Jairam Ramesh On Goa Politics: ରାଗ ତମତମ ଜୟରାମ ରମେଶ, କହିଲେ- ଏହି ଷଡଯନ୍ତ୍ରରୁ ଆମେ ବାହାରିବୁ
Advertisement

Jairam Ramesh On Goa Politics: ରାଗ ତମତମ ଜୟରାମ ରମେଶ, କହିଲେ- ଏହି ଷଡଯନ୍ତ୍ରରୁ ଆମେ ବାହାରିବୁ

Goa Politics:  ଆଜି ଗୋଆ କଂଗ୍ରେସ (Goa Congress)କୁ ବଡ ଝଟକା ମିଳିଛି। ଆଠ ଜଣ କଂଗ୍ରେସ ବିଧାୟକ (Congrss MLA) ଆଜି ଦଳ ଛାଡି ବିଜେପି (BJP)ର ହାତ ଧରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ (Jairam Ramesh) କହିଛନ୍ତି ଯେ, ''ଭାରତ ଯୋଡୋ' ଯାତ୍ରାର ସଫଳତା ଯୋଗୁଁ ବିଜେପି ଭୟଭୀତ ହୋଇଯାଇଛି।

ଫାଇଲ୍ ଫଟୋ

Goa Politics:  ଆଜି ଗୋଆ କଂଗ୍ରେସ (Goa Congress)କୁ ବଡ ଝଟକା ମିଳିଛି। ଆଠ ଜଣ କଂଗ୍ରେସ ବିଧାୟକ (Congrss MLA) ଆଜି ଦଳ ଛାଡି ବିଜେପି (BJP)ର ହାତ ଧରିଛନ୍ତି। ରାଜ୍ୟର ପୂର୍ବତନ ସିଏମ (Former CM) ଦିଗମ୍ବର କାମତ ଏବଂ ବିଧାନସଭାରେ ବିରୋଧୀ ଦଳର ନେତାଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ (Joined BJP) ଦେଇଛନ୍ତି। ଏହା ପରେ କଂଗ୍ରେସ ନେତା ମାନେ ଜଣେ ପରେ ଜଣେ ଭାରତୀୟ ଜନତା ପାର୍ଟି ଉପରେ ଜୋରଦାର ଆକ୍ରମଣ କରିଚାଲିଛନ୍ତି। ଅନ୍ୟ ପଟେ ସେମାନେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ବିଧାୟକଙ୍କୁ ହୁଏତ କୌଣସି ଲୋଭ କିମ୍ବା ଯାଞ୍ଚ ଏଜେନ୍ସିର ଭୟ ଦେଖାଯାଇଥାଇ ପାରେ।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ (Jairam Ramesh) କହିଛନ୍ତି ଯେ, ''ଭାରତ ଯୋଡୋ' ଯାତ୍ରାର ସଫଳତା ଯୋଗୁଁ ବିଜେପି ଭୟଭୀତ ହୋଇଯାଇଛି।'' ସେ ଟୁଇଟ୍ କରି କହିଛନ୍ତି, ଭାରତ ଯୋଡା ଯତ୍ରର ସଫଳତା ଯୋଗୁଁ ବିଜେପି ଅପରେସନ୍ କାଦୁଅ କୁ ଜୋରଦାର କରିଦେଇଛି। ଜୟରାମ ତାଙ୍କ ଟୁଇଟ୍‌ରେ ଆହୁରି ଲେଖିଛନ୍ତି, "ଏହି ସମୟରେ ବିଜେପି ବିଚଳିତ ଅଛି। ଭାରତ ଯୋଡା ଯାତ୍ରାକୁ ଦୁର୍ବଳ କରିବା ପାଇଁ ପ୍ରତିଦିନ ଡାଇଭର୍ସନ ଏବଂ ଦୁଃପ୍ରଚାର କଲା ଭଳି ପ୍ରୟାସ କରୁଛି। ଆମେ ଦୃଢ ଭାବରେ ଠିଆ ହେବୁ। ଆମେ ବିଜେପିର ଏହି ଖରାପ ଷଡଯନ୍ତ୍ରକୁ ପ୍ରତିହତ କରିବୁ।" ବାସ୍ତବରେ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀଗମ୍ବର କାମତ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ୮ ଜଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ବିଜେପିରେ ସାମିଲ କରାଯାଛି। ଏହି ୮ ଜଣ ବିଧାୟକଙ୍କ ମଧ୍ୟରେ ଦିଗମ୍ବର କାମତ, ମାଇକେଲ ଲୋବୋ, ଦେଲିଲାହ ଲୋବୋ, ରାଜେଶ ଫଲଦେସାଇ, କେଦାର ନାଇକ, ସଂକଳ୍ପ ଅମୋନକର, ଏଲେକ୍ସିୟୋ ସେକ୍କିଏରା ଏବଂ ରୁଡ୍ରୋଲ୍ଫ ଫର୍ଣ୍ଣାଣ୍ଡିସ୍ ଅଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କଂଗ୍ରେସକୁ କଡା ଆକ୍ରମଣ କରି କହିଛନ୍ତି ଯେ, କଂଗ୍ରେସ ଛାଡ ଯାତ୍ରା ଆରମ୍ଭ ହୋଇଛି। ଏଠାରେ କହିରଖୁଛୁ ଯେ, ଫେବୃଆରୀ ମାସରେ କଂଗ୍ରେସ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍ କରି କହିଥିଲା ଯେ, ଗୋଆ ଫରଓ୍ବାର୍ଡ ପାର୍ଟି ମେଣ୍ଟର ସମସ୍ତ ୪୦ ଜଣ ଆଶାୟୀ ପ୍ରାର୍ଥୀ ଏକଜୁଟ ଓ ବିଶ୍ବସ୍ତ ଭାବେ ରହିବା ପାଇଁ #PledgeOfLoyalty ନିଅନ୍ତି। 

ଗୋଆ ବିଜେପି ସଭାପତି ସଦାନନ୍ଦ ଶେଟ ତନାଭେଡେ ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି । ତେବେ କଂଗ୍ରେସରୁ ଆସୁଥିବା ବିଧାୟକଙ୍କ ସଂଖ୍ୟା ଦେବାକୁ ସେ ମନା କରି ଦେଇଛନ୍ତି । ଏହି ଖବର ଆସିବା ପରଠାରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ ଏହି ବିଧାୟକମାନେ ବିଧାନସଭା ବାଚସ୍ପତିଙ୍କୁ ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି, ଯିଏ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଓ ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ଗୋଆ ଆସିପାରନ୍ତି । ବର୍ତ୍ତମାନ ବିଧାନସଭା କମ୍ପ୍ଲେକ୍ସର ସୁରକ୍ଷା ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଆଜି ଗୋଆ ସରକାରଙ୍କ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିଲା, ଯାହାକୁ ମଧ୍ୟ ସ୍ଥଗିତ ରଖାଯାଇଛି ।