Congress President: କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦଳର ଏହି ବଡ଼ ନେତା, ରାହୁଲ ଗାନ୍ଧୀ ଲଗାଇବେ ଶେଷ ମୋହର
Advertisement

Congress President: କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦଳର ଏହି ବଡ଼ ନେତା, ରାହୁଲ ଗାନ୍ଧୀ ଲଗାଇବେ ଶେଷ ମୋହର

ଯିଏ କଂଗ୍ରେସ ଅଧ୍ୟକ୍ଷ ହେବ ସେ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ରଖିବ। ନିକଟରେ ଗାନ୍ଧୀ ପରିବାର ଲାଗି କଂଗ୍ରେସ ଛାଡ଼ି ଥିବା ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଏହା ଥିଲା ଶେଷ ବୟାନ। ନିର୍ବାଚନ ଶେଷ ହେବା ପରେ ଏବେ ପଛରେ ପଡ଼ିଥିବା କଂଗ୍ରେସ ପୁଣି ଥରେ ଆଗକୁ ବଢିବା ପାଇଁ ପ୍ରୟାସ ଜାରି  ରଖିଛି। ମନମୋହନ ସିଂହ-ସୋ

Congress President: କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦଳର ଏହି ବଡ଼ ନେତା, ରାହୁଲ ଗାନ୍ଧୀ ଲଗାଇବେ ଶେଷ ମୋହର

Congress President Election: ଯିଏ କଂଗ୍ରେସ ଅଧ୍ୟକ୍ଷ ହେବ ସେ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ରଖିବ। ନିକଟରେ ଗାନ୍ଧୀ ପରିବାର ଲାଗି କଂଗ୍ରେସ ଛାଡ଼ି ଥିବା ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଏହା ଥିଲା ଶେଷ ବୟାନ। ନିର୍ବାଚନ ଶେଷ ହେବା ପରେ ଏବେ ପଛରେ ପଡ଼ିଥିବା କଂଗ୍ରେସ ପୁଣି ଥରେ ଆଗକୁ ବଢିବା ପାଇଁ ପ୍ରୟାସ ଜାରି  ରଖିଛି। ମନମୋହନ ସିଂହ-ସୋନିଆ ଗାନ୍ଧୀ ସମୀକରଣ ଯାହାକୁ ବିଜେପି ରିମୋଟ କଣ୍ଟ୍ରୋଲ ସରକାର ବୋଲି କହୁଥିଲା, ବର୍ତ୍ତମାନ ସେହି କଂଗ୍ରେସ ନେତୃତ୍ୱ ଚାହୁଁଛନ୍ତି ଯେ ଦଳର ସଭାପତି ପଦ ପାଇଁ ଅଧିକରୁ ଅଧିକ ପ୍ରାର୍ଥୀ ଆସନ୍ତୁ। ଯାହା ଦ୍ୱାରା ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ଗଣତନ୍ତ୍ରରେ ସେମାନଙ୍କ ଯୋଗଦାନ ସମସ୍ତଙ୍କ ସାମ୍ନାରେ ସାବ୍ୟସ୍ତ କରନ୍ତୁ। 

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗନ୍ଧୀ ପରିବାରକୁ ଛାଡ଼ି ଦଳର ଲୋକସଭା ସାଂସଦ ଶଶୀ ଥରୁର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ, ରାଜ୍ୟସଭାରେ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅନ୍ତର୍ଭୂକ୍ତ କରାଯିବା ପରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଲମ୍ବା ହୋଇଛି। ମାଲାୟାଲମ ଖବରକାଗଜ ଦୈନିକ ମାତୃଭୂମି ପାଇଁ ଲେଖିଥିବା ଏକ ସ୍ତମ୍ଭରେ କେରଳ ତିରୁଅନନ୍ତପୁରମ ସାଂସଦ ଶଶୀ ଥରୁର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ 'ମୁକ୍ତ ଏବଂ ନିରପେକ୍ଷ' କରିବାକୁ ଆହ୍ୱାନ କରିଛନ୍ତି। କଂଗ୍ରେସ ସାଂସଦ ଶଶୀ ଥରୁର ଯିଏ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ G23 ସହ ଜଡିତ ଥିଲେ ସେ ଗତ ୨୦୨୦ ବର୍ଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଦଳୀୟ ସଙ୍ଗଠନରେ ସଂସ୍କାର ଆଣିବା ଲାଗି ଲେଖା ଯାଇଥିବା ଚିଠି କହିଥିଲେ ଏଆଇସିସି ଏବଂ ପିସିସି ପ୍ରତିନିଧି ଦଳର ସଦସ୍ୟଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ  ଅନୁମତି ଦିଅନ୍ତୁ ଯେ ଦଳରେ ନେତୃତ୍ୱ କିଏ ନେବ। ଏହା ଦ୍ୱାରା ଆଗାମୀ ନିର୍ବାଚନରେ ଦଳକୁ ବିଶ୍ୱସନୀୟ ଜନାଦେଶ ମିଳିବାରେ ସହାୟକ ହେବ।

