କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କ ବଢିଲା ଚିନ୍ତା, ଓଡ଼ିଶା ବିଧାୟକଙ୍କୁ ଦିଲ୍ଲୀ ଡାକରା
Advertisement
Article Detail0/zeeodisha/odisha1227387

କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କ ବଢିଲା ଚିନ୍ତା, ଓଡ଼ିଶା ବିଧାୟକଙ୍କୁ ଦିଲ୍ଲୀ ଡାକରା

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା (National Herald Case) ରେ ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜୁନ ୧୩ରେ ହାଜର ହେବାକୁ ଇଡି ସମନ ଜାରି କରିଥିଲା। କିନ୍ତୁ ଏହି ସମୟରେ ସୋନିଆ ଗାନ୍ଧୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଡୁଆ ବଢିଛି। ଆସନ୍ତା ୨୩ ତାରିଖରେ ସେ ଇଡି ଆଗରେ ହାଜର ହୋଇପାରନ୍ତି। ପୁଅ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ୪ ଦିନ ମାରାଥନ ଜେରା କରିଛି। ତେବେ ଆଗାମୀ ଦିନରେ ସୋନିଆ ଗାନ୍ଧୀ ମଧ୍ୟ ସମାନ ମାମଲାରେ ଇଡିର ପ୍ରଶ୍ନବାଣର ଶୀକାର ହେବେ।

୧୧ ଦିନ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ (Jayram Ramesh) ଏନେଇ ସୂଚନା ଦେଇଛନ୍ତି। କୋରୋନା (Coroavirus) ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ସେ ଫଙ୍ଗାଲ ସକ୍ରମଣ ହୋଇଥିବା ଜଣାପଡିଥିଲା। ଫଳରେ ଚିକିତ୍ସା ପାଇଁ ତାଙ୍କୁ ସେହି ହସ୍ପିଟାଲରେ ହିଁ ରଖାଗଲା। 

Also Read: ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା (National Herald Case) ରେ ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜୁନ ୧୩ରେ ହାଜର ହେବାକୁ ଇଡି ସମନ ଜାରି କରିଥିଲା। କିନ୍ତୁ ଏହି ସମୟରେ ସୋନିଆ ଗାନ୍ଧୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ତାଙ୍କୁ ପୁଣି ଥରେ ୨୩ ଜୁନରେ ହାଜର ହେବାକୁ ଇଡି ନୋଟିସ କରିଛି। ସୋନିଆ ବର୍ତ୍ତମାନ ସୁସ୍ଥ ଅଛନ୍ତି ଆଉ ସେ ଆସନ୍ତା ୨୩ ତାରିଖରେ ଇଡିରେ ହାଜର ହୋଇପାରନ୍ତି। ତେବେ ତାଙ୍କୁ ମଧ୍ୟ ଇଡି ମାରାଥନ ଜେରା କରିପାରେ।

ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ  ଜୁନ ୧୩ରୁ ୧୫ ପର୍ଯ୍ୟନ୍ତ ଇଡି ମାରାଥନ ଜେରା କରିଥିଲା। ଏହା ପରେ ଜୁନ ୧୭ ତାରିଖରେ ତାଙ୍କୁ ପୁଣି ଥରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ତାହାକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କଂଗ୍ରେସ ନେତା କହିଥିଲେ। କିନ୍ତୁ ଆଉ ଏକ ସମନରେ ତାଙ୍କୁ ଜୁନ ୨୦ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ୪ ଦିନରେ ରାହୁଲଙ୍କୁ ୪୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଇଡି (ED) ଜେରା କରିଛି। ଓଡିଶାର କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ଆସିଛି। ୮ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ ପରିପାରନ୍ତି। ସୋନିଆ, ରାହୁଲଙ୍କ ଇଡି ସମନକୁ ନେଇ ସେଠାରେ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ଅଛି।

Also Read: କ'ଣ ସେହି National Herald case, ଯାହାକୁ ନେଇ କଂଗ୍ରେସ ଛାତିରେ ପଶିଛି ଛନକା?

ଅନ୍ୟପଟେ, ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ କଂଗ୍ରେସ ବିରୋଧ କରିଛି। ପ୍ରତିବାଦ ସ୍ୱରୂପ ଦେଶବ୍ୟାପୀ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ କର୍ମୀମାନେ ଧାରଣା ପ୍ରଦର୍ଶନ କରିଛନ୍ତି। ତଥାପି କେନ୍ଦ୍ରୀୟ ସଂସ୍ଥା ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ। ୮ ବର୍ଷ ତଳର ମାମଲାର ଖୋଳତାଡ କରି ଇଡି କଂଗ୍ରେସ ପରିବାରକୁ କାଠଗଡାକୁ ଟାଣିଛି। ୨୦୦୮ରେ ନ୍ୟାସନାଲ ହେରାଲ୍ଡକୁ ଅଧିଗ୍ରହଣ କରିଥିବା YIL କମ୍ପାନୀରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରତ୍ୟେକଙ୍କର ସେୟାର ୩୮% ଲେଖାଏଁ ଥିଲା।