Maharashtra Politics: ବିଦ୍ରୋହ ମଧ୍ୟରେ ପଦ ଛାଡ଼ିଥାନ୍ତେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମାତ୍ର...
Advertisement
Article Detail0/zeeodisha/odisha1235452

Maharashtra Politics: ବିଦ୍ରୋହ ମଧ୍ୟରେ ପଦ ଛାଡ଼ିଥାନ୍ତେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମାତ୍ର...

Maharashtra Politics: ବିଶ୍ୱସନୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯେଉଁ ଦିନ ଏକନାଥ ସିନ୍ଦେ ତାଙ୍କ ସମର୍ଥକଙ୍କ ସହ ସୁରଟ ଯାଇଥିଲେ ସେହି ଦିନ ଅପରାହ୍ନ ୫ଟା ବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ।

Maharashtra Politics: ବିଦ୍ରୋହ ମଧ୍ୟରେ ପଦ ଛାଡ଼ିଥାନ୍ତେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମାତ୍ର...

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଜାରି ରହିଥିବା ବେଳେ ସଦ୍ୟ ଆସିଛି ଏକ ଚମକାଇବା ଭଳି ଖବର। କ୍ଷମତାକୁ ନେଇ ଜାରି ରହିଥିବା ସଂଘର୍ଷ ମଧ୍ୟରେ ପଦ ଛାଡ଼ିବାକୁ ପ୍ରସ୍ତୁତ ହୋଇଯାଇଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏପିରିକି ସେ ଦୁଇ ଦୁଇ ଥର ଇସ୍ତଫା ଦେବା କଥା କହିଥିଲେ। ମାତ୍ର ରାଜ୍ୟର ଜଣେ ପୁରୁଖା ନେତାଙ୍କ କହିବା ପରେ ସେ ଇସ୍ତଫା ଦେବା ନିଷ୍ପତ୍ତିରୁ ଓହରି ଯାଇଥିଲେ।    

ବିଶ୍ୱସନୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯେଉଁ ଦିନ ଏକନାଥ ସିନ୍ଦେ ତାଙ୍କ ସମର୍ଥକଙ୍କ ସହ ସୁରଟ ଯାଇଥିଲେ ସେହି ଦିନ ଅପରାହ୍ନ ୫ଟା ବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ମହାବିକାଶ ଅଘାଡ଼ି ସରକାରଙ୍କ ଜଣେ ବଡ ନେତାଙ୍କ କହିବା ଅନୁସାରେ ସେ ଇସ୍ତଫା ଦେବା ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। 
 
ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ଆରମ୍ଭ ହେବାର ପର ଦିନ  ସକାଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେ ସଚିବଙ୍କ ଏକ ବୈଠକ ମଧ୍ୟ ଡାକିଥିଲେ। ଯାହାଫଳରେ ସେମାନଙ୍ଙ୍କୁ ଶେଷ ଧନ୍ୟବାଦ ଦିଆଯାଇପାରିବ। ହେଲେ ମହାରାଷ୍ଟ୍ରର ଏହି ପୁରୁଖା ରାଜନେତାଙ୍କ ମନାଇବା ପରେ ଉଦ୍ଧବ ଠାକରେ ତାଙ୍କ ମତ ବଦଳାଇଥିଲେ।

ଏପରିକି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ଇସ୍ତଫା ଲାଗି ମଧ୍ୟ ଏକ ଭାଷଣ ପ୍ରସ୍ତୁତ କରିଥିବା ଜଣାପଡିଛି। ହେଲେ ମହାବିକାଶ ଅଘାଡ଼ି ସରକାରଙ୍କ ଜଣେ ବଡ ନେତା  ତାଙ୍କୁ ବୁଝାଇଇଥିଲେ ଯେ ଏହା ଇସ୍ତଫା ଦେବାର ସମୟ ନୁହେଁ ବରଂ ସେ ତାଙ୍କ ବିଶ୍ୱସନୀୟତାକୁ ଦୃଢ କରିବା ଆବଶ୍ୟକ। କେବଳ ଏତିକି ନୁହେଁ ସେହି ନେତା ଜଣଙ୍କ ଉଦ୍ଧବ ଠାକେରଙ୍କୁ ଏହା ମଧ୍ୟ କହିଥିଲେ ଯେ ଏହି ସମୟ ଯେତେବେଳେ ସେ  ଦୃଢ ଭାବେ  ଉପସ୍ଥିତ ରହି ପରିସ୍ଥିତିର ମୁକାବିଲା ଆବଶ୍ୟକ। 

Also Read: ଗାଦି ଛାଡି଼ବାକୁ ପ୍ରସ୍ତୁତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ; ଶିବ ସୈନିକଙ୍କ ସାମ୍ନାରେ ରଖିଲେ ୨ ସର୍ତ୍ତ