Mission 2024: ମେଣ୍ଟ ଭାଙ୍ଗିବା ପରେ ବିହାର ଗସ୍ତରେ ଯିବେ ବିଜେପି ଚାଣକ୍ୟ
Advertisement
Article Detail0/zeeodisha/odisha1330512

Mission 2024: ମେଣ୍ଟ ଭାଙ୍ଗିବା ପରେ ବିହାର ଗସ୍ତରେ ଯିବେ ବିଜେପି ଚାଣକ୍ୟ

BJP Chanakya Amit Shah: ଆସନ୍ତା ସେପ୍ଟେମ୍ବର ୨୩-୨୪ ତାରିଖରେ ବିଜେପି ଚାଣକ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ  ୨ ଦିନିଆ ବିହାର ସୀମାଞ୍ଚଳ ଗସ୍ତରେ ଆସିବେ। 

Mission 2024: ମେଣ୍ଟ ଭାଙ୍ଗିବା ପରେ ବିହାର ଗସ୍ତରେ ଯିବେ ବିଜେପି ଚାଣକ୍ୟ

BJP Chanakya Amit Shah: ବିହାରରେ କ୍ଷମତା ପରିବର୍ତ୍ତନ ପରେ ଏବେ ବିଜେପି ରାଜ୍ୟ ରାଜନୀତିରେ ଏକୁଟିଆ ହୋଇଯାଇଛି। ଏନଡିଏ ମେଣ୍ଟରୁ ବାହାରି ଯିବା ମାତ୍ରେ ଜେଡିୟୁ ନେତା ନୀତିଶ କୁମାର ବିରୋଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି  ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ବିଜେପି ଚାଣକ୍ୟ ଭାବେ ଜଣାଶୁଣା ଦେଶର ଗୃହମନ୍ତ୍ରୀ ଅମିତ ଶାହ  ୨ ଦିନିଆ ବିହାର ଗସ୍ତରେ ଯାଇ ମହାମେଣ୍ଟକୁ ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବିହାରର   ସୀମାଞ୍ଚଳ ଗସ୍ତ କରିବେ। ତାଙ୍କର ଏହି ଗସ୍ତକୁ ନେଇ ଅନେକ ଅର୍ଥ ବାହାର କରାଯାଉଛି।

ଆସନ୍ତା ସେପ୍ଟେମ୍ବର ୨୩-୨୪ ତାରିଖରେ ବିଜେପି ଚାଣକ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ (BJP Chanakya Amit Shah) ୨ ଦିନିଆ ବିହାର ସୀମାଞ୍ଚଳ (Bihar Seemanchal) ଗସ୍ତରେ ଆସିବେ। ଜେଡିୟୁ (JDU) ସହ ମେଣ୍ଟ ଭାଙ୍ଗିବା ପରେ ଏହା କେନ୍ଦ୍ରମନ୍ତ୍ରୀ ଶାହଙ୍କ (Union Minister Amit Shah) ପ୍ରଥମ ବିହାର ଗସ୍ତ (Amit Shahs Bihar Tour)। ଆଗାମୀ ଲୋକସଭା ନିର୍ବାଚନକୁ (Lok Sabha Election 2024) ଦୃଷ୍ଟିରେ ରଖି ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ବିଚାର କରାଯାଉଛି।

ଏନେଇ ପ୍ରତିକ୍ରିୟା ରଖି ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୈସ୍ୱାଲ (Bihar BJP President Sanjay Jaiswal) କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ୨ ଦିନିଆ ବିହାର ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର ୨୩ ତାରିଖରେ ପୂର୍ଣ୍ଣିଆ ଜିଲ୍ଲାରେ (Purnia District) ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ଗସ୍ତ ଅବସରରେ ସେ କିଶାନଗଞ୍ଜ ଜିଲ୍ଲା (Kishanganj District) ପରିଦର୍ଶନ କରିବେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ବାବଦରେ ତଦାରଖ କରିବା ସହିତ ଅଧିକାରୀଙ୍କ ସହ ଏକ ବୈଠକ କରିବେ। ଗସ୍ତ ଅବସରରେ ସେ ବିଜେପି କର୍ମକର୍ତ୍ତାଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିବେ। 

