BMC Election 2022: ଦହି ହାଣ୍ଡି ସହାୟତାରେ ବିଜେପି ସମର୍ଥନରେ କ'ଣ କରିବାକୁ ଚାହୁଁଛନ୍ତି ଏକନାଥ ସିନ୍ଦେ?
Advertisement
Article Detail0/zeeodisha/odisha1313036

BMC Election 2022: ଦହି ହାଣ୍ଡି ସହାୟତାରେ ବିଜେପି ସମର୍ଥନରେ କ'ଣ କରିବାକୁ ଚାହୁଁଛନ୍ତି ଏକନାଥ ସିନ୍ଦେ?

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ନିମ୍ନ ମଧ୍ୟବିତ୍ତ ମରାଠି ପରିବାର ହେଉଛନ୍ତି ଶିବସେନାର ପାରମ୍ପରିକ ଭୋଟ ବ୍ୟାଙ୍କ। 

BMC Election 2022: ଦହି ହାଣ୍ଡି ସହାୟତାରେ ବିଜେପି ସମର୍ଥନରେ କ'ଣ କରିବାକୁ ଚାହୁଁଛନ୍ତି ଏକନାଥ ସିନ୍ଦେ?

Janmashtami Dahi Handi Ceremony: ଜନ୍ମାଷ୍ଟମୀ ଅବସରରେ ଆୟୋଜିତ ହେଉଥିବା ଦାହି ହାଣ୍ଡି ଉତ୍ସବକୁ ଦୁଃସାହସିକ ଖେଳର ମାନ୍ୟତା ପ୍ରଦାନ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ  ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ଘୋଷଣା ମାଧ୍ୟମରେ ମୁମ୍ବାଇ ନଗର ନିଗମ ନିର୍ବାଚନରେ ଉଦ୍ଧବ ଠାକରେ ନେତୃତ୍ୱାଧିନ ଶିବସେନାକୁ ଦୁର୍ବଳ କରିବା ପାଇଁ ଏହା ଏକ ରଣନୀତି ବୋଲି ଚର୍ଚ୍ଚା ହେଉଛି। ଦହି ହାଣ୍ଡି କ୍ରୀଡ଼ାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଖେଳରେ ଅଂଶଗ୍ରହଣ କରୁଥିବା ଖେଳାଳୀ ଗୋବିନ୍ଦା କୋଟା ଅଧିନରେ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ। ଶୁକ୍ରବାର ରାଜନୈତିକ ସମୀକ୍ଷକ ଏହି ପଦକ୍ଷେପକୁ ସମାଲୋଚନା କରିଥିବାବେଳେ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିଛନ୍ତି। 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ଏହି ନିଷ୍ପତ୍ତି ଉଦ୍ଧବ ଠାକେରଙ୍କ (Uddhav Thackeray) ନେତୃତ୍ୱାଧିନ ଶିବସେନା (Shiv Sena) ଲାଗି ଏକ ନୂଆ ସମସ୍ୟା ସୃଷ୍ଟି କରିଛି। କାରଣ ଜନ୍ମାଷ୍ଟମୀ ଅବସରରେ ଆୟୋଜିତ ହେଉଥିବା ଦାହି ହାଣ୍ଡି ଉତ୍ସବରେ (Janmashtami Dahi Handi Ceremony) ଯୋଗ ଦେଉଥିବା ଖେଳାଳୀ ଯେଉଁମାନେ ଗୋବିନ୍ଦା ନାମରେ ପରିଚିତ ସେମାନେ ମୁଖ୍ୟତଃ ନିମ୍ନ ମଧ୍ୟବିତ୍ତ ମରାଠୀ ପରିବାରର (Lower Middle Class Marathi Family) ଯୁବକ। ମହାରାଷ୍ଟ୍ର ରାଜନୀତିରେ (Maharashtra Politics) ନିମ୍ନ ମଧ୍ୟବିତ୍ତ ମରାଠି ପରିବାର ହେଉଛନ୍ତି ଶିବସେନାର ପାରମ୍ପରିକ ଭୋଟ ବ୍ୟାଙ୍କ (Shiv Sena Vote Bank)। ରାଜ୍ୟର ଠାଣେ ଜିଲ୍ଲାରୁ ଜଣେ ସାଧାରଣ ଶିବସେନା କର୍ମକର୍ତ୍ତା ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଏକନାଥ ସିନ୍ଦେ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଯାହା ଫଳରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦଚ୍ୟୁତ ହୋଇଥିଲା। 

Also Read: Maharashtra Politics: ବିଏମସି ୱାର୍ଡ ବଢାଇବା ଉପରେ ରୋକ ଲଗାଇଲେ ସିନ୍ଦେ ସରକାର

ଦଳରେ ହୋଇଥିବା ବିଦ୍ରୋହ ପରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ବିଜେପି (BJP) ସମର୍ଥନରେ ସରକାର ଗଠନ କରିଥଲେ। ମହାରାଷ୍ଟ୍ରରେ ଶାସନ ଭାର ହାତକୁ ନେବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନଜର ଏବେ ରାଜଧାନୀ ମୁମ୍ବାଇ ନଗର ନିଗମ ନିର୍ବାଚନ ଉପରେ ରହିଛି। କାରଣ ଏହି ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ ଲାଗି କର ବା ମର ଭଳି ପରିସ୍ଥିତି ସୃଷ୍ଟି କରିଛି। କାରଣ ଗତ ୧୯୮୫ ମସିହା ପର ଠାରୁ ମୁମ୍ବାଇ ନଗର ନିଗମ (Brihanmumbai Municipal Corporation) ଶିବସେନା ଦଖଲରେ ରହିଆସିଛି।

