Bharat Jodo Yatra: କମଲ ନାଥ-ରାହୁଲ ଗାନ୍ଧୀଙ୍କୁ ମିଳିଲା ହତ୍ୟା ଧମକ, ପ୍ରତିକ୍ରିୟା ରଖିଲା କଂଗ୍ରେସ
Advertisement

Bharat Jodo Yatra: କମଲ ନାଥ-ରାହୁଲ ଗାନ୍ଧୀଙ୍କୁ ମିଳିଲା ହତ୍ୟା ଧମକ, ପ୍ରତିକ୍ରିୟା ରଖିଲା କଂଗ୍ରେସ

Madhya Pradesh: ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ମଧ୍ୟ ଗୁଳି ମାରିବାକୁ ଧମକ ଦିଆଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଦଳର ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କୁ ଧମକ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲନାଥ। ଏନେଇ ସେ କହିଛନ୍ତି ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ।

Bharat Jodo Yatra: କମଲ ନାଥ-ରାହୁଲ ଗାନ୍ଧୀଙ୍କୁ ମିଳିଲା ହତ୍ୟା ଧମକ, ପ୍ରତିକ୍ରିୟା ରଖିଲା କଂଗ୍ରେସ

Rahul Gandhi Kamal Nath: କଂଗ୍ରେସ ପକ୍ଷରୁ ଜାରି ରହିଥିବା ଭାରତ ଯୋଡ଼ ଯାତ୍ରା ବେଳେ ଆସିଛି ଏକ ବଡ଼ ଖବର। ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଯାତ୍ରା ମଧ୍ୟ ପ୍ରଦେଶ ଇନ୍ଦୋର ଠାରେ ପହଞ୍ଚିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ଚିଠିରେ ରାହୁଲ ଗାନ୍ଧୀ ଏବଂ କମଲ ନାଥଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଛି। ଧମକପୂର୍ଣ୍ଣ ଚିଠିରେ ଶିଖ ଦଙ୍ଗା ବିଷୟରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ଇନ୍ଦୋର ସହରକୁ ବୋମା ବିସ୍ଫୋରଣରେ ଆତଙ୍କିତ କରିବା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପାଇଁ ଇନ୍ଦୋର ଠାରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବ୍ୟବସାୟୀଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏଭଳି ଧମକପୂର୍ଣ୍ଣ ଚିଠି ପାଇବା ପରେ ଚହଳ ସୃଷ୍ଟି ହୋଇଛି।

ଗୁରୁବାର ସନ୍ଧ୍ୟାରେ ଏହି ଧମକପୂର୍ଣ୍ଣ ଚିଠିକୁ କୋରିଅର୍ ଜରିଆରେ ପହଞ୍ଚିଥିଲା। ଜୁନି ଇନ୍ଦୋର ଥାନା (Juni Indore Police Station) ଅଞ୍ଚଳରେ ଥିବା ଏକ ମିଠା ଦୋକାନରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠି ଛାଡିଥିବା ବ୍ୟକ୍ତିଙ୍କୁ ଜୁନି ଇନ୍ଦୋର ପୋଲିସ (Juni Indore Police) ଏବଂ କ୍ରାଇମବ୍ରାଞ୍ଚ (Crime Branch) ଖୋଜୁଛି। ଜୁନି ଇନ୍ଦୋର ଥାନା ଅଞ୍ଚଳରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। 

ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଅବସରରେ ଆସନ୍ତା ୨୪ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leade Rahul Gandhi) ଇନ୍ଦୋରସ୍ଥିତ ଖାଲସା ଷ୍ଟାଡିୟମ (Indore Khalsa Stadium) ଠାରେ ରାତ୍ରୀଯାପନ କରିବେ। ଏହି ଘଟଣାର ତଦନ୍ତରେ ପୋଲିସ ନିୟୋଜିତ ଅଛି। ଇନ୍ଦୋର ପୋଲିସ ଡିସିପି ଆର.କେ ସିଂହ (Indore Police DCP RK Singh) ଏଭଳି ଧମକପୂର୍ଣ୍ଣ ଚିଠି ମିଳିଥିବା ନେଇ ନିଶ୍ଚିତ କରିଛନ୍ତି। ଏହି ଚିଠିରେ ଇନ୍ଦୋରରେ ବୋମା ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ (Madhya Pradesh Congress President) ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Chief Minister of Madhya Pradesh) କମଲ ନାଥଙ୍କୁ (Kamal Nath) ମଧ୍ୟ ଗୁଳି ମାରିବାକୁ ଧମକ ଦିଆଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଦଳର ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କୁ ଧମକ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲନାଥ। ଏନେଇ ସେ କହିଛନ୍ତି ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ। ସୁରକ୍ଷା ପ୍ରସଙ୍ଗରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି। ପୋଲିସ ପ୍ରଶାସନକୁ ଦେଖିବାକୁ ପଡିବ ଯେ ସମ୍ପୂର୍ଣ୍ଣ ସୁରକ୍ଷା ପୋଲିସ ବାହିନୀ ହାତରେ ଅଛି। ବିଜେପି ବିଚଳିତ ହୋଇପଡ଼ିଛି। ଏଥିପାଇଁ ପ୍ରତ୍ୟେକ କୌଶଳ ଅବଲମ୍ବନ କରାଯାଉଛି।