କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ହେବ ଲଢ଼େଇ! କିନ୍ତୁ ଏହି ବ୍ୟକ୍ତିଙ୍କ ଏଣ୍ଟ୍ରି ହେବ ତ ବଦଳିଯିବ ପୂରା କାହାଣୀ
Advertisement

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ହେବ ଲଢ଼େଇ! କିନ୍ତୁ ଏହି ବ୍ୟକ୍ତିଙ୍କ ଏଣ୍ଟ୍ରି ହେବ ତ ବଦଳିଯିବ ପୂରା କାହାଣୀ

Congress President Election: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅକ୍ଟୋବର ୧୭ ରେ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗ୍ରହଣ କରାଯିବ ଓ ଫଳାଫଳ ଅକ୍ଟୋବର ୧୯ରେ ଘୋଷଣା କରାଯିବ । ଖାସ୍ କଥା ହେଉଛି ଦୀର୍ଘ ଦିନ ପରେ କଂଗ୍ରେସ ୱାର୍କିଂ କମିଟି ଅର୍ଥାତ୍ CWC ରେ ମଧ୍ୟ ନିର୍ବାଚନ ଘୋଷଣା କରାଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ହେବ ଲଢ଼େଇ! କିନ୍ତୁ ଏହି ବ୍ୟକ୍ତିଙ୍କ ଏଣ୍ଟ୍ରି ହେବ ତ ବଦଳିଯିବ ପୂରା କାହାଣୀ

ନୂଆଦିଲ୍ଲୀ: Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି । ଏଭଳି ପରିସ୍ଥିତିରେ କିଏ କିଏ ପ୍ରାର୍ଥୀ ହେବେ, ତାହାକୁ ନେଇ ସ୍ଥିତି କିଛି ମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ମୈଦାନରେ ରହିବେ ନା ନାହିଁ? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସେପଟେ ଜି-୨୩ ନେତାଙ୍କ ମଧ୍ୟରୁ ଶଶି ଥରୁର ଏହି ପଦ ଉପରେ ନିଜ ଦାବିଦାର ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସେହିପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଓ ଗାନ୍ଧୀ ପରିବାରର ନିକଟତର ବୋଲି ମନେ କରାଯାଉଥିବା ଅଶୋକ ଗେହଲୋଟ୍ ମଧ୍ୟ ଏହି ରେସରେ ଆଗରେ ଚାଲୁଛନ୍ତି ।

ପ୍ରବଳ ସମ୍ଭାବନା ରହିଛି ଯେ କେରଳର ଥିରୁବନନ୍ତପୁରମରୁ କଂଗ୍ରେସ ସାଂସଦ ଶଶି ଥରୁର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ତେବେ ସେ ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି । ନିକଟ ଅତୀତରେ ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଥିଲେ । ଖବର ମୁତାବକ, ଏହି ବୈଠକରେ ସେ ହାଇକମାଣ୍ଡଙ୍କ ଆଗରେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । କୁହାଯାଉଛି ଯେ ସୋନିଆ ଗାନ୍ଧୀଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ସେ କୌଣସି ପ୍ରାର୍ଥୀଙ୍କୁ ବିଶେଷ ସମର୍ଥନ କରିବେ ନାହିଁ । ଖାସ୍ କଥା ହେଉଛି ବିଗତ ଦିନରେ ଥରୁର ମଧ୍ୟ ଅଧ୍ୟକ୍ଷ ପଦର ନିର୍ବାଚନରେ ​​ସ୍ୱଚ୍ଛତା ନେଇ ସ୍ୱର ପ୍ରଶ୍ନ ଉଠାଇଥିଲେ ।

ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଯିଏ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ସେ ମୁକ୍ତ ଓ ସ୍ୱାଗତଯୋଗ୍ୟ । ଏହା କଂଗ୍ରେସ ଅଧ୍ୟକ୍ଷା ତଥା ରାହୁଲ ଗାନ୍ଧୀଙ୍କ ସ୍ଥିର ଷ୍ଟାଣ୍ଡ ରହିଛି । ଏହା ଏକ ଖୋଲା, ଗଣତାନ୍ତ୍ରିକ ଏବଂ ସ୍ୱଚ୍ଛ ପ୍ରକ୍ରିୟା । ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାର ଅନୁମତି ଦରକାର ନାହିଁ । 

ସୋମବାର ଥରୁର ସେହି ଅନଲାଇନ୍ ଆବେଦନ ଉପରେ ଯୁକ୍ତି ଦର୍ଶାଇଛନ୍ତି ଯେଉଁଥିରେ ଦଳର ଯୁବ ସଦସ୍ୟମାନେ ସଂସ୍କାର ଆଣିବାକୁ ଦାବି କରିଛନ୍ତି ଓ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ ପ୍ରାର୍ଥୀ ଏହି ପ୍ରତିଶ୍ରୁତି ଦେବା ଉଚିତ୍ ଯେ ସେ ନିର୍ବାଚିତ ହେଲେ ଉଦୟପୁର ନବସଂକଳ୍ପକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବେ । କଳ୍ପନା ଜଳ୍ପନା ଥିଲା ଯେ, ଯଦି ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ନ୍ତି ନାହିଁ, ତେବେ ଅଶୋକ ଗେହଲୋଟ୍ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇ ପାରନ୍ତି । 

ପ୍ରକାଶ ଥାଉକି, ଗେହଲୋଟ ଲଗାତର ରାହୁଲଙ୍କ କମାଣ ସମ୍ଭାଳିବା କଥାର ସମର୍ଥନ  କରୁଛନ୍ତି ଓ ଶନିବାର ହିଁ ରାଜସ୍ଥାନ କଂଗ୍ରେସ ଏ ବାବଦରେ ପ୍ରସ୍ତାବ ପାସ୍ କରିଛି । ଏଥିସହିତ ଏହା ମଧ୍ୟ ମନେ କରାଯାଉଛି ଯେ ସେ ରାଜ୍ୟ ରାଜନୀତି ଛାଡିବାକୁ ଚାହୁଁନାହାଁନ୍ତି, କିନ୍ତୁ ଜାତୀୟ ସ୍ତରରେ ଦଳର କମାଣ ନିଜ ହାତକୁ ନେବାକୁ ସେ ଅନେକ ଥର ସଙ୍କେତ ଦେଇଛନ୍ତି । ଅନ୍ୟପକ୍ଷେ କନ୍ୟାକୁମାରୀରୁ ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ 'ଭାରତ ଯୋଡ଼' ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ଦାୟିତ୍ୱ ଗ୍ରହଣ କରିବାର ମୁଡରେ ନାହାଁନ୍ତି । ଖବର ଆସିଛି ଯେ ଦଳର ନେତାମାନେ ତାଙ୍କୁ ଅଧ୍ୟକ୍ଷ ହେବାକୁ କ୍ରମାଗତ ଭାବରେ ନିବେଦନ କରୁଛନ୍ତି, କିନ୍ତୁ ସେ ଏଥିରେ ଆଗ୍ରହୀ ନୁହଁନ୍ତି । ବର୍ତ୍ତମାନ ଅଧ୍ୟକ୍ଷ ପଦ ରେସରେ ରାହୁଲଙ୍କ ବ୍ୟତୀତ କେବଳ ଥରୁର ଓ ଗେହଲୋଟଙ୍କ ନାମ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ:- ୮୦ କୋଟି ଲୋକଙ୍କ ପାଇଁ ବହୁତ ବଡ଼ ଖବର, ମାଗଣା ରାସନକୁ ନେଇ ସରକାର ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ଅଧିକ ପଢ଼ନ୍ତୁ:-ମମତା ବାନାର୍ଜୀଙ୍କୁ ଝଟକା! ବିଜେପିକୁ ମିଳିଲା ବୃହତ ବିଜୟ, କେବଳ ଗୋଟିଏ ଆସନ ଜିତିଲା ଟିଏମସି

ଅଧିକ ପଢ଼ନ୍ତୁ:-ସଚିନ ପାଇଲଟଙ୍କୁ ପୁଣି ହେବାକୁ ପଡ଼ିବ ନିରାଶ, ଏହି ନେତା ହେବେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!

ବର୍ତ୍ତମାନ ଏଭଳି ପରିସ୍ଥିତିରେ ଯଦି ରାହୁଲ ଗାନ୍ଧୀଙ୍କ ଏଣ୍ଟ୍ରି ହୁଏ, ତେବେ କାହାଣୀ ବଦଳିପାରେ । କାରଣ ପ୍ରାୟ ୭ଟି ରାଜ୍ୟର କଂଗ୍ରେସ ୟୁନିଟ୍ ତାଙ୍କୁ ମୁଖ୍ୟ କରିବା ପ୍ରସଙ୍ଗରେ ପ୍ରସ୍ତାବ ପାସ୍ କରିଛନ୍ତି । ଏଥିମଧ୍ୟରେ ରାଜସ୍ଥାନ, ଛତିଶଗଡ, ମହାରାଷ୍ଟ୍ର, ବିହାର, ତାମିଲନାଡୁ, ଜାମ୍ମୁ କାଶ୍ମୀରର ନାମ ରହିଛି । ସୂତ୍ରରୁ ପ୍ରକାଶ ଯେ, ହିମାଚଳ ପ୍ରଦେଶ ୟୁନିଟ୍ ମଧ୍ୟ ଏହି ପ୍ରସ୍ତାବକୁ ସିଲ୍ କରିପାରେ । ବର୍ତ୍ତମାନ ଯଦି ରାହୁଲ ନିଜେ ନିର୍ବାଚନରେ ଏଣ୍ଟ୍ରି କରିବାକୁ ଘୋଷଣା କରନ୍ତି, ତେବେ ଗେହଲୋଟ୍ ପଛକୁ ହଟିପାରନ୍ତି । ଏଭଳି ପରିସ୍ଥିତିରେ ନିର୍ବାଚନ ମଧ୍ୟ ରାହୁଲ ବନାମ ଥରୁର ହୋଇପାରେ ।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅକ୍ଟୋବର ୧୭ ରେ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗ୍ରହଣ କରାଯିବ ଓ ଫଳାଫଳ ଅକ୍ଟୋବର ୧୯ରେ ଘୋଷଣା କରାଯିବ । ଖାସ୍ କଥା ହେଉଛି ଦୀର୍ଘ ଦିନ ପରେ କଂଗ୍ରେସ ୱାର୍କିଂ କମିଟି ଅର୍ଥାତ୍ CWC ରେ ମଧ୍ୟ ନିର୍ବାଚନ ଘୋଷଣା କରାଯାଇଛି ।