ଦିଲ୍ଲୀ ଅବକାରୀ ନୀତିକୁ ନେଇ ବିଜେପିର ଗୋଟିଏ ତୀରରେ ଦୁଇଟି ଶିକାର! ଗୋଟିଏ ପଟେ କେଜ୍ରିୱାଲ ତ ଅନ୍ୟପଟେ କେସିଆର; ଜାଣନ୍ତୁ କେମିତି
Advertisement

ଦିଲ୍ଲୀ ଅବକାରୀ ନୀତିକୁ ନେଇ ବିଜେପିର ଗୋଟିଏ ତୀରରେ ଦୁଇଟି ଶିକାର! ଗୋଟିଏ ପଟେ କେଜ୍ରିୱାଲ ତ ଅନ୍ୟପଟେ କେସିଆର; ଜାଣନ୍ତୁ କେମିତି

Delhi Liquor Policy: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ଚାଲିଥିବା ସିବିଆଇ ତଦନ୍ତ ମଧ୍ୟରେ ଭାରତୀୟ ଜନତା ପାର୍ଟି (BJP) ଆମ୍ ଆଦମୀ ପାର୍ଟି (Aam Aadmir Party) କୁ ଆକ୍ରମଣ କରୁଛି । ଗେରୁଆ ଦଳର ଟାର୍ଗେଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ ଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sis

ଦିଲ୍ଲୀ ଅବକାରୀ ନୀତିକୁ ନେଇ ବିଜେପିର ଗୋଟିଏ ତୀରରେ ଦୁଇଟି ଶିକାର! ଗୋଟିଏ ପଟେ କେଜ୍ରିୱାଲ ତ ଅନ୍ୟପଟେ କେସିଆର; ଜାଣନ୍ତୁ କେମିତି

ନୂଆଦିଲ୍ଲୀ: Delhi Liquor Policy: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ଚାଲିଥିବା ସିବିଆଇ ତଦନ୍ତ ମଧ୍ୟରେ ଭାରତୀୟ ଜନତା ପାର୍ଟି (BJP) ଆମ୍ ଆଦମୀ ପାର୍ଟି (Aam Aadmir Party) କୁ ଆକ୍ରମଣ କରୁଛି । ଗେରୁଆ ଦଳର ଟାର୍ଗେଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ ଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) । ଅନ୍ୟପକ୍ଷରେ ରବିବାର ବିଜେପିର ଟାର୍ଗେଟରେ ଆଉ ଏକ ନାମ ଯୋଡି ଯାଇଛି । ବିଜେପି ସାଂସଦ (BJP MP) ପ୍ରଭେଶ ବର୍ମା (Parvesh Verma) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (KCR) ଙ୍କ ନାମ ଅବକାରୀ ନୀତି ଦୁର୍ନୀତିରେ ଯୋଡିଛନ୍ତି । ପ୍ରଭେଶ ବର୍ମା ଦାବି କରିଛନ୍ତି ଯେ, କେସିଆରଙ୍କ ପରିବାରର ସଦସ୍ୟ ଅବକାରୀ ପଲିସି (Liquor Policy) ତିଆରି କରିବା ପାଇଁ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ । ଭାରତୀୟ ଜନତା ପାର୍ଟି (BJP) ର ଏହି ତୀବ୍ର ଆକ୍ରମଣରୁ ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି ।

ଏଥିପାଇଁ ଆମ୍ ଆଦମୀ ପାର୍ଟିକୁ କରାଯାଉଛି ଟାର୍ଗେଟ

ଦେଶର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିକୁ ଦେଖିଲେ କଂଗ୍ରେସ ପରେ ଆମ୍ ଆଦମୀ ପାର୍ଟି ବିଜେପି ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ବିଶେଷକରି ପଞ୍ଜାବରେ AAP ଯେପରି କ୍ଷମତା ହାସଲ କରିଛି, ଏହା ନିଶ୍ଚିତ ଭାବରେ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ଅନ୍ୟ ଏକ ରାଜନୈତିକ ଦିଗ ହେଉଛି ଆସନ୍ତା କିଛି ମାସ ମଧ୍ୟରେ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏଠାରେ ଆମ୍ ଆଦମୀ ପାର୍ଟି ଶୀଘ୍ର ନିଜକୁ ମଜଭୁତ କରିବାକୁ ଚେଷ୍ଟା କରୁଛି । ବିଶେଷକରି ଗୁଜୁରାଟରେ ଆମ୍ ଆଦମୀ ପାର୍ଟିର ଉତ୍ଥାନ ବିଜେପି ପାଇଁ ଚିନ୍ତାର କାରଣ ହୋଇପାରେ ।

