ଏହା ଗରିବ ହୋଇନଥାନ୍ତା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛି ଯେ ସେ ଦେଶର ୧୩୦ କୋଟି ଲୋକଙ୍କ ସହ 'ମେଣ୍ଟ' ଗଠନ କରିବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦିବସରେ ୧୪୫୦୦ ସରକାରୀ ବିଦ୍ୟାଳୟକୁ ମଡେଲ ସ୍କୁଲ ଭାବରେ ନବୀକରଣ କରିବାକୁ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍-ଶ୍ରୀ) ଯୋଜନା ଅଧୀନରେ ଏହି ବିଦ୍ୟାଳୟଗୁଡ଼ିକ ସମଗ୍ର ଭାରତରେ ବିକାଶ ଏବଂ ନବୀକରଣ ହେବ। ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ପ୍ରଦାନର ଏକ ଆଧୁନିକ, ପରିବର୍ତ୍ତନଶୀଳ ଏବଂ ସାମଗ୍ରିକ ଉପାୟ ହେବ। ଏହା ଗବେଷଣା ଭିତ୍ତିକ, ଶିକ୍ଷଣ ଉପରେ ଧ୍ୟାନ ଦେବ। ଆଧୁନିକ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଶ୍ରେଣୀଗୃହ, କ୍ରୀଡା ଭଳି ସୁବିଧା ଉପଲବ୍ଧ ହେବ। ଆଧୁନିକ ଭିତ୍ତିଭୂମି ପ୍ରତି ମଧ୍ୟ ଧ୍ୟାନ ଦିଆଯିବ।