By Election 2022: କେଉଁ ଆସନରୁ କେତେ ଭୋଟ ବ୍ୟବଧାନରେ ଜିତିଲେ କେଉଁ ଦଳର ପ୍ରାର୍ଥୀ?
Advertisement
Article Detail0/zeeodisha/odisha1477261

By Election 2022: କେଉଁ ଆସନରୁ କେତେ ଭୋଟ ବ୍ୟବଧାନରେ ଜିତିଲେ କେଉଁ ଦଳର ପ୍ରାର୍ଥୀ?

By Election Result 2022:  ୨୦୨୨ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳକୁ ମିଳିଛି ମିଶ୍ରିତ ସଫଳତା।  ଏହି ଉପନିର୍ବାଚନରେ ଉଭୟ ଶାସକ ଏବଂ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

By Election 2022: କେଉଁ ଆସନରୁ କେତେ ଭୋଟ ବ୍ୟବଧାନରେ ଜିତିଲେ କେଉଁ ଦଳର ପ୍ରାର୍ଥୀ?

By Election Final Result 2022: ଚଳିତ ବର୍ଷ  ଡିସେମ୍ବରରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଦେଶର ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ଲୋକସଭା ଆସନ ଲାଗି ଅନୁଷ୍ଠିତ ହୋଇଥିଲା  ଉପନିର୍ବାଚନ। ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୮ ତାରିଖ ଗୁରୁବାର ପ୍ରକାଶ ପାଇଛି। ଉପନିର୍ବାଚନ ଲାଗି ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ୨୦୨୨ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳକୁ ମିଳିଛି ମିଶ୍ରିତ ସଫଳତା। 

ଚଳିତ ବର୍ଷ ଡିସେମ୍ବରରେ  ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ସହ ରାଜ୍ୟର ଖତୌଲି ଏବଂ ରାମପୁର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। ଏହା ସହିତ ଓଡ଼ିଶାର ପଦମପୁର, ଛତିଶଗଡର ଭାନୁପ୍ରତାପୁର, ବିହାରର କୁରହନି, ରାଜସ୍ଥାନର ସରଦାର ସହର ବିଧାନସଭା ଆସନ ଲାଗି ମଧ୍ୟ ହୋଇଥିଲା ଉପନିର୍ବାଚନ। ବର୍ତ୍ତମାନ ଏହି ନିର୍ବାଚନର ଚୂଡାନ୍ତ ଫଳାଫଳ ଆସିସାରଛି। 

ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ବିଜୟୀ ହୋଇଛି। ଅନ୍ୟପଟେ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରଘୁରାଜ ସିଂହ ଶାକ୍ୟଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ୨ ଲକ୍ଷ ୮୮ ହଜାର ୪୬୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ସେହିପରି ରାଜ୍ୟର ଖତୌଲି ବିଧାନସଭା ଆସନରେ ବିରୋଧୀ ରାଷ୍ଟ୍ରୀୟ ଲୋକ ଦଳ ପ୍ରାର୍ଥୀ ମଦନ ଭୈୟା ବାଜିମାତ କରିଛନ୍ତି। ଏଠାରେ ଶାସକ ବିଜେପି ପ୍ରାର୍ଥୀ ରାଜ କୁମାରୀ ପରାସ୍ତ ହୋଇଛି। ଖତୌଲି ଆସନରେ ରାଷ୍ଟ୍ରୀୟ ଲୋକ ଦଳ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ୨୨ ହଜାର ୧୪୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଅନ୍ୟପଟେ ଉତ୍ତର ପ୍ରଦେଶର ରାମପୁର ବିଧାନସଭା ଆସନରେ ହୋଇଥିବା ରୋଚକପୂର୍ଣ୍ଣ ଲଢେଇରେ ଶାସକ ବିଜେପି ବିଜୟୀ ହୋଇଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ବିରୋଧୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିପୁଳ ଭୋଟ ବ୍ୟବଧାନରେ ପରାୟଜ ବରଣ କରିଛନ୍ତି। ଏଠାରେ ଆସନରେ ଲଢେଇ ମୁଖ୍ୟତଃ ବିଜେପି ପ୍ରାର୍ଥୀ ଆକାଶ ସାକ୍ସେନା ଏବଂ ସମାଜବାଦୀ ପାର୍ଟି ପ୍ରାର୍ଥୀ ମହମ୍ମଦ ଅସୀମ ରାଜାଙ୍କ ମଧ୍ୟରେ ହୋଇଥିବା। ରାମପୁର ଆସନରେ ବିଜେପି ପ୍ରାର୍ଥୀ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ୩୪ ହଜାର ୧୩୬ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ବିହାରର କୁରହନି ବିଧାନସଭା ଆସନରେ ଶାସକ ମହାମେଣ୍ଟ ବିରୋଧୀ ବିଜେପି ମଧ୍ୟରେ ହୋଇଥିଲା ଜୋରଦାର ଲଢେଇ। ଏହି ଆସନରେ ଶାସକ ମେଣ୍ଟକୁ ମାତ ଦେବାରେ ସକ୍ଷମ ହୋଇଛି ବିରୋଧୀ। ଏହି ନର୍ବାଚନମଣ୍ଡଳୀରେ ଲଢେଇ ମୁଖ୍ୟତଃ ବିଜେପି ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ଏବଂ ଜେଡିୟୁ ପ୍ରାର୍ଥୀ ମନୋଜ କୁମାର ସିଂହଙ୍କ ହୋଇଥିଲା। କୁରହନି ଆସନରେ ବିଜେପି ପ୍ରାର୍ଥୀ ଜେଡିୟୁ ପ୍ରାର୍ଥୀଙ୍କୁ ୩୬୪୯ ଭୋଟ ବ୍ୟବଧାନରେ ପରାସ୍ତ କରିନ୍ତି।

ଛତିଶଗଡର ଭାନୁପ୍ରତାପୁର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବାଜି ମାରିନେଇଛି ରାଜ୍ୟରେ କ୍ଷମତାସୀନ କଂଗ୍ରେସ। ଅନ୍ୟପଟେ ବିରୋଧୀ ବିଜେପି ପରାସ୍ତ ହୋଇଛି। ଏଠାରେ ଲଢେଉ ମୁଖ୍ୟତଃ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡବୀ ଏବଂ ବିଜେପି ପ୍ରାର୍ଥୀ ବ୍ରାହ୍ମନନ୍ଦ ନେତମଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭାନୁପ୍ରତାପୁର ଆସନରେ କଂଗ୍ରେସ ପ୍ରାର୍ଥୀ ୨୧ ହଜାର ୧୭୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

ଓଡ଼ିଶାର ପଦମପୁର ବିଧାନସଭା ଆସନରେ ଚାଲିଥିବା ଲଢେଇରେ ଶାସକ ବିଜେଡ଼ି ବିରୋଧୀ ବିଜେପିକୁ ପରାସ୍ତ କରିଛି। ଏହି ଆସନରେ ମୁକାବିଲା ମୁଖ୍ୟତଃ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଦମପୁର ଆସନରେ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ୪୨ ହଜାର ୬୭୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ସେହିପରି ରାଜସ୍ଥାନର ସରଦାର ସହର ବିଧାନସଭା ଆସନରେ ଶାସକ କଂଗ୍ରେସ ବିରୋଧୀ ବିଜେପିକୁ ପରାସ୍ତ କରିଛି। ଏହି ନିର୍ବାଚନମଣ୍ଡଳୀରେ ମୁକାବିଲା ମୁଖ୍ୟତଃ କଂଗ୍ରେସ ପ୍ରାର୍ଥୀ ଅନିଲ ଶର୍ମା ଏବଂ ବିଜେପି ପ୍ରାର୍ଥୀ ଅଶୋକ କୁମାର ପିଞ୍ଚାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସରଦାର ସହର ଆସନରେ କଂଗ୍ରେସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ୨୬ ହଜାର ୮୫୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।