ନିଜ ଗଡ଼ ହରାଇବାକୁ ଚାହିଁବନି ବିଜେପି 

ଏଠାରେ କହି ରଖୁଛୁ ଯେ, ୨୦୧୪ରୁ ୨୦୧୭ ମଧ୍ୟରେ ଗୁଜୁରାଟରେ ବିଜେପି ଅସୁବିଧାଜନକ ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ୨୦୧୪ରେ ଦଳ ସମସ୍ତ ୨୬ଟି ଲୋକସଭା ଆସନ ଜିତିଥିଲା ।​ ସେପଟେ ୨୦୧୭ ବିଧାନସଭା ନିର୍ବାଚନରେ ପୂର୍ବ ନିର୍ବାଚନର ୧୧୫ ଆସନ ତୁଳନାରେ ୯୯ଟି ଆସନରେ ଖସି ଆସିଥିଲା । ଏଭଳି ପରିସ୍ଥିତିରେ ଯଦି ଆସନ୍ତା ବିଧାନସଭା ନିର୍ବାଚନରେ ​​ବିଜେପିକୁ ଅଧିକ କ୍ଷତି ପହଞ୍ଚେ, ତା’ହେଲେ ଦଳର ଦୁଇ ବଡ଼ ଚେହେରା ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମଧ୍ୟ ଏକ ବଡ଼ ଝଟକା ହେବ । ଏଭଳି ପରିସ୍ଥିତିରେ ବିଜେପି ନିଜର ଗଡ଼କୁ ବଞ୍ଚାଇବା ପାଇଁ ସମସ୍ତ ରାଜନୈତିକ ଶକ୍ତି ପ୍ରୟୋଗ କରୁଛି ।

ଏହା ବି ପଢ଼ନ୍ତୁ:-କଂଗ୍ରେସର ସ୍ଥାନ ନେବ ଆମ୍ ଆଦମୀ ପାର୍ଟି, ମୋଦିଙ୍କୁ ଟକ୍କର ଦେବେ କେଜ୍ରିୱାଲ!

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ ଓ ଶିବରାଜ ସିଂ ଚୌହାନଙ୍କୁ ବିଜେପି ସଂସଦୀୟ ବୋର୍ଡରୁ କାହିଁକି ହଟାଇଲା ଦଳ, ଜାଣନ୍ତୁ ଏହା ପଛର ଗେମ୍ ପ୍ଲାନ୍

ଏହା ବି ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ

 

KCR କୁ କାହିଁକି ଟାର୍ଗେଟ୍ କରୁଛି ବିଜେପି

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ବିଜେପି ଓ ଏନଡିଏ ମଧ୍ୟରେ ସମ୍ପର୍କ କେତେବେଳେ ଭଲ ତ କେତେବେଳ ଖରାପ ରହିଆସିଛି । ତେବେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କେସିଆର ଅନେକ ଥର ବର୍ଷିଛନ୍ତି । ବିଗତ ଦିନରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାରେ ପହଞ୍ଚିଥିଲେ, କେସିଆର ତାଙ୍କୁ ସ୍ୱାଗତ କରିବାକୁ ଆସିନଥିଲେ । ପ୍ରୋଟୋକଲ୍ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଯିବାକୁ ପଡ଼ିଥାଏ । ଏହା ବ୍ୟତୀତ କେସିଆର ମଧ୍ୟ ନୀତି ଆୟୋଗର ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ ଓ କହିଥିଲେ ଯେ ସେ ଏଥିରୁ କୌଣସି ଲାଭ ପାଇ ନାହାଁନ୍ତି । କେବଳ ଏତିକି ନୁହେଁ, ବର୍ଷ ଆରମ୍ଭରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କୁ ମଧ୍ୟ ବରଖାସ୍ତ କରିବାକୁ ଦାବି କରିଥିଲେ । ବର୍ତ୍ତମାନ ଯେତେବେଳେ ବିଜେପି ସାଂସଦ ଦିଲ୍ଲୀ ଅବକାରୀ ପଲିସି ଦୁର୍ନୀତି ମାମଲାରେ ତାଙ୍କ ନାମ ଟାଣିଛନ୍ତି, ସେତେବେଳେ ଏହି ସବୁ ଘଟଣା ସହ ଯୋଡ଼ି ଦେଖାଯାଉଛି ।