Cash For Query Row: ସଦାଚାର କମିଟିରେ ମହୂଆ ମୈତ୍ର: ଅସାମ୍ବିଧାନିକ ଭାଷା କହିଲେ, ଅଧାରୁ ଉଠି ଚାଲିଗଲେ
Advertisement
Article Detail0/zeeodisha/odisha1941915

Cash For Query Row: ସଦାଚାର କମିଟିରେ ମହୂଆ ମୈତ୍ର: ଅସାମ୍ବିଧାନିକ ଭାଷା କହିଲେ, ଅଧାରୁ ଉଠି ଚାଲିଗଲେ

Mahua Moitra Case: ମିଳିଥିବା ଖବର ଅନୁସାରେ, ମହୂଆ ଗସଦାଚାର କମିଟିର ପ୍ରଶ୍ନଗୁଡ଼ିକରେ ବ୍ୟକ୍ତିଗତ ପ୍ରସଙ୍ଗ ଜଡ଼ିତ ଥିବା ଅଭିଯୋଗ କରିଥିଲେ । ନିଜର ପ୍ରାଇଭେଟ୍‍ ଲାଇଫ୍‍କୁ ଅଣାଯାଇଥିବା ଦର୍ଶାଇ ସେ କ୍ଷୁବ୍ଧ ହୋଇଥିଲେ । ଅଧ୍ୟକ୍ଷଙ୍କ ପ୍ରଶ୍ନ ଅମୂଳକ ବୋଲି ସେ କହିଥିଲେ । 

 

Cash For Query Row

Cash For Query Row: ସଂସଦର ସଦାଚାର କମିଟି ମୁଖ୍ୟଙ୍କୁ ତୃଣମୂଳ ସାଂସଦ  ମହୂଆ ମୈତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅସାମ୍ବିଧାନିକ ଭାଷା ବ୍ୟବହାର ସହ ସଦାଚାର କମିଟି ବିରୁଦ୍ଧରେ ମନ୍ତବ୍ୟ ଦେଇଥିବା କହିଛନ୍ତି ସଦାଚାର କମିଟି ଅଧ୍ୟକ୍ଷ ବିନୋଦ ସୋଙ୍କର । ଏପରିକି ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ କରୁଥିବା କମିଟି ବୈଠକକୁ ଅଧାରୁ ଉଠି ଚାଲିଯାଇଥିବା ମଧ୍ୟ ଶ୍ରୀ ସୋଙ୍କର କହିଛନ୍ତି। 
 
ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ସଂସଦୀୟ ସଦାଚାର କମିଟି ଆଗରେ ଉପସ୍ଥିତ ହୋଇଥିଲେ  ତୃଣମୂଳ ସାଂସଦ ମହୁଆ ମୈତ୍ର। ତିନିଜଣ କେନ୍ଦ୍ରମନ୍ତ୍ରୀଙ୍କଠାରୁ ମିଳିଥିବା ରିପୋର୍ଟ ଏବଂ ଅନ୍ୟାନ୍ୟ ଦସ୍ତାବିଜ୍‍ ଓ ପ୍ରମାଣକୁ ଆଧାର କରି ଏହି କମିଟି ଆବଶ୍ୟକ ପ୍ରଶ୍ନ ପଚାରିଥିଲେ। କିନ୍ତୁ ମହୂଆ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ତଦନ୍ତରେ ସହଯୋଗ କରିବା ବଦଳରେ କମିଟି ଅଧ୍ୟକ୍ଷ ଓ କମିଟି ସଦସ୍ୟଙ୍କ ପ୍ରତି କଟୁ ମନ୍ତବ୍ୟ ବ୍ୟବହାର କରିଥିଲେ। ଏପରିକି ବିରୋଧୀ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଡ୍ୟାନିଶ୍‍ ଅଲି, ଗିରିଧାରୀ ଯାଦବ ଏବଂ ଉତ୍ତମ କୁମାର ରେଡ୍ଡି ପ୍ୟାନେଲ୍‍ ବିରୁଦ୍ଧରେ କହିବା ସହ ବୈଠକକୁ ଅଧାରୁ ଛାଡ଼ି ଚାଲିଯାଇଥିଲେ। ଏହା ମହୂଆଙ୍କୁ ସହାୟକ ହୋଇଥିଲା। 

