Congress: ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ କହିଲା କିଏ? ଜବାବ ଦେଲେ ଶଶୀ ଥରୁର
Advertisement

Congress: ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ କହିଲା କିଏ? ଜବାବ ଦେଲେ ଶଶୀ ଥରୁର

Congress President Election: ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ  ତାଙ୍କୁ କହିଲା କିଏ ବର୍ତ୍ତମାନ ତାହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ।

Congress: ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ କହିଲା କିଏ? ଜବାବ ଦେଲେ ଶଶୀ ଥରୁର

Congress MP Shashi Tharoor: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ଦଳର ଲୋକସଭା ସାଂସଦ ଶଶୀ ଥରୁର। ହେଲେ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ  ତାଙ୍କୁ କହିଲା କିଏ ବର୍ତ୍ତମାନ ତାହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ। ଏନେଇ ସେ କହିଛନ୍ତି କଂଗ୍ରେସ ଦଳ ଭିତରେ ଯେଉଁ ଗଣତନ୍ତ୍ର ରହିଛି ତାହାକୁ ଆମେ ଦେଖାଉଛୁ। ଯାହା ଅନ୍ୟ କୌଣସି ଦଳ ମଧ୍ୟରେ ନାହିଁ। ମୁଁ ଏକ ସ୍ତମ୍ଭ ଲେଖିଥିଲି ଯେ ଦଳରେ ନିର୍ବାଚନ କାହିଁକି ଆବଶ୍ୟକ? ଏହା ପରେ ଦଳର ଅନେକ କର୍ମକର୍ତ୍ତା ମୋ ଯୋଗାଯୋଗ କରି ମୋତେ କଂଗ୍ରେସ ଅଧ୍ୟକ୍ଷ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଅକ୍ଟୋବର ୧ ଶନିବାର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ଦଳର ଲୋକସଭା ସାଂସଦ ଶଶୀ ଥରୁର। ସେ ମହାରାଷ୍ଟ୍ରରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଦଳର ସଭାପତି ନିର୍ବାଚନ ଲାଗି ଶେଷ ଦିନ ଥିଲା ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର। ଯେଉଁଦିନ ନାମାନଙ୍କ ଭରିଥିଲେ ୬୬ ବର୍ଷୀୟ କଂଗ୍ରେସ ଲୋକସଭା ସାଂସଦ। ଏହା ପରେ ଅକ୍ଟୋବର ୧ ଶନିବାର କରା ଯାଇଥିଲା ନାମାଙ୍କନ ଯାଞ୍ଚ। ଯେଉଁଥିରେ ତାଙ୍କ ପ୍ରାର୍ଥୀପତ୍ର ବୈଧ ରହିଥିବା ଜଣାପଡ଼ିଛି।  

Also Read: Congress President Election: ନାମାଙ୍କନ ଭରିବା ପରେ ବିବାଦରେ ଶଶୀ ଥରୁର

ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବା ପ୍ରସଙ୍ଗରେ ପୂର୍ବରୁ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି ସାରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଏନେଇ ସେ କହିଛନ୍ତି ଦଳୀୟ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ତାଙ୍କ ପାଖରେ ସମଗ୍ର ଦେଶର କଂଗ୍ରେସ କର୍ମକର୍ତ୍ତାଙ୍କ ସମର୍ଥନ ମୋ ପ୍ରତି ରହିଛି। ଏହି ନିର୍ବାଚନ ପାଇଁ ତାଙ୍କ ପ୍ରାର୍ଥୀତ୍ୱ ବାବଦରେ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଦଳର ସାଂସଦ କହିଛନ୍ତି ଯେ ଯେତେବେଳେ ମୁଁ ମୋର ନାମାଙ୍କନ ପତ୍ର ଦାଖଲ କରିବି, ସେତେବେଳେ ଆପଣ ଦେଖିବେ ଯେ ମୋତେ କେତେ ସମର୍ଥନ ମିଳିଛି। ଯଦି ମୁଁ ଅଧିକାଂଶ ରାଜ୍ୟରୁ ଦଳୀୟ କର୍ମୀଙ୍କ ସମର୍ଥନ ମିଳେ, ତାହେଲେ ମୁଁ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରେ ଅଂଶଗ୍ରହଣ କରିବି। ଦେଶର ବିଭିନ୍ନ ପ୍ରାନ୍ତର କଂଗ୍ରେସ କର୍ମକର୍ତ୍ତା ମୋତେ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି। ମୁଁ ଦଳର ସଭାପତି ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ରହିଛି। 