ବିହାରର ମୁସଲିମ ବହୁଳ ସୀମାଞ୍ଚଳ କ୍ଷେତ୍ରକୁ (Muslim Dominated  Bihar Seemanchal Region) କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ନେଇ ଅନେକ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି। ସୀମାଞ୍ଚଳ କ୍ଷେତ୍ରରେ ଅବସ୍ଥିତ ବିଭିନ୍ନ ନିର୍ବାଚନଣ୍ଡଳୀରେ ମୁସଲିମ ମତାଦାତା (Bihari Muslim Voter) ନିର୍ବାଚନ ଫଳାଫଳକୁ ପ୍ରଭାବିତ କରନ୍ତି। କହିବାକୁ ଗଲେ ବିହାର ସୀମାଞ୍ଚଳ କ୍ଷେତ୍ରରେ ମୁସଲିମ ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ (Lok Sabha Election 2019) ​ରାଜ୍ୟର ମୋଟ ୪୦ ଲୋକସଭା ଆସନରୁ ଏନଡିଏ (NDA) ୩୯ ଆସନ ପାଇଥିଲା। ଏହି ନିର୍ବାଚନରେ ​ଜେଡିୟୁ, ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା। ବିଜେପି ୧୭, ଜେଡିୟୁ ୧୬ ଏବଂ ଲୋକ ଜନତା ପାର୍ଟି (Lok Janashakti Party) ୬ ଆସନ ପାଇଥିଲା। 

Also Read: Maharashtra Politics: କେଉଁଠି ରହିଛି ବିଜେପି ଚାଣକ୍ୟଙ୍କ ନଜର

କୁହାଯାଉଛି ଯେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିହାରରେ ​ଏକାକୀ ଲଢେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଯେଉଁ କାରଣରୁ ଦଳ ରାଜ୍ୟର କୌଣସି ଅଞ୍ଚଳ ଛାଡିବାକୁ ଚାହୁଁନାହାଁନ୍ତି। ଯଦିଓ ବରିଷ୍ଠ ବିଜେପି ନେତା ନୀତୀଶ କୁମାରଙ୍କ ଦଳ ଜେଡୟୁ ଏନଡିଏ  ମେଣ୍ଟଚ ଛାଡିବା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରୁଛନ୍ତି ହେଲେ ଦଳର କର୍ମକର୍ତ୍ତା ନୀତୀଶ କୁମାର ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ଉତ୍ସାହିତ ହୋଇ ଉଠିଛନ୍ତି। ଗୃହମନ୍ତ୍ରୀଙ୍କ ରାଜ୍ୟ ଗସ୍ତ ବିହାର ବିଜେପି କର୍ମକର୍ତ୍ତାଙ୍କ (Bihar BJP Worker) ମଧ୍ୟରେ  ନୂତନ ଶକ୍ତି ଯୋଗାଇବ ବୋଲି ଦଳ ବିଶ୍ୱାସ କରୁଛି।

କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସୀମାଞ୍ଚଳ ଗସ୍ତକୁ ପସନ୍ଦ କରୁନାହିଁ ଜେଡିୟୁ। ଏନେଇ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା କହିଛନ୍ତି ଯେ ବିଜେପି ଚାଣକ୍ୟ ଅମିତ ଶାହ ସୀମାଞ୍ଚଳର ଯେଉଁ କ୍ଷେତ୍ରକୁ ଯିବେ ସେଠାରେ ବହୁ ସଂଖ୍ୟାକ ମୁସଲମାନ ବସବାସ କରିଥାନ୍ତି। ସେ ଜାଣିଶୁଣି ଏପରି ଏକ ସ୍ଥାନ ଚୟନ କରୁଛନ୍ତି ଯେଉଁଠାରୁ ସେ ଧର୍ମ ନାମରେ ମତାଦାତା ଏକାଠି କରାଯାଇ ପାରିବି। ସେ ଏପରି କାମ କରିବାରେ ବେଶ ପାରଙ୍ଗମ। ହେଲେ ବିହାରର ଲୋକେ ତାଙ୍କୁ ବୁଝିଛନ୍ତି। ସମସ୍ତ ଲୋକ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ସହିତ ଠିଆ ହେବେ ଏବଂ ତାଙ୍କ ରାଜନୀତିକୁ ବିରୋଧ କରିବେ।