Also Read: Congress President: କିଏ ହେବେ ଧଳୀୟ ମଙ୍ଗୁଆଳ? ଆଶାୟୀ ପ୍ରାର୍ଥୀଙ୍କ ନାଁ କହିଲେ ଦଳୀୟ ନେତା

କେରଳ ତିରୁଅନନ୍ତପୁରମ ଲୋକସଭା ସାଂସଦ ଶଶୀ ଥରୁର କହିଛନ୍ତି ଯେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଦଳୀୟ ପୁନରୁତ୍ଥାନର ଆରମ୍ଭ। ଯାହା କଂଗ୍ରେସ ଆବଶ୍ୟକ କରୁଛି। ମୁଁ ଆଶା କରୁଛି ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଅନେକ ଦଳୀୟ ନେତା ସାମ୍ନାକୁ ଆସିବେ।  ଦଳ ତଥା ଦେଶ ପାଇଁ ଆପଣଙ୍କର ମତ ପ୍ରକାଶ କରିବା ନିଶ୍ଚିତ ଭାବରେ ଜନସାଧାରଣଙ୍କ ଆଗ୍ରହକୁ ଜାଗ୍ରତ କରିବ। ଦଳକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି। ହେଲେ ଦଳୀୟ ନେତୃତ୍ୱ ଦଳର ଯେଉଁ ପଦକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବା ଦରକାର ତାହା ହେଉଛି କଂଗ୍ରେସ ଅଧ୍ୟକ୍ଷ ପଦ। 

ଗାନ୍ଧୀ ପରିବାର ଉଦ୍ଦେଶ୍ୟରେ କଟାକ୍ଷ କରି ଶଶୀ ଥରୁର ଲେଖିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବା ଏବଂ ତାଙ୍କ ସ୍ଥାନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ତାଙ୍କ ସ୍ଥାନ ନେଇଯିବାକୁ ନେଇ ଅନେକ କଂଗ୍ରେସ ସମର୍ଥକ ନିରାଶ ହୋଇଛନ୍ତି। ଗାନ୍ଧୀ ପରିବାର ପ୍ରକୃତରେ ଏହି ପ୍ରସଙ୍ଗରେ କେଉଁଠାରେ ଠିଆ ହୋଇଛି ତାହା ସ୍ଥିର କରିବା ଆବଶ୍ୟକ କିନ୍ତୁ ଗଣତନ୍ତ୍ରରେ କୌଣସି ଦଳ ଏହା ବିଶ୍ୱା ସ କରିବା ସ୍ଥିତିରେ ରହିବା ଉଚିତ ନୁହେଁ ଯେ କେବଳ ଗୋଟି ପରିବାର ଦଳର ନେତୃତ୍ୱ ନେବ।

ଏହି ଗୋଟିଏ କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ଶଶି ଥରୁରଙ୍କ ନିର୍ବାଚନ ମଞ୍ଚରେ ପ୍ରବେଶକୁ ନେଇ କଳ୍ପନା ଜଳ୍ପନାର କାରଣ  ପାଲଟିଛି। ମାତ୍ର କଂଗ୍ରେସ ସଭାପତି ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ନାହିଁ ସେ ନେଇ ନିଜର ଅଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି ଶଶୀ ଥରୁର। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ମୋର କିଛି କହିବାର ନାହିଁ। ମୁଁ ମୋର ଲେଖାରେ ଯାହା ଲେଖିଛି ତାହା ଗ୍ରହଣ କରେ ଯେ ନିର୍ବାଚନ କଂଗ୍ରେସ ଦଳ ପାଇଁ ଏକ ଭଲ କଥା ହେବ।

