Smriti Irani: ହିମାଚଳ ପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କଡା ବିରୋଧ
Advertisement
Article Detail0/zeeodisha/odisha1355678

Smriti Irani: ହିମାଚଳ ପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କଡା ବିରୋଧ

Congress Oppose Smriti Irani: ହିମାଚଳ ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କଡା ବରୋଧର ସମ୍ମୁଖୀନ ହେବାକୁ ପଡିଛି। କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ କେବଳ ଯେ କଳା ପତାକା ଦେଖାଇଥିଲେ ତାହା ନୁହେଁ ସିଲିଣ୍ଡର ସହିତ ମଧ୍ୟ ପ୍ରଦର୍ଶନ କରିଥିଲେ।

Smriti Irani: ହିମାଚଳ ପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କଡା ବିରୋଧ

Congress Oppose Smriti Irani: ହିମାଚଳ ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ (Smriti Irani)ଙ୍କୁ କଡା ବରୋଧର (Oppose) ସମ୍ମୁଖୀନ ହେବାକୁ ପଡିଛି। କଂଗ୍ରେସ ଦ୍ବାରା ତାଙ୍କୁ କଳା ପତାକା ଦେଖାଯିବା ସହ ବିରୋଧ କରାଯାଇଥିଲେ। କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ କେବଳ ଯେ କଳା ପତାକା (Black Flags) ଦେଖାଇଥିଲେ ତାହା ନୁହେଁ ସିଲିଣ୍ଡର ସହିତ ମଧ୍ୟ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ସକାଳେ ପୂର୍ବତନ ସିଏମ୍ ବିରଭଦ୍ରା ସିଂଙ୍କ ଗଡ଼ ରାମପୁରରେ ପହଞ୍ଚିଥିଲେ। ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସକାଳେ ହେଲିକପ୍ଟର ଯୋଗେ ରାମପୁରର ଶିଙ୍ଗଲାରେ ପହଞ୍ଚିଥିଲେ। ଏଠାରେ ବିଜେପି କର୍ମୀମାନେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଏହା ପରେ ସେ ମହାଲକ୍ଷ୍ମୀ ମହିଷାସୁର ମର୍ଦିନୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ସେ ସିଧା ବିଶ୍ରାମ ଗୃହକୁ ଯାଇଥିଲେ। ଏହି ସମୟରେ କଂଗ୍ରେସ କର୍ମୀମାନେ 'ଗୋ ବ୍ୟାକ୍' ସ୍ଲୋଗାନ ଦେଇଥିଲେ ଏବଂ କଳା ପତାକା ଦେଖାଇ ସେମାନେ ବିରୋଧ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାମପୁରରେ ହିମାଚଳ ମହିଳା ମୋର୍ଚ୍ଚାର ସମ୍ମିଳନୀରେ ଭାଗ ନେଇଥିଲେ। ସେଠାରେ କଂଗ୍ରେସ କର୍ମୀମାନେ ମଧ୍ୟ ତାଙ୍କୁ ବିରୋଧ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ କଂଗ୍ରେସର ବିରୋଧ ଯୋଗୁଁ ରାମପୁରରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୂତୟନ କରାଯାଇଥିଲା।

ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷ ଜୈନବ ଚାନ୍ଦେଲ କହିଛନ୍ତି ଯେ, ୟୁପିଏ ସରକାର ସମୟରେ ସିଲିଣ୍ଡର ମୂଲ୍ୟ ୪୦୦ ଟଙ୍କା ଥିବା ବେଳେ ସ୍ମୃତି ଇରାନୀ ବହୁତ ହୋ-ହାଲ୍ଲା କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚୁଡି ପଠାଯାଇଥିଲେ। ବର୍ତ୍ତମାନ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୦ରୁ ଅଧିକ, ତେବେ ସ୍ମୃତି ଇରାନୀ କାହିଁକି ଚୁପ୍ ଅଛନ୍ତି? ଏହା ପୂର୍ବରୁ ଶୁକ୍ରବାର ଦିନ ଶିମଳାରେ ସିଲିଣ୍ଡର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତା ଅଳକା ଲାମ୍ବା ଏବଂ ପ୍ରତିଭା ସିଂ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ।

ଏଠାରେ କହିରଖୁଛି ଯେ, କିଛି ଦିନ ତଳେ ଦରଦାମ୍ ବୃଦ୍ଧିକୁ ନେଇ ଫ୍ଲାଇଟରେ ହଟହଟା ହୋଇଥିଲେ। କଂଗ୍ରେସ ମହିଳା ମୋର୍ଚ୍ଚାର ନେତ୍ରୀ ନୀତା ଡି ସୌଜା ସ୍ମୃତି ଇରାଣୀଙ୍କୁ ତେଲ ଦର କଥା ପଚାରି ତାଙ୍କୁ ଅଡୁଆରେ ପକାଇଥିଲେ । ଦିଲ୍ଲୀ-ଗୌହାଟି ବିମାନରେ ଉଭୟ ନୀତା ଡି ସୌଜା ଏବଂ ସ୍ମୃତି ଇରାଣୀ ମୁହାଁମୁହିଁ ହୋଇଥିଲେ। ହଠାତ ତେଲ ଦର ପାଚାରିବାରୁ ସ୍ମୃତି ଇରାଣୀ କିଛି ଉତ୍ତର ଦେଇଥିଲେ ମଧ୍ୟ ତାହା ସନ୍ତୋଷଜନକ ନଥିଲା। ଯେଉଁ ଭିଡିଓଟି ପ୍ରବଳ ଭାଇହରାଲ୍ ମଧ୍ୟ ହୋଇଥିଲା।

ସ୍ମତି ଇରାନୀ ପ୍ରଶ୍ନକୁ ଏଡାଇବାକୁ ଯେତେ ଚେଷ୍ଟା କରୁଥିଲେ ସୁଦ୍ଧା ନୀତା ତାଙ୍କୁ ଛାଡ଼ି ନଥିଲେ। ଏହି ସମୟରେ ନିଜ ମୋବାଇଲରେ ଭିଡିଓ କରି ରେକର୍ଡ଼ କରିଥିଲେ କଂଗ୍ରେସ ନେତ୍ରୀ । ଏହାକୁ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ସେ ଅପଲୋଡ଼ କରିଛନ୍ତି । ସେ କହିଥିଲେ ଯେ, ଆଜି ମୋଦିଙ୍କ ମନ୍ତ୍ରିଙ୍କ ସହ ଭେଟ ହୋଇଥିଲା । ମୁଁ ତେଲ ଓ ଗ୍ୟାସ ଦର କଥା ପଚାରିବାରୁ ସ୍ମୃତି ଇଣାଣୀ ମାଗଣା ଟିକା ଓ ଗରିବଙ୍କୁ ମାଗଣା ରାସନ ପ୍ରଦାନକୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତା ତାଙ୍କ ବାଟ ଅବରୋଧ କରୁଥିବା ସ୍ମୃତି ଇରାନୀ ଅଭିଯୋଗ କରିଥିଲେ।