CM Oath Ceremony: ମେଘାଳୟ-ନାଗାଲ୍ୟାଣ୍ଡରେ ୭, ତ୍ରିପୁରାରେ ୮ ମାର୍ଚ୍ଚରେ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ
Advertisement

CM Oath Ceremony: ମେଘାଳୟ-ନାଗାଲ୍ୟାଣ୍ଡରେ ୭, ତ୍ରିପୁରାରେ ୮ ମାର୍ଚ୍ଚରେ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

CM Oath Ceremony News: ମାର୍ଚ୍ଚ ୭ ତାରିଖ ମଙ୍ଗଳବାର ଦିନ ୧୧ ଘଟିକା ସମୟରେ ମେଘାଳୟରେ ଅନୁଷ୍ଠିତ ଶପଥ ଗ୍ରହଣ କରାଯିବ। ଅନ୍ୟପଟେ ନାଗାଲାଣ୍ଡରେ ଶପଥ ଗ୍ରହଣ ସମାରୋହ ଆସନ୍ତାକାଲି ମଧ୍ୟାନ୍ନ ୧.୪୫ ମିନିଟ ସମୟରେ ଅନୁଷ୍ଠିତ ହେବ। ଅନ୍ୟପଟେ ତ୍ରିପୁରାରେ ମାର୍ଚ୍ଚ ୮ ତାରିଖ ବୁଧବାର ଦିନ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ। ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଚଳିତ ବର୍ଷ ଦେଶର ମେଘାଳୟ, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରା ଆଦି ୩ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ମାର୍ଚ୍ଚ ୨ ତାରିଖ ଗୁରୁବାର ହୋଇଥିଲା ଫଳାଫଳ ଘୋଷଣା।

CM Oath Ceremony: ମେଘାଳୟ-ନାଗାଲ୍ୟାଣ୍ଡରେ ୭, ତ୍ରିପୁରାରେ ୮ ମାର୍ଚ୍ଚରେ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

Meghalaya Nagaland Tripura CM Oath Ceremony: ଚଳିତ ବର୍ଷ ଦେଶର ମେଘାଳୟ, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରା ଆଦି ୩ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ। ବିଧାନସଭା ନିର୍ବାଚନ ଫଳାଫଳା ଆସିବା ପରେ ଏହି ୩ ରାଜ୍ୟରେ ଆରମ୍ଭ ହୋଇଯାଇଛି ସରକାର ଗଠନ ପ୍ରକ୍ରିୟା। ଏହିକ୍ରମରେ ମାର୍ଚ୍ଚ ୭ ତାରିଖ ମଙ୍ଗଳବାର ଶପଥ ନେବେ ମେଘାଳୟ-ନାଗାଲ୍ୟାଣ୍ଡ ମୁଖ୍ୟମନ୍ତ୍ରୀ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗେ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ମାର୍ଚ୍ଚ ୭ ତାରିଖ ମଙ୍ଗଳବାର ଦିନ ୧୧ ଘଟିକା ସମୟରେ ମେଘାଳୟରେ ଅନୁଷ୍ଠିତ ଶପଥ ଗ୍ରହଣ କରାଯିବ। ଅନ୍ୟପଟେ ନାଗାଲାଣ୍ଡରେ ଶପଥ ଗ୍ରହଣ ସମାରୋହ ଆସନ୍ତାକାଲି ମଧ୍ୟାନ୍ନ ୧.୪୫ ମିନିଟ ସମୟରେ ଅନୁଷ୍ଠିତ ହେବ। ଅନ୍ୟପଟେ ତ୍ରିପୁରାରେ ମାର୍ଚ୍ଚ ୮ ତାରିଖ ବୁଧବାର ଦିନ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ। ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଚଳିତ ବର୍ଷ ଦେଶର ମେଘାଳୟ, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରା ଆଦି ୩ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ମାର୍ଚ୍ଚ ୨ ତାରିଖ ଗୁରୁବାର ହୋଇଥିଲା ଫଳାଫଳ ଘୋଷଣା।

ଏହି ୩ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ​​ବାଜିମାତ କରିବା ପରେ ବିଜେପି ଏହାର ମେଣ୍ଟ ସହଯୋଗୀଙ୍କ ସହ ସରକାର ଗଠନ କରିବାକୁ ଯାଉଛି। ମେଘାଳୟରେ ଏନପିପି ମୁଖ୍ୟ କନରାଡ ସାଙ୍ଗମା ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତ୍ରିପୁରାରେ ବିଜେପି ନେତା ମାଣିକ ସାହା ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବେ। ନାଗାଲାଣ୍ଡରେ ଏନଡିପିପି ସୁପ୍ରିମୋ ନେଫ୍ୟୁ ରିଓ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି।

ଗତ ଗୁରୁବାର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଶୁକ୍ରବାର ଏନପିପି ମୁଖ୍ୟ କନରାଡ ସାଙ୍ଗମା ମେଘାଳୟ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ରାଜ୍ୟପାଳଙ୍କୁ  ଭେଟିବା ଅବସରରେ ୩୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଉପସ୍ଥାପନ କରିଥିଲେ ଏନପିପି ମୁଖ୍ୟ। ଏନେଇ କନରାଡ ସାଙ୍ଗମା କହିଥିଲେ ଯେ ତାଙ୍କ ପାଖରେ ବିଜେପି, ଏଚଏସଡିପିପି ଏବଂ ଦୁଇ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ମାର୍ଚ୍ଚ ୭ ତାରିଖରେ ନୂତନ ସରକାର ଶପଥ ଗ୍ରହଣ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ସମ୍ମତି ପ୍ରଦାନ କରିଛନ୍ତି।

ସେହିପରି ତ୍ରିପୁରାରେ ବିଜେପି ଏବଂ ମେଣ୍ଟ ସହଯୋଗୀ ଆଇପିଏଫଟି ଏକାକୀ ବହୁମତ ହାସଲ କରି ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମାଣିକ ସାହା ଶୁକ୍ରବାର ତ୍ରିପୁରା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୮ ତାରିଖରେ ନୂତନ ସରକାର ଶପଥ ଗ୍ରହଣ କରିବେ ଏବଂ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ବୋଲି କହିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା। ଅନ୍ୟପଟେ ନାଗାଲାଣ୍ଡରେ ଏନଡିପିପି-ବିଜେପି ମେଣ୍ଟ ସରକାର ଗଠନ ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏନଡିପିପି ସୁପ୍ରିମୋ ନେଫ୍ୟୁ ରିଓ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।