Copy Right Case: କର୍ଣ୍ଣାଟକ ହାଇକୋର୍ଟରୁ ଆଶ୍ୱସ୍ତି ପାଇଲା କଂଗ୍ରେସ, ଜାଣନ୍ତୁ କ'ଣ ଥିଲା ମାମଲା?
Advertisement
Article Detail0/zeeodisha/odisha1431870

Copy Right Case: କର୍ଣ୍ଣାଟକ ହାଇକୋର୍ଟରୁ ଆଶ୍ୱସ୍ତି ପାଇଲା କଂଗ୍ରେସ, ଜାଣନ୍ତୁ କ'ଣ ଥିଲା ମାମଲା?

Congress: ଭାରତ ଯୋଡ଼ ଯାତ୍ରା ବେଳେ କପିରାଇଟ୍ ନିୟମ ଉଲ୍ଲଂଘନ କରିବା ମାମଲାରେ କର୍ଣ୍ଣାଟକ ହାଇକୋର୍ଟରୁ ଆଶ୍ୱସ୍ତି ପାଇଛି କଂଗ୍ରେସ। ମଙ୍ଗଳବାର ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କଂଗ୍ରେସ।

Copy Right Case: କର୍ଣ୍ଣାଟକ ହାଇକୋର୍ଟରୁ ଆଶ୍ୱସ୍ତି ପାଇଲା କଂଗ୍ରେସ, ଜାଣନ୍ତୁ କ'ଣ ଥିଲା ମାମଲା?

Karnataka High Court: ମଙ୍ଗଳବାର ରାଜ୍ୟର ଏକ ନିମ୍ନ ଅଦାଲତ ରାୟ ଉପରେ ରୋକ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଯେଉଁଥିରେ କଂଗ୍ରେସ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲା କପିରାଇଟ ସହ ଜଡ଼ିତ ରହିଛି। ଦିନକ ପୂର୍ବେ ବେଙ୍ଗାଲୁରୁସ୍ଥିତ ଏକ ଅଦାଲତ କୋର୍ଟ କପିରାଇଟ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ କଂଗ୍ରେସ ଏବଂ ଏହାର ଭାରତ ଯୋଡା ଅଭିଯାନ ଟ୍ୱିଚର ହ୍ୟାଣ୍ଡେଲ ସାମୟିକ ଭାବେ ବନ୍ଦ କରିବାକୁ ସୋସିଆଲ ମିଡ଼ିଆ କମ୍ପାନୀ ଟ୍ୱିଟର ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଥିଲେ। 

ଗତ ସୋମବାର ରାଜ୍ୟର ଏକ ଅଦାଲତ କପିରାଇଟ୍ ନିୟମ ଉଲ୍ଲଂଘନ (Copyright Law Violation) କରିବା ମାମଲାରେ ଦେଇଥିବା ରାୟ ଉପରେ ମଙ୍ଗଳବାର ରୋକ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ (Karnataka High Court)। ବେଙ୍ଗାଲୁରୁସ୍ଥିତ ନିମ୍ନ ଅଦାଲତ (Bengaluru Court) ଦଳର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ରୁ ସମସ୍ତ କପିରାଇଟ୍ ସାମଗ୍ରୀ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଥିଲେ। 

କର୍ଣ୍ଣାଟକ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି। ଯେଉଁଥିରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କଂଗ୍ରେସ (Congress) ଏବଂ ଭାରତ ଯୋଡୋ ଯାତ୍ରା (Bharat Jodo Yatra) ଟ୍ୱିଟର ହ୍ୟାଣ୍ଡେଲ (Twitter Handle) ବନ୍ଦ କରାଯାଉ। ଯେଉଁ ତିନୋଟି ଟ୍ୱିଟ୍ (Tweet) ରେ କେଜିଏଫ୍ ଚଳଚ୍ଚିତ୍ର ଗୀତକୁ (KGF 2 Film Song) ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ (Background Music) ଭାବେ ବ୍ୟବହାର କରାଯାଇଥିଲା ତାହାକୁ ହଟାଯିବ।

ଦଳୀୟ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବା ମାମଲାରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କଂଗ୍ରେସ। ଭାରତ ଯୋଡ଼ ଯାତ୍ରା ବେଳେ କପିରାଇଟ୍ ନିୟମ ଉଲ୍ଲଂଘନ କରିବା ମାମଲାରେ କଂଗ୍ରେସ ଦଳୀୟ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନେଇ ସୋମବାର ସ୍ଥାନୀୟ ଅଦାଲତ ଦେଇଥିବା ରାୟକୁ ମଙ୍ଗଳବାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। 

କଂଗ୍ରେସ ପକ୍ଷରୁ ବରିଷ୍ଠ ଓକିଲ ଏ.ଏସ ପୋନ୍ନାନା ଏହି କେସ୍ ଲଢୁଥିଲେ। ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ପୋନ୍ନାନା ଆବେଦନ କରିଥିଲେ। ମ୍ୟୁଜିକ୍ ରେକର୍ଡ ଲେବଲ୍ MRT ମ୍ୟୁଜିକ୍ କମ୍ପାନୀ ପାଖରେ କେଜିଏଫ୍-ଅଧ୍ୟାୟ ୨ ଚଳଚ୍ଚିତ୍ର ସଙ୍ଗୀତର କପିରାଇଟ୍ ଅଧିକାର ରହିଛି। ଦିନକ ପୂର୍ବେ ଏହି ମ୍ୟୁଜିକ୍ କମ୍ପାନୀ ଅଭିଯୋଗ କରିଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାର ଦୃଶ୍ୟ-ଶ୍ରାବ୍ୟ ପ୍ରଚାର ପାଇଁ ଏହି ସୁପର ଡୁପର ବ୍ଲକବଷ୍ଟର ଚଳଚ୍ଚିତ୍ରର ସଙ୍ଗୀତକୁ ବେଆଇନ ଭାବେ ବ୍ୟବହାର କରାଯାଇଛି। 

Also Read: Bengaluru: କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ଜାଣନ୍ତୁ କାରଣ...

ଭୌତିକ ସାକ୍ଷ୍ୟକୁ ଅନୁଧ୍ୟାନ କରିବା ପରେ, କୋର୍ଟ କହିଛନ୍ତି ଯେ ଏହି ସ୍ତରରେ ଉପଲବ୍ଧ ସାମଗ୍ରୀ ଯଦି ସ୍ଥାପିତ ହୋଇଯାଏ, ତାହେଲେ ଏହା ପ୍ରଥମ ଅଭିଯୋଗକାରୀଙ୍କ ପାଇଁ ଅପୂରଣୀୟ କ୍ଷତି ଘଟାଇବ ଏବଂ ଏହା  ଚୋରିକୁ ମଧ୍ୟ ଉତ୍ସାହିତ କରିବ।

ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ପ୍ରତିବାଦୀଙ୍କୁ ଅନଧିକୃତ କପିରାଇଟ୍ ବ୍ୟବହାର କରିବାରୁ ବାରଣ କରି କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ ଶୁକ୍ରବାର ଦିନ ଏମଆରଟି ମ୍ୟୁଜିକ୍‌ କମ୍ପାନୀ ଓକିଲ ନରସିଂହନ୍ ସମ୍ପତ କହିଛନ୍ତି ଯେ କମ୍ପାନୀ ମାଲିକାନାରେ ଥିବା କପିରାଇଟ୍ ଉଲ୍ଲଂଘନ ପାଇଁ କଂଗ୍ରେସ ମହାସଚିବ ଜୟରାମ ରମେଶ, ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି।