'ଯଦି ଅମିତ ଶାହ ତାଙ୍କ କଥା ରଖିଥାନ୍ତେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଥାନ୍ତା ବିଜେପି'
Advertisement
Article Detail0/zeeodisha/odisha1239991

'ଯଦି ଅମିତ ଶାହ ତାଙ୍କ କଥା ରଖିଥାନ୍ତେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଥାନ୍ତା ବିଜେପି'

Maharashtra Politics: ଯଦି ଅମିତ ଶାହ ତାଙ୍କ କଥାକୁ ପାଳନ କରିଥାନ୍ତେ ତାହେଲେ ଏକ ଚମତ୍କାର ସରକାର ହୋଇଥାନ୍ତା।

'ଯଦି ଅମିତ ଶାହ ତାଙ୍କ କଥା ରଖିଥାନ୍ତେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଥାନ୍ତା ବିଜେପି'

Maharashtra Politics: ବୁଧବାର ରାତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ମେଟ୍ରୋ କାର୍ ସେଡ୍ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ଉଦ୍ଧବ ଠାକରେ ବିରୋଧ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ମେଟ୍ରୋ କାର ସେଡ ଆରେ କଲୋନୀ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ମୁଁ ଦୁଃଖିତ। ମୁମ୍ବାଇର ପରିବେଶକୁ ନଷ୍ଟ କରନ୍ତୁ ନାହିଁ। ଆମେ ଆରେ ଅଞ୍ଚଳଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଲାଗି ସଂରକ୍ଷଣ କରିଥିଲୁ। 

ଉଦ୍ଧବ ଠାକରେ କହିଛନ୍ତି ଯେ ଯେଉଁମାନଙ୍କୁ ମତଦାତା ଚୟନ କରିଛନ୍ତି ସେମାନେ ଏବେ ବୁଲୁଛନ୍ତି। ଗଣତନ୍ତ୍ର କେଉଁଠି ଅଛି? ବିଗତ ୭୫ ବର୍ଷରେ ଗଣତନ୍ତ୍ରରେ ଯାହା ଘଟିଥିବା ଅବସ୍ଥାରୁ ସରକାର ସୃଷ୍ଟି ହୋଇଛି। ଯଦି ଅମିତ ଶାହ ତାଙ୍କ କଥାକୁ ପାଳନ କରିଥାନ୍ତେ ତାହେଲେ ଏକ ଚମତ୍କାର ସରକାର ହୋଇଥାନ୍ତା। ବର୍ତ୍ତମାନ ଜଣେ ବିଜେପି ନେତା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ମୁଁ ଅଢେଇ ଅଢେଇ ବର୍ଷ ଧରି ଶିବସେନା-ବିଜେପି ମୁଖ୍ୟମନ୍ତ୍ରୀ ହେବା କଥା କହିଥିଲି। ବର୍ତ୍ତମାନ ଆମ ଦଳ ଶିବସେନାରେ ଯେଉଁ ସ୍ଥିତି ଉପୁଜିଛି ତାହା ମୋ ପିଠିରେ ପଛରୁ ଛୁରୀ ମାରିବା ଭଳି ହୋଇଛି। ହେଲେ ଲୋକଙ୍କ ପିଠିରେ ପଛରେ ଛୁରୀ ମାରିବ ନାହିଁ। ମୁଁ ମହାରାଷ୍ଟ୍ରବାସୀଙ୍କ ନିକଟରେ ଋଣୀ। ଲୋକଙ୍କ ଆଖିରେ ଯେଉଁ ଲୁହ ଆସିଛି ତାହା ହେଉଛି ସବୁଠୁ ବଡ଼ ଶକ୍ତି। କ୍ଷମତା ଆସିବ ଯିବ।

ଉଦ୍ଧବ ଠାକରେ କହିଛନ୍ତି ଯେ ଗତକାଲି ଯାହା ଘଟିଛି ମୁଁ ସେ ବାବଦରେ ଅମିତ ଶାହାଙ୍କୁ ପୂର୍ବରୁ କହି ସାରିଥିଲି। ମୁଁ କହିଥିଲି ଶିବସେନା-ବିଜେପି ମେଣ୍ଟ ସମୟରେ ଶିବସେନା ମୁଖ୍ୟମନ୍ତ୍ରୀ ଅଢେଇ ବର୍ଷ ପାଇଁ କାମ କରିବେ। ଯଦି ସେମାନେ ପୂର୍ବରୁ ଏହି କାମ କରିଥାନ୍ତେ ତାହେଲେ ମହା ବିକାଶ ଅଘାଡି ମେଣ୍ଟ ହୋଇନଥାନ୍ତା। ଯେଉଁଭଳି ଭାବରେ ସରକାର ଗଠନ କରାଯାଇଛି ଏବଂ ଜଣେ ତଥାକଥିତ ଶିବସେନା କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ମୁଁ ଅମିତ ଶାହାଙ୍କୁ ମଧ୍ୟ ଏକଥା ମଧ୍ୟ କହିସାରିଛି ଯେ ଏହି କାମ ସମ୍ମାନର ସହିତ କରାଯାଇ ପାରିଥାନ୍ତା। ଶିବସେନା ସେତେବେଳେ ବିଜେପି ସହ ଔପଚାରିକ ଭାବେ ମେଣ୍ଟରେ ଥିଲା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବସେନା ମୁଖ୍ୟମନ୍ତ୍ରୀ ନୁହିଁନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ଷମତାକୁ ଆସିବାର କିଛି ଘଣ୍ଟା ପରେ କ୍ୟାବିନେଟ ବୈଠକ କରିଥିଲେ। ଏହି ବୈଠକରେ ପ୍ରସ୍ତାବିତ ମେଟ୍ରୋ ଲାଇନ-୩ ଅଧିନସ୍ଥ କାର ସେଡ ଆରେ କଲୋନୀ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଉପରେ ଉଦ୍ଧବ ଠାକରେ କହିଛନ୍ତି ଯେ ମୋ ପାଇଁ ମୁମ୍ବାଇ ଲୋକଙ୍କ କ୍ରୋଧିତ ହୁଅନାହିଁ। ମେଟ୍ରୋ ସେଡ ପ୍ରସ୍ତାବକୁ ପରିବର୍ତ୍ତନ କରନ୍ତୁ ନାହିଁ। ମୁମ୍ବାଇ ପରିବେଶ ସହିତ ଖେଳନ୍ତୁ ନାହିଁ। 

Also Read: ଆସ୍ଥାଭୋଟ ପୂର୍ବରୁ ଗାଦି ଛାଡି଼ଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