Bharat Jodo Yatra: ଏହି ରାଜ୍ୟରେ କଂଗ୍ରେସକୁ ଲାଗିପାରେ ଜୋରଦାର ଝଟକା, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1444506

Bharat Jodo Yatra: ଏହି ରାଜ୍ୟରେ କଂଗ୍ରେସକୁ ଲାଗିପାରେ ଜୋରଦାର ଝଟକା, ଜାଣନ୍ତୁ କାହିଁକି

Rift in Congress: ମହାକୌଶଳ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ୨ ଏବଂ ଗ୍ୱାଲିଅର-ଚମ୍ବଲ ଅଞ୍ଚଳର ଜଣେ ବିଧାୟକଙ୍କ କାର୍ଯ୍ୟକଳାପ ଉପରେ ନଜର ଦଳ। ଏହି ବିଧାୟକ ଦଳୀୟ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପଛାଉନାହାଁନ୍ତି। 

Bharat Jodo Yatra: ଏହି ରାଜ୍ୟରେ କଂଗ୍ରେସକୁ ଲାଗିପାରେ ଜୋରଦାର ଝଟକା, ଜାଣନ୍ତୁ କାହିଁକି

Crack in Congress: କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ହେଲେ ଏହି ସମୟରେ ପଡୋଶୀ ମଧ୍ୟ ପ୍ରଦେଶ କଂଗ୍ରେସ ଲାଗି ମାଡ଼ି ଆସୁଛି ଏକ ବଡ଼ ବିପଦ। ରାଜ୍ୟର ୧୦-୧୨ ଜଣ କଂଗ୍ରେସ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଥିବାର ଖବର ମିଳିଛି। ହେଲେ ବର୍ତ୍ତମାନ ଦଳ ପକ୍ଷରୁ ଅପରେସନ୍ ଲୋଟସ୍ ଭଳି କୌଣସି ଅଭିଯାନ କରାଯାଉନାହିଁ ବୋଲି ବିଜେପି ଖୋଲାଖୋଲି ଭାବେ କହିଛି। ହେଲେ ମଧ୍ୟ ପ୍ରଦେଶ ରାଜନୀତିରେ ଚର୍ଚ୍ଚା ହେଉଛି ଯେ ବିଜେପି ସେହି ୧୯ ଜଣ କଂଗ୍ରେସ ବିଧାୟକଙ୍କ ଉପରେ ନଜର ରଖିଛି ଯେଉଁମାନେ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ​​କ୍ରସ୍ ଭୋଟିଂ କରି ଚର୍ଚ୍ଚାକୁ ଆସିଥିଲେ। 

ବିଧାୟକଙ୍କ ଦଳ ବଦଳକୁ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲ ନାଥ। ଏନେଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ତାଙ୍କ ସହ ଅନେକ ବିଜେପି ବିଧାୟକ ଯୋଗାଯୋଗରେ ଅଛନ୍ତି। ଯେଉଁମାନେ ବିଜେପି ଟିକେଟ ପାଇବେ ନାହିଁ। ଆମେ ଆମ ସଙ୍ଗଠନ ଭିତରୁ ଟିକେଟ ଦେବୁ। ରାହୁଲ ଗାନ୍ଧୀଙ୍କ ଯାତ୍ରା ସମୟରେ ଅପରେସନ୍ ଲୋଟସ୍ ଅଭିଯାନ କାର୍ଯ୍ୟକାରୀ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶ ବିଜେପି ସଭାପତି ବିଷ୍ଣୁଦତ୍ତ ଶର୍ମା। ଏନେଇ ବିଜେପି ସଭାପତି କହିଛନ୍ତି ଯେ ଯିଏ ଦେଶ ପାଇଁ କିଛି କରିବାକୁ ଚାହୁଁଛି ସେ ଦଳରେ ରହି କାମ କରିପାରିବେ। ଯେ କୌଣସି ବ୍ୟକ୍ତି ଦେଶ ପାଇଁ କିଛି କାମ କରିବାକୁ ଚାହୁଁଛନ୍ତି ତାହେଲେ ସେ କୌଣସି ଦଳର ହୋଇପାରିବେ। ଯଦି ସେମାନେ ବିଜେପି ସହ ସହିତ ଆସି କିଛି କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଭୁଲ୍ କ'ଣ ରହିଛି। ସକରାତ୍ମକ ରାଜନୀତି କରିବା ହେଉଛି ବିଜେପି କାମ।

Also Read: Goa Politics: 'ଭାରତ ଯୋଡ଼ ଯାତ୍ରା ନୁହେଁ, ଆରମ୍ଭ ହୋଇଯାଇଛି କଂଗ୍ରେସ ଛାଡ ଯାତ୍ରା'

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ମଧ୍ୟ ପ୍ରଦେଶ ନଗର ଉନ୍ନୟନ ମନ୍ତ୍ରୀ ଭୂପେନ୍ଦ୍ର ସିଂହ। ଏନେଇ ମନ୍ତ୍ରୀ କହିଛନ୍ତି ଯେ ଅନେକ କଂଗ୍ରେସ ନେତା ନିରନ୍ତର ଯୋଗାଯୋଗରେ ଅଛନ୍ତି। ଯେଉଁମାନେ ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ କଂଗ୍ରେସ ନେତା, ସେମାନଙ୍କ ଉପରେ ବିଚାର କରାଯିବ। ବିଜେପି ନିଜ ପକ୍ଷରୁ ଅପରେସନ୍ ଲୋଟସ୍ ନାମରେ କୌଣସି ଅଭିଯାନ ଚଳାଉନାହିଁ। ରାଜ୍ୟ ରାଜନୀତିରେ ସୃଷ୍ଟି ହେଉଥିବା ହଟଚମଟକୁ ନେଇ କଂଗ୍ରେସ ଭୟଭୀତ ହୋଇପଡ଼ିଛି। ଅନ୍ୟପଟେ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ ଆମେ କେବେ ଏଭଳି ରାଜନୀତି କରୁନାହୁଁ। ଯେଉଁମାନେ ଆମର ବିଚାରଧାରା ସହ ସହମତ ହୋଇଥାନ୍ତି ଆମେ ସେମାନଙ୍କୁ ସ୍ୱାଗତ କରିଥାଉ। ଆମେ କାହାକୁ ଆଣିବାକୁ ଚେଷ୍ଟା କରିନଥାଉ।