Also Read: Congress Presidents: ଯେବେ ଅଣ ଗାନ୍ଧୀ ପରିବାରର ନେତା ସମ୍ଭାଳିଥିଲେ ଦଳର ମଙ୍ଗୁଆଳ ପଦ

ଦଳ ଗୋଟିଏ କଥାକୁ ନେଇ ଫସି ଯାଉଛି। ତାହା ହେଉଛି ଯଦି  ଗାନ୍ଧୀ ପରିବାର କୌଣସି ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତାହେଲେ ଏହା ପରିବାରିକ ଶାସନର ଭାବମୂର୍ତ୍ତିକୁ ମଜବୁତ କରିବ। ଯେତେବେଳେ ବିଜେପି ଏବଂ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ G23 ଦେଶର ସର୍ବ ପୁରାତନ ଦଳ କଂଗ୍ରେସକୁ ଟାର୍ଗେଟ କରିବାକୁ ଆଉ ଏକ ସୁଯୋଗ ପାଇବ। ଯଦି ଜଣେ ଅଣ ଗାନ୍ଧୀ ପରିବାରର ନେତା କଂଗ୍ରେସ ନେତୃତ୍ୱ ନିଅନ୍ତି ତାହେଲେ ଦଳରେ ଗାନ୍ଧୀ ପରିବାରର ଉପସ୍ଥିତି ହ୍ରାସ ପାଇବ। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଦଳର ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେ ଠାରୁ ସୋନିଆ ଗାନ୍ଧୀ କଂଗ୍ରେସ ଅନ୍ତଃରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ୟପଟେ ଗାନ୍ଧୀ ପରିବାରର ବିଶ୍ୱସ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଆଶା ହରାଇ ନାହାଁନ୍ତି। ଏପରି ପରିସ୍ଥିତିରେ ଜଣେ  ଅଣ ଗାନ୍ଧୀ ପରିବାରର ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିବା ଦ୍ୱାରା ଦଳରେ  ଅରାଜକତା ସୃଷ୍ଟି ହେବ ବୋଲି ସେମାନେ ବିଶ୍ୱାସ କରୁଛନ୍ତି। ଏହି କାରଣରୁ ରାହୁଲ ଗାନ୍ଧୀ ଜିଦ୍‌ ଛାଡି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହେବେ ବୋଲି ସେମାନେ ଆଶା କରୁଛନ୍ତି। କେରଳର ୱାୟନାଡ ଲୋକସଭା ସାଂସଦ ରାହୁଲ ଗାନ୍ଧୀ  ଭାରତ ଯୋଡା ଯାତ୍ରା କାର୍ଯ୍ୟକ୍ରମକୁ ନେଇ ବ୍ୟସ୍ତ ଅଛନ୍ତି। କଂଗ୍ରେସ ଅଧ୍ୟକ୍ଷ  ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପାଇଁ ସେମାନଙ୍କୁ ଶାରୀରିକ ଭାବରେ ଉପସ୍ଥିତ ରହିବା ଆବଶ୍ୟକ ନାହିଁ ଏବଂ ସେମାନଙ୍କର ଲିଖିତ ସମ୍ମତି ଯଥେଷ୍ଟ। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି  ୨୯ ସେପ୍ଟେମ୍ବର। ରାହୁଲ ଗାନ୍ଧୀ ସାଧାରଣ ଜୀବନରେ ପ୍ରବେଶ କରିବା ପୂର୍ବରୁ ଗତ ୨୦୦୮ ବର୍ଷରେ ଭାରତ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ରାଜନୈତିକ ଜୀବନରେ 'ଭାରତ ଯୋଡା ଯାତ୍ରା' କେତେ ଲାଭଦାୟକ ହେବେ ତାହା ସମୟ କହିବ।