Rahul Gandhi: ରାହୁଲ ଗାନ୍ଧୀଙ୍କୁ ପ୍ରଂଶସା କଲେ ନାଗାଲ୍ୟାଣ୍ଡ ବିଜେପି ସଭାପତି, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Rahul Gandhi: ରାହୁଲ ଗାନ୍ଧୀଙ୍କୁ ପ୍ରଂଶସା କଲେ ନାଗାଲ୍ୟାଣ୍ଡ ବିଜେପି ସଭାପତି, ଜାଣନ୍ତୁ ପୁରା ଘଟଣାକ୍ରମ

Rahul Gandhis Britain Tour: ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବ୍ରିଟେନ ଗସ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛି।

Rahul Gandhi: ରାହୁଲ ଗାନ୍ଧୀଙ୍କୁ ପ୍ରଂଶସା କଲେ ନାଗାଲ୍ୟାଣ୍ଡ ବିଜେପି ସଭାପତି, ଜାଣନ୍ତୁ ପୁରା ଘଟଣାକ୍ରମ

Temjen Imna Along Praises Rahul Gandhi: ଭାରତ ଯୋଡ଼ ଯାତ୍ରା ପରେ ଏବେ ବ୍ରିଟେନ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବ୍ରିଟେନ ଗସ୍ତ ଅବସରରେ ସେଠାରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାହୁଲ ଗାନ୍ଧୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦେଇଥିବା ବିବୃତ୍ତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ। ଯାହାକୁ ନେଇ ଦୁଇ ଦଳ ମଧ୍ୟରେ ଆଜିକାଲି ତୀବ୍ର ବିତର୍କ ଚାଲିଛି। ଏହି ସମୟରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେୟାର କରିଛି। ଏହାର କ୍ୟାପସନ ଲେଖି ଦଳ ପକ୍ଷରୁ କୁହାଯାଇଛି, "ଆପଣ ଯାହା ଉପରେ ବିଶ୍ୱାସ କରୁଛନ୍ତି, ତାହା ପାଇଁ ଛିଡା ହୁଅ। ଏହାର ଅର୍ଥ ଏହା ଯେ ଦରକାର ପଡ଼ିଲେ ଆପଣ ଏକୁଟିଆ ଛିଡ଼ା ହୁଅନ୍ତୁ। " 

ରାହୁଲ ଗାନ୍ଧୀଙ୍କ ଏହି ଫଟୋ ଉପରେ ପ୍ରତିକ୍ରିୟା ରଖିଛନ୍ତି ନାଗାଲ୍ୟାଣ୍ଡ ବିଜେପି ସଭାପତି ତେମଜେନ ଇମନା ଓଲଙ୍ଗ। ଏହାକୁ ପ୍ରଶଂସା କରି ବିଜେପି ନେତା ଜଣଙ୍କ କହିଛନ୍ତି ଯେ, "ଏଥିରେ ସହମତ ହେବାକୁ ପଡିବ...ଫଟୋ ଖୁବ ଭଲ ଆସିଛି। ଆତ୍ମବିଶ୍ୱାସ ଏବଂ ଫଟୋ ପାଇଁ ଛିଡା ହେବାର ଶୈଲୀ ପରବର୍ତ୍ତୀ ସ୍ତରର। " ସୋସିଆଲ ମିଡିଆ ଦୁନିଆରେ ନିଜର ମଜାଳିଆ ମନ୍ତବ୍ୟ ପାଇଁ ଜଣାଶୁଣା ବିଜେପି ନେତା ତେମଜେନ ଇମନା ଓଲଙ୍ଗ। ବିଜେପି ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଉପରେ ନାଗାଲ୍ୟାଣ୍ଡ ବିଜେପି ସଭାପତି ମନ୍ତବ୍ୟ ଦେବା ମାତ୍ରେ ଏହା ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ହାସ୍ୟାସ୍ପଦ ମୁହୂର୍ତ୍ତରେ ପରିଣତ ହୋଇଯାଇଥିଲା। 

ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବ୍ରିଟେନ ଗସ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛି। ବିଦେଶ ମାଟିରୁ ଭାରତ ଏବଂ ଏହାର ଗଣତନ୍ତ୍ରକୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଛି। ବ୍ରିଟେନ ଗସ୍ତ ଅବସରରେ ଲଣ୍ଡନ ଠାରେ ଆୟଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଭାରତ, ଆରଏସଏସ, ଭାରତ-ଚୀନ୍ ପ୍ରସଙ୍ଗ ଉଠାଇଥିଲେ।

ଭାରତ ବର୍ଷର ଗଣତନ୍ତ୍ର, ସଂସଦ ଏବଂ ନ୍ୟାୟପାଳିକା ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ। ହେଲେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ବିଜେପି ବିକୃତ କରି ତାଙ୍କୁ ବଦନାମ କରିଛି।

ସଂସଦରେ ବିରୋଧୀ ଦଳର ନେତାଙ୍କ ମାଇକ୍ରୋଫୋନ୍ ବନ୍ଦ କରାଯାଉଥିବା ନେଇ ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛି ବିଜେପି। ଏନେଇ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସଂସଦରେ ଉପସ୍ଥାନ ବାବଦରେ ଦର୍ଶାଯାଇଛି। ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କୁହାଯାଇଛି ତାଙ୍କ ଉପସ୍ଥିତି ଜାତୀୟ ହାର ଏବଂ କେରଳ ହାରାହାରି ଠାରୁ ବହୁତ କମ୍। ବିଜେପି ନେତା ଅମିତ ମାଲବୀୟ କହିଛନ୍ତି, 'ରାହୁଲ ଗାନ୍ଧୀ ହେଉଛନ୍ତି ବିଦ୍ୟାଳୟରେ ସେହି ସେହି ଅସାବଧାନ ପିଲାଙ୍କ ଭଳି, ଯାହାକୁ ତାଙ୍କ ଶିକ୍ଷକଙ୍କ ଦ୍ୱାରା ହୋମ ୱାର୍କ କେଉଁଠି ଅଛି ବୋଲି ପଚାରାଗଲେ ସେ ମିଛ କହୁଛନ୍ତି।

ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ମୁସଲିମ ବ୍ରଦରହୁ ସହଲ ତୁଳନା କରିବାକୁ ନେଇ ତାଙ୍କୁ ନେଇ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ବୁଝିବା ପାଇଁ ଆରଏସଏସ ଶିବିରରେ ଯୋଗଦେବା ଆବଶ୍ୟକ। 

ରାହୁଲ ଗାନ୍ଧୀ ଆରଏସଏସ ବିଷୟରେ ମନ୍ତବ୍ୟ ଦେଇଥିଲେ। ଆପଣ ଏହାକୁ ଏକ ଗୁପ୍ତ ସମାଜ ବୋଲି କହିପାରିବେ। ଏହାକୁ ମୁସଲିମ ବ୍ରଦରହୁଡ ଭଳି ବନାଯାଇଛି। ଏହାର ଧାରଣା ହେଉଛି କ୍ଷମତାକୁ ଆସିବା ପାଇଁ ଗଣତାନ୍ତ୍ରିକ ପ୍ରତିଯୋଗିତାର ଉପଯୋଗ କରିବା  ଏବଂ ପରେ ଏହାକୁ ନଷ୍ଟ କରିଦେବା। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ସେମାନେ ଆମ ଦେଶର ବିଭିନ୍ନ ଅନୁଷ୍ଠାନକୁ ନିୟନ୍ତ୍ରଣ କରିବାରେ କେତେ ସଫଳ ହୋଇଛନ୍ତି। ପ୍ରେସ, ନ୍ୟାୟପାଳିକା, ସଂସଦ, ନିର୍ବାଚନ ଆୟୋଗ ଭଳି ସମସ୍ତ ଅନୁଷ୍ଠାନ ଚାପରେ ଏବଂ ବିପଦରେ ଅଛନ୍ତି ଏବଂ କୌଣସି ନା କୌଣସି ପ୍ରକାରେ ନିୟନ୍ତ୍ରିତ ହେଉଛନ୍ତି।