ପ୍ରତିବର୍ଷ ଜନ୍ମଷ୍ଟମୀ ଅବସରରେ ଦହି ହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥାଏ। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ (Maharashtra Capital Mumbai) ସମେତ ପଡୋଶୀ ଠାଣେ (Thane) ସହରରେ ଏହି ଉତ୍ସବ ବେଶ ଜାକଜମକରେ ପାଳିତ ହୋଇଥାଏ। ଏହି ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। କାରଣ ଏହି ଉତ୍ସବ ସେମାନଙ୍କର ଜନସମ୍ପର୍କ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦହି ହାଣ୍ଡି ଉତ୍ସବରେ ସାମିଲ ହୋଇଥିବା ଗୋବିନ୍ଦା ନିଜ ଅଞ୍ଚଳରେ କୌଣସି ଦଳର ରାଜନୈତିକ ପ୍ରଭାବ ବିସ୍ତାର ପାଇଁ ବେଶ ସହାୟକ ହୋଇଥାନ୍ତି। ଏଥିପାଇଁ ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ କିମ୍ବା ଏହାର ନେତାଙ୍କ ପକ୍ଷରୁ ସେମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଏ। ନିର୍ବାଚନ ସମୟରେ ଗୋବିନ୍ଦା ନିଜ ଅଞ୍ଚଳରେ କୌଣସି ରାଜନୈତିକ ଦଳ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। 

Also Read: BMC Election 2022: ଠାକରେ ଗୋଷ୍ଠୀକୁ ଝଟକା, ମଜବୁତ ହେଉଛି ସିନ୍ଦେ ଗୋଷ୍ଠୀ

ଜନ୍ମଷ୍ଟମୀ ଅବସରରେ ଆୟୋଜିତ ହେଉଥିବା ଦହି ହାଣ୍ଡି ଉତ୍ସବ ମାଧ୍ୟମରେ ଦୀର୍ଘ ଦିନ ମୁମ୍ବାଇ ସହରରେ ନିଜର ବିଶ୍ୱସନୀୟତା ବଜାୟ ରଖିବାରେ ସଫଳ ହୋଇଛି ଶିବସେନା। କେବଳ ଦହି ହାଣ୍ଡି ଉତ୍ସବ ନୁହେଁ ଗଣେଶ ମଣ୍ଡଳ ମାଧ୍ୟମରେ ମୁମ୍ବାଇ ସମେତ ଠାଣେ ଅଞ୍ଚଳରେ ଦଳୀୟ ସଙ୍ଗଠନ ବିସ୍ତାର କରିବାରେ ସଫଳ ହୋଇଥିଲା ଶିବସେନା। ହେଲେ ବର୍ତ୍ତମାନ ଗୋବିନ୍ଦାଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉଦ୍ଧବ ଠାକେରଙ୍କୁ ମୁମ୍ବାଇ-ଠାଣେ ଅଞ୍ଚଳରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛଛି। ଗୋବିନ୍ଦାଙ୍କୁ ମେଡିକାଲ ବୀମା ଏବଂ ଖେଳ କୋଟା ମାଧ୍ୟମରେ ସରକାରୀ ଚାକିରୀ ଦ୍ୱାରା ପ୍ରଲୋଭିତ କରାଯାଉଛି ବୋଲି ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ଜଣେ ବିଧାୟକ କହିଛନ୍ତି।

ଏହାର ପ୍ରଭାବ ମୁମ୍ବାଇ ନଗର ନିଗମ ନିର୍ବାଚନ ୨୦୨୨ ଉପରେ ପଡିପାରେ। ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁ (Sunil Prabhu) ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ଏନେଇ ସେ କହିଥିଲେ ଯେ ଦୀର୍ଘ ଦିନ ଧରି ଦହିହାଣ୍ଡି ଉତ୍ସବ ବେଳେ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଏହାକୁ ଏକ ଖେଳ ଭାବରେ ମାନ୍ୟତା ଦେବାକୁ ଆମେ ଦାବି କରି ଆସୁଥିଲୁ।

Also Read: BMC Election 2022: ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ?

ମହାରାଷ୍ଟ୍ର ରାଜନୀତିରେ ମଧ୍ୟବିତ୍ତ (Middle Class Marathi Family) ଏବଂ ଉଚ୍ଚ ମଧ୍ୟବିତ୍ତ ବର୍ଗ (Upper Middle Class Marathi Family) ଉପରେ ବିଜେପିର ମଜବୁତ ଆଧାର ରହିଛି। ହେଲେ ନିମ୍ନ ମଧ୍ୟବିତ୍ତ ବର୍ଗ ଉପରେ ଦଳର କୌଣସି ଆଧାର ନାହିଁ। ନିମ୍ନ ମଧ୍ୟବିତ୍ତ ବର୍ଗ ହେଉଛନ୍ତି ସ୍ୱଳ୍ପ ଆୟକାରୀ ଗୋଷ୍ଠୀ ଯାହା ପାଖରେ ମୁମ୍ବାଇ ସହରର ନିଜରେ ଘର ନାହିଁ। ସେମାନେ ଛୋଟ ମୋଟ କାମ କରିଥାନ୍ତି। ଏପରିକି ସେମାନେ ଅଧିକ ଅଧ୍ୟୟନ କରନ୍ତି ନାହିଁ। ନିମ୍ନ ମଧ୍ୟବିତ୍ତ ବର୍ଗ ହେଉଛି ଶିବସେନାର ପାରମ୍ପରିକ ଆଧାର। ଶିବସେନା ନାଡ ଜାଣିଥିବା ଏକନାଥ ସିନ୍ଦେଙ୍କ ପଟ୍ଟ ପରିବର୍ତ୍ତନ ପରେ ଏହା ବିଜେପି ଲାଗି ଲାଭଦାୟକ ହୋଇପାରେ।