କେରଳ (Kerala) ତିରୁବନନ୍ତପୁରମ ଲୋକସଭା ଆସନର (Thiruvananthapuram Lok Sabha Constituency) କଂଗ୍ରେସ ସାଂସଦ ଶଶୀ ଥରୁର (Congress MP Shashi Tharoor) କିଛି ଦିନ ପୂର୍ବରୁ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ (Congress President Election) ପାଇଁ ରହିଥିବା ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏନେଇ ସେ ମାତୃଭୂମି ନାମକ ମାଲାୟାଲମ ଖବରକାଗଜରେ ଏକ ସ୍ତମ୍ଭ ଲେଖିଥିଲେ। ତାଙ୍କର ଏହି ସ୍ତମ୍ଭ ସାମ୍ନାକୁ ଆସିବା ପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ମଙ୍ଗଳବାର ଏହି ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖି ସେ କହିଥିଲେ ଯେ ମୁଁ କଦାପି କହି ନଥିଲି ଯେ ମୁଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ବାକି ସବୁ କିଛି ଉପରେ ଆଲୋଚନା କରାଯାଇପାରିବ। ବାସ୍ତବରେ ଶଶୀ ଥରୁର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।   

Also Read: Congress President Election: ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଶଶୀ ଥରୁର

ମାଲାୟାଲମ ଖବରକାଗଜ ଦୈନିକ ମାତୃଭୂମି ପାଇଁ ଲେଖିଥିବା ଏକ ସ୍ତମ୍ଭରେ କେରଳ ତିରୁଅନନ୍ତପୁରମ ସାଂସଦ ଶଶୀ ଥରୁର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ 'ମୁକ୍ତ ଏବଂ ନିରପେକ୍ଷ' କରିବାକୁ ଆହ୍ୱାନ କରିଛନ୍ତି। କଂଗ୍ରେସ ସାଂସଦ ଶଶୀ ଥରୁର ଯିଏ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ G23 ସହ ଜଡିତ ଥିଲେ ସେ ଗତ ୨୦୨୦ ବର୍ଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଦଳୀୟ ସଙ୍ଗଠନରେ ସଂସ୍କାର ଆଣିବା ଲାଗି ଲେଖା ଯାଇଥିବା ଚିଠି କହିଥିଲେ ଏଆଇସିସି ଏବଂ ପିସିସି ପ୍ରତିନିଧି ଦଳର ସଦସ୍ୟଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ  ଅନୁମତି ଦିଅନ୍ତୁ ଯେ ଦଳରେ ନେତୃତ୍ୱ କିଏ ନେବ। ଏହା ଦ୍ୱାରା ଆଗାମୀ ନିର୍ବାଚନରେ ଦଳକୁ ବିଶ୍ୱସନୀୟ ଜନାଦେଶ ମିଳିବାରେ ସହାୟକ ହେବ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଦଳୀୟ ପୁନରୁତ୍ଥାନର ଆରମ୍ଭ। ଯାହା କଂଗ୍ରେସ ଆବଶ୍ୟକ କରୁଛି। ମୁଁ ଆଶା କରୁଛି ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଅନେକ ଦଳୀୟ ନେତା ସାମ୍ନାକୁ ଆସିବେ।  ଦଳ ତଥା ଦେଶ ପାଇଁ ଆପଣଙ୍କର ମତ ପ୍ରକାଶ କରିବା ନିଶ୍ଚିତ ଭାବରେ ଜନସାଧାରଣଙ୍କ ଆଗ୍ରହକୁ ଜାଗ୍ରତ କରିବ। ଦଳକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି। ହେଲେ ଦଳୀୟ ନେତୃତ୍ୱ ଦଳର ଯେଉଁ ପଦକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବା ଦରକାର ତାହା ହେଉଛି କଂଗ୍ରେସ ଅଧ୍ୟକ୍ଷ ପଦ। 

Also Read: Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..

ଗାନ୍ଧୀ ପରିବାର ଉଦ୍ଦେଶ୍ୟରେ କଟାକ୍ଷ କରି ଶଶୀ ଥରୁର ଲେଖିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବା ଏବଂ ତାଙ୍କ ସ୍ଥାନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ତାଙ୍କ ସ୍ଥାନ ନେଇଯିବାକୁ ନେଇ ଅନେକ କଂଗ୍ରେସ ସମର୍ଥକ ନିରାଶ ହୋଇଛନ୍ତି। ଗାନ୍ଧୀ ପରିବାର ପ୍ରକୃତରେ ଏହି ପ୍ରସଙ୍ଗରେ କେଉଁଠାରେ ଠିଆ ହୋଇଛି ତାହା ସ୍ଥିର କରିବା ଆବଶ୍ୟକ କିନ୍ତୁ ଗଣତନ୍ତ୍ରରେ କୌଣସି ଦଳ ଏହା ବିଶ୍ୱା ସ କରିବା ସ୍ଥିତିରେ ରହିବା ଉଚିତ ନୁହେଁ ଯେ କେବଳ ଗୋଟି ପରିବାର ଦଳର ନେତୃତ୍ୱ ନେବ।