Odisha Politics: ସରିଲା ବିଜେଡି-ବିଜେପି ବାହାଘର
Advertisement
Article Detail0/zeeodisha/odisha2077720

Odisha Politics: ସରିଲା ବିଜେଡି-ବିଜେପି ବାହାଘର

Odisha Politics:  ପୂର୍ବରୁ ବାହାଘର କାର୍ଡ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା ଯେଉଁଥିରେ ଶୁଭ ସମୟ ଏବଂ ଲଗ୍ନ ଓ ତାରିଖ ବିଷୟରେ ଲେଖା ହୋଇଥିଲା । ସେହି ଶୁଭ ମୁହୂର୍ତ୍ତରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Odisha Politics: ସରିଲା ବିଜେଡି-ବିଜେପି ବାହାଘର

Odisha Politics:  ସାହାନାଇ ବାଜିବା ସହିତ ସାଧାରଣ ବାହାଘର ପରି ସଜ ହୋଇଥିବା ବେଦୀରେ ପଡିଲା ହାତଗଣ୍ଠି । ପୂର୍ବରୁ ମିଳିଥିବା ନିମନ୍ତ୍ରଣ କାର୍ଡକୁ ଆଧାର କରି ବାହାଘରରେ ଯୋଗ ଦେଇଥିଲେ ବରଯାତ୍ରୀ । ପୂର୍ବରୁ ବାହାଘର କାର୍ଡ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା ଯେଉଁଥିରେ ଶୁଭ ସମୟ ଏବଂ ଲଗ୍ନ ଓ ତାରିଖ ବିଷୟରେ ଲେଖା ହୋଇଥିଲା । ସେହି ଶୁଭ ମୁହୂର୍ତ୍ତରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଏବଂ ବିଜେପି ମଧ୍ୟରେ ଥିବା ଭିତିରିଆ ସମ୍ପର୍କ ଥିବା ଦାବି କରିଛି କଂଗ୍ରେସ । ଯେଉଁଥିପାଇଁ ଆଜିର ଏହି ବିଜେଡି-ବିଜେପି ବିବାହ ଉତ୍ସବକୁ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୀର୍ଘ ବର୍ଷ ହେବ ବିଜେପି ଏବଂ ବିଜେଡି ଏକାଠି ହୋଇ ଅଛନ୍ତି । ତେଣୁ ବର୍ତ୍ତମାନ ସମୟ ହୋଇଛି ବାହାଘରର । ତେଣୁ ଏହି ବିବାହ କରାଇବାକୁ ଆମେ ନିଷ୍ପତ୍ତି ନେଇଛୁ । ଏଥିସହିତ ୟାସିର କହିଛନ୍ତି ଯେ, ବିଜେଡି ଏବଂ ବିଜେପି ଗୋଟାଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କେନ୍ଦ୍ରର ବିଲକୁ ରାଜ୍ୟରେ ସମର୍ଥନ କରାଯିବା ଏବଂ ରାଜ୍ୟସଭାକୁ କିଏ ଯିବ ସେନେଇ ଦୁଇ ଦଳ ସଲାସୁତୁରା ମଧ୍ୟରେ ନିଷ୍ପତ୍ତି ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଏହା ଓଡ଼ିଶା ଏଠାରେ ଲିଭ୍ ଇନ୍ ରିଲେସନ ଗ୍ରହଣୀୟ ନୁହେଁ କହି ଏମାନଙ୍କ ବିବାହ କରାଇଥିବା କଥା ଛାତ୍ର କଂଗ୍ରେସ ସଭାପତି କହିଛନ୍ତି । ବିଜେପି ଏବଂ ବିଜେଡି କାର୍ଯ୍ୟାଳୟ ଅଲଗା ହେଲେ ନେତାଙ୍କ ମଧ୍ୟରେ ସମ୍ପର୍କ ଏକ ତେଣୁ ଶଙ୍ଖ ଭବନରେ ବିଜେପି କାର୍ଯ୍ୟାଳୟ ହେଉ ବୋଲି ମଧ୍ୟ ସେ କହିଛନ୍ତି ।

ଅନ୍ୟପଟେ, ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନେତି ଯେ, କଂଗ୍ରେସର ବୁଦ୍ଧି ଭ୍ରଷ୍ଟ ହୋଇଯାଇଛି । ରାଜ୍ୟରେ ଧିରେ ଧିରେ କଂଗ୍ରେସର ସତ୍ତା ହଜିବା ସମୟରେ ଦଳ ବର୍ତ୍ତମାନ ମାନସିକ ଉଦବେଗ ପ୍ରତିଫଳିତ କରୁଛି । ବିଭିନ୍ନ ନାଟକ କରି କଂଗ୍ରେସ ନିଜେ ଲୋକ ହସା ହେଉଛି 

Also Read- Republic Day Parade: ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ, ଜାଣନ୍ତୁ କ'ଣ ରହିବ ବନ୍ଦ...

Also Read- GOLD PRICE: ଖସିଲା ସୁନାଦର, ହାତଛଡା କରନ୍ତୁନି ଏହି ସୁଯୋଗ