Chhattisgarh: ରିସୋର୍ଟ ରାଜନୀତିକୁ ନେଇ ଭୂପେଶ ବଘେଲଙ୍କ ବିରୋଧରେ ବର୍ଷିଲେ ରମଣ ସିଂହ
Advertisement
Article Detail0/zeeodisha/odisha1329453

Chhattisgarh: ରିସୋର୍ଟ ରାଜନୀତିକୁ ନେଇ ଭୂପେଶ ବଘେଲଙ୍କ ବିରୋଧରେ ବର୍ଷିଲେ ରମଣ ସିଂହ

Raman Singh targets Bhupesh Baghel: ଝାଡ଼ଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ପଡୋଶୀ ଛତିଶଗଡ ଠାରେ ପହଞ୍ଚିଛନ୍ତି ଝାଡ଼ଖଣ୍ଡରେ କ୍ଷମତାସୀନ ଶାସକ ୟୁପିଏ ମେଣ୍ଟର ବିଧାୟକ। ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ।

Chhattisgarh: ରିସୋର୍ଟ ରାଜନୀତିକୁ ନେଇ ଭୂପେଶ ବଘେଲଙ୍କ ବିରୋଧରେ ବର୍ଷିଲେ ରମଣ ସିଂହ

Jharkhand Political Crisis: ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ପଡୋଶୀ ଛତିଶଗଡ ଠାରେ ପହଞ୍ଚିଛନ୍ତି ଝାଡ଼ଖଣ୍ଡରେ କ୍ଷମତାସୀନ ଶାସକ ୟୁପିଏ ମେଣ୍ଟର ବିଧାୟକ। ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ। ଏନେଇ ଟ୍ୱିଟ କରି ସେ କହିଛନ୍ତି ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କାନ ଖୋଲ ଏବଂ ଶୁଣ!  ଛତିଶଗଡ କୌଣସି ମନୋରଞ୍ଜନ କରିବାର ସ୍ଥାନ ନୁହେଁ। ଯେଉଁମାନେ ଛତିଶଗଡ ଲୋକଙ୍କ ଟଙ୍କାରେ ଆସି ମଦ କୁକୁଡ଼ା ଖାଇବେ।

ମଙ୍ଗଳବାର ଏକ ସ୍ୱତନ୍ତ୍ର  ବିମାନ ଯୋଗେ ଝାଡ଼ଖଣ୍ଡରେ କ୍ଷମତାସୀନ ଶାସକ ୟୁପିଏ ମେଣ୍ଟର ବିଧାୟକ ଛତିଶଗଡ ଠାରେ ପହଞ୍ଚିଥିଲେ। ରାଜ୍ୟରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧି ବିଜେପି ପକ୍ଷରୁ ହେବାକୁ  ଥିବା ରାଜନୈତିକ ଘୋଡା କାରବାର ଉଦ୍ୟମକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। 

Also Read: 'ଭୂପେଶ ବଘେଲ ହେଉଛନ୍ତି ରାବଣ', କଂଗ୍ରେସ କହିଲା ପାଗଳ ହୋଇଗଲେଣି ପୂର୍ବତନ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟରେ କ୍ଷମତାସୀନ ଶାସକ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ନିଜର ବିଧାୟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ବେଳେ ବିରୋଧି ବିଜେପି ପକ୍ଷରୁ କରାଯିବାକୁ ଥିବା ରାଜନୈତିକ ଘୋଡା ବେପାର ଉଦ୍ୟମରୁ ରକ୍ଷା ପାଇବା ପାଇଁ ଶାସକ ମେଣ୍ଟ ଏହାର ବିଧାୟକଙ୍କୁ ପଡୋଶୀ ଛତିଶଗଡ ସ୍ଥାନାନ୍ତର କରୁଛି। ପ୍ରାୟ ୪୦ ଜଣ ବିଧାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଅପରାହ୍ନ ସାଢେ ଚାରିଟା  ସମୟରେ ଛତିଶଗଡ ରାଜଧାନୀ ରାୟପୁର ଅଭିମୁଖେ ଉଡାଣ ଭରିଥିଲା। ମୋଟ ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଶାସକ ମେଣ୍ଟ ପାଖରେ ୪୯ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ (Jharkhand Political Crisis) ଉପରେ ପ୍ରତିକ୍ରିୟା ରଖି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Jharkhand CM Hemant Soren) କହିଛନ୍ତି ଯେ ଏହା କୌଣସି ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନୁହେଁ। ଏପରି ଘଟଣା ରାଜନୀତିରେ ଘଟେ। ଆମେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ଶାସକ ୟୁପିଏ ମେଣ୍ଟର ବିଦାୟକ ଦୁଇଟି ବସ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିଥିଲେ। ଏହା ମଧ୍ୟରୁ ଗୋଟିଏ ବସ୍ ରେ ନିଜେ ମୁ୍ଖ୍ୟମନ୍ତ୍ରୀ ଆଗ ସିଟ୍ ରେ ରଖିଥିଲେ। ସେ ରାଜଧାନୀ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ବିମାନ ବନ୍ଦର (Ranchi Birsa Munda Airport) ଠାରେ ବିଧାୟକଙ୍କ ଛାଡ଼ିବାର କିଛି ସମୟ ରହିବା ପରେ ବାହାରକୁ ଆସିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ କଂଗ୍ରେସ ବିଧାୟକ କହିଛନ୍ତି ଯେ ଆମକୁ ଅଣ ବିଜେପି ଶାସିତ ରାଜ୍ୟ ଛତିଶଗଡର ରାଜଧାନୀ ରାୟପୁରସ୍ଥିତ ଏକ ରିସୋର୍ଟ ସ୍ଥାନାନ୍ତର କରାଯିବ। 

Also Read: Jharkhand Politics: ୟୁପିଏ ମେଣ୍ଟକୁ ଘାରୁଛି ବିଜେପି ଭୟ, ନିଆଗଲା ବଡ଼ ପଦକ୍ଷେପ

ରାଜ୍ୟରେ କ୍ଷମତାସୀନ ୟୁପିଏ ମେଣ୍ଟର (Jharkhand UPA Alliance) ନେତୃତ୍ୱ ନେଉଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ବିଶ୍ୱାସ କରେ ଯେ ମହାରାଷ୍ଟ୍ର (Maharashtra) ଭଳି ଝାଡଖଣ୍ଡ ସରକାରକୁ (Jharkhand Govt) ଗାଦିଚ୍ୟୁତ କରିବା ଏବଂ କଂଗ୍ରେସ (Jharkhand Congress MLA) ବିଧାୟକଙ୍କୁ କିଣିବା ଲାଗି ବିରୋଧି ବିଜେପି (BJP) ବଡ଼ ଧରଣର ରାଜନୈତିକ ଘୋଡ଼ା ବେପାର (Political Horse Trading) କରିପାରେ।