କମିଟିରେ ଶାସକ ଦଳ ପକ୍ଷରୁ ସଦସ୍ୟ ଥିବା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମହୂଆ ବହୁତ କ୍ରୁର ବ୍ୟବହାର କରିଛନ୍ତି। ପ୍ରଶ୍ନଗୁଡ଼ିକରେ ବୟାନ ଦେବା ବଦଳରେ ରାଗିକରି ଜବାବ ଦେଇଥିଲେ। ବ୍ୟବସାୟୀ ହିରାନନ୍ଦାନୀ ଦେଇଥିବା ସତ୍ୟପାଠକୁ ଆଧାର କରି ତାଙ୍କୁ  ପ୍ରଶ୍ନ ପଚରାଯାଇଥିଲା ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ମହୂଆ ଗସଦାଚାର କମିଟିର ପ୍ରଶ୍ନଗୁଡ଼ିକରେ ବ୍ୟକ୍ତିଗତ ପ୍ରସଙ୍ଗ ଜଡ଼ିତ ଥିବା ଅଭିଯୋଗ କରିଥିଲେ । ନିଜର ପ୍ରାଇଭେଟ୍‍ ଲାଇଫ୍‍କୁ ଅଣାଯାଇଥିବା ଦର୍ଶାଇ ସେ କ୍ଷୁବ୍ଧ ହୋଇଥିଲେ । ଅଧ୍ୟକ୍ଷଙ୍କ ପ୍ରଶ୍ନ ଅମୂଳକ ବୋଲି ସେ କହିଥିଲେ । 

ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୂଆ ହାଓ୍ୱଲାସୂତ୍ରରୁ ଅର୍ଥ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଏପରିକି ଏହି ମାମଲାରେ ଜଣେ ଓଡ଼ିଆ ସାଂସଦ ତାଙ୍କୁ ସହାୟକ ହୋଇଥିବା ବି ବିଗତ ଦିନମାନଙ୍କରେ ମିଡିଆାରେ ଚର୍ଚ୍ଚା ହୋଇଥିଲା। ଖାଲି ସୋତିକି ନୁହେଁ, ମହୂଆ ଭାରତରେ ଥିବାବେଳେ ତାଙ୍କର ସଂସଦୀୟ ଆକାଉଣ୍ଟ ଦୁବାଇରୁ ବାରମ୍ବାର ଖୋଲା ଯାଇଥିବା ଅଭିଯୋଗ ହୋଇଥିଲା। ସଦାଚାର କିମିଟି ପକ୍ଷରୁ ଅକ୍ଟୋବର ୨୬ ତାରିଖ ଦିନ ଏହି ଅଭିଯୋଗଗୁଡ଼ିକ ବାବଦରେ ସରକାରଙ୍କ ତିନୋଟି ମନ୍ତ୍ରଣାଳୟକୁ ସ୍ପଷ୍ଟୀକରଣ ମଗାଯାଇଥିଲା। ସେଥିରେ ଗୃହନ୍ତ୍ରଣାଳୟ, ଆଇଟି ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟ ସାମିଲ୍‍। ବ୍ୟବସାୟୀ ହିରାନଦନ୍ଦାନୀଙ୍କ ସତ୍ୟପାଠ ପରେ ମହୂଆଙ୍କ ବିରୁଦ୍ଧରେ ଚର୍ଚ୍ଚା ଉଷ୍ମତା ନେଇଥିଲା।

ଏବେ ମହୂଆଙ୍କ ଏପରି ବ୍ୟବହାର ସଦାଚାର କମିଟିକୁ ନକରାତ୍ମକ ରିପୋର୍ଟ ଉପସ୍ଥାପନ କରିବାରେ ସହାୟକ ହେବ। ଯାହାଦ୍ୱାରା ସଦାଚାର କମିଟି ସଂସଦକୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନନେବାକୁ ସୁପାରିସ କରିପାରେ। ଆସନଦ୍ତା ମାସରେ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବାର ସମ୍ଭାବନା ଆଜିଠୁ ଉଜ୍ଜଳ ହୋଇଛି।