କଂଗ୍ରେସ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶ ବିରୋଧୀ ଦଳ ନେତା ଡ.ଗୋବିନ୍ଦ ସିଂହ। କଂଗ୍ରେସରେ ଏଭଳି ଗଦ୍ଦାର ନାହାଁନ୍ତି ଯିଏ ପଛରୁ ଛୁରୀ ମାରିବ। ଆମର ନେତା କମଲ ନାଥ ଏପରି ଲୋକଙ୍କୁ ଗୋଟିଏ ଝଟକାରେ ଦଳରୁ ବାହାର କରି ଦେଇଥାନ୍ତି। ତାଙ୍କୁ ବିଶ୍ୱସ୍ତବାଦୀ ଆବଶ୍ୟକ। ସେ ବିଶ୍ୱାସଘାତକ ଆବଶ୍ୟକ କରିନଥାନ୍ତି। 

Also Read: Bharat Joda Yatra: କଂଗ୍ରେସକୁ ଲାଗିପାରେ ଝଟକା, ଇସ୍ତଫା ଦେଇପାରନ୍ତି ଏହି ରାଜ୍ୟର ଅନେକ ବିଧାୟକ

ମଧ୍ୟ ପ୍ରଦେଶର ଇନ୍ଦୋର, ଉଜ୍ୱୈନ, ନିମାଡ଼, ମହାକୌଶଳ, ବୁନ୍ଦେଲଖଣ୍ଡ ସମେତ ଅନେକ ସ୍ଥାନରେ କଂଗ୍ରେସ ବିରୋଧରେ ବିରୋଧର ସ୍ୱର ଉତ୍ତୋଳନ କରାଯାଉଛି। ଦଳର ଯେଉଁ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଥିବାର କୁହାଯାଉଛି ସେମାନଙ୍କ ମଧ୍ୟରେ ମାଲୱା, ଇନ୍ଦୋର ଏବଂ ଉଜ୍ୱୈନ ଅଞ୍ଚଳର ୩ ଜଣ କଂଗ୍ରେସ ବିଧାୟକ ରହିଥିବା କୁହାଯାଉଛି। ଯେଉଁମାନେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବିଜେପି ସହିତ ଆଲୋଚନା କରିଥିଲେ ଯେ ସେ ୩ ଜଣ ବିଧାୟକଙ୍କ ସହ ବିଜେପିରେ ଯୋଗଦେବାକୁ ଚାହୁଁଛନ୍ତି। ତାଙ୍କ ପାଇଁ ସମ୍ମତି ଥିଲା। ହେଲେ ଅନ୍ୟ ୨ ଜଣଙ୍କ ପାଇଁ କଥା ଅଟକି ଯାଇଥିଲା। ଏହି କାରଣରୁ ତାଙ୍କର ବିଜେପିରେ ଯୋଗ ଦେବାର ବାଟ ବନ୍ଦ ମଧ୍ୟ ହୋଇଯାଇଥିଲା।

ନିମାରର ଜଣେ ବିଧାୟକ ଖଣ୍ଡୱା ଲୋକସଭା ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଏକାଠି ହୋଇଥିବାର ନଜର ଆସି ସାରିଛନ୍ତି। ହେଲେ ବିଧାନସଭାରେ ସେ ବିଧିବଦ୍ଧ ଭାବେ କଂଗ୍ରେସ ବିଧାୟକ ଅଛନ୍ତି। ଏହି ତିନିଜଣ ବିଧାୟକଙ୍କ ମଧ୍ୟରେ ଯଦି ରାହୁଲ ଗାନ୍ଧୀ ନିମାର-ମାଲୱା ଆସନ୍ତି, ତାହେଲେ ସେହି ଅଞ୍ଚଳରୁ ଅନ୍ୟ ୩ ଜଣ ବିଧାୟକ ବିଜେପି ହାତ ଧରିପାରନ୍ତି। 

Also Read: Goa Congress Crisis: ଦଳ ଛାଡି଼ ବିଜେପି ହାତ ଧରିବେ ୯ କଂଗ୍ରେସ ବିଧାୟକ!

ମହାକୌଶଳ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ୨ ଏବଂ ଗ୍ୱାଲିଅର-ଚମ୍ବଲ ଅଞ୍ଚଳର ଜଣେ ବିଧାୟକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି କଂଗ୍ରେସ। ଏହି କଂଗ୍ରେସ ବିଧାୟକ ଦଳୀୟ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପଛାଉନାହାଁନ୍ତି। ସେମାାନେ କଂଗ୍ରେସ ସଭାପତି ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ପିସିସି ପ୍ରତିନିଧିଙ୍କ ଭୋଟ୍ ପାଇଥିବା ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଜଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶଶୀ ଥରୁରଙ୍କ ନିକଟକୁ ଭେଟିଥିଲେ।