Maharashtra Political Crisis: ରାଜନୈତିକ ସଂକଟ ମଧ୍ୟରେ ବଦଳିଲା କ୍ୟାବିନେଟ
Advertisement
Article Detail0/zeeodisha/odisha1235031

Maharashtra Political Crisis: ରାଜନୈତିକ ସଂକଟ ମଧ୍ୟରେ ବଦଳିଲା କ୍ୟାବିନେଟ

Maharashtra Politics: ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ କ୍ୟାବିନେଟ ଅଦଳବଦଳ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

Maharashtra Political Crisis: ରାଜନୈତିକ ସଂକଟ ମଧ୍ୟରେ ବଦଳିଲା କ୍ୟାବିନେଟ

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଉଥିବା ରାଜନୈତିକ ସଂକଟ ମଧ୍ୟରେ ଏକ ଗରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ସ୍ଥିତି ଦଳରେ ମଜବୁତ ହେବା ପରେ ମହାବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ କରିଥିବା ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ।     

ଦଳର ବିଦ୍ରୋହୀ ନେତା ମହାବିକାଶ ଅଘାଡ଼ି ସରକାରଙ୍କ ମନ୍ତ୍ରୀ ଯେଉଁମାନେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି ସେମାନଙ୍କ ଠାରୁ ସେମାନଙ୍କ ପଦଭାର ଛଡା଼ଇ ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପଠାଇବାକୁ ଚେଷ୍ଟା କରାଯାଇଛି।

ବର୍ତ୍ତମାନ ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ବିଭାଗ ଅନିଲ ପରାବଙ୍କୁ ଦିଆଯାଇଛି। ଏହା ସହିତ ଉଦୟ ସାମନ୍ତ ବିଭାଗ ଦାୟିତ୍ୱ ଆଦିତ୍ୟ ଠାକରେଙ୍କୁ ଦିଆଯାଇଛି। ସହରାଞ୍ଚଳ ବିକାଶ ମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେଙ୍କ ବିଭାଗ ଦାୟିତ୍ୱ ବର୍ତ୍ତମାନ ସୁଭାଷ ଦେସାଇଙ୍କୁ ଦିଆଯାଇଛି।

ଜଳ ଓ ପରିମଳ ମନ୍ତ୍ରୀ ଗୁଲାବ ରାଓ ପାଟିଲଙ୍କ ଦାୟିତ୍ୱ ମଧ୍ୟ ଅନିଲ ପରବଙ୍କୁ ଦିଆଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରର କୃଷି ମନ୍ତ୍ରୀ ଦାୟିତ୍ୱରେ ଥିବା ଦାଦା ଭୁସେଙ୍କ ବିଭାଗ ଏବଂ ନିଯୁକ୍ତି ମନ୍ତ୍ରୀ ସନ୍ଦୀପନ ଭୁମେରଙ୍କ ଦାୟିତ୍ୱ ଶଙ୍କର ରାଓଙ୍କୁ ଦିଆଯାଇଛି। ଏହା ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତଙ୍କ ବିଭାଗ ଦାୟିତ୍ୱ ଆଦିତ୍ୟ ଠାକରେଙ୍କୁ ଦିଆଯାଇଛି।

Also Read: Maharashtra Political Crisis: ସଂକଟ ମଧ୍ୟରେ ବିଧାନସଭାରେ ନେତୃତ୍ୱ ବଦଳାଇଲା ଶିବ